loading...

ନବୀନ ବାବୁଙ୍କ ସରକାର ସମଗ୍ର ରାଜ୍ୟର ମଦ ବ୍ୟବସାୟୀଙ୍କ ଦ୍ବାରା ପରିଚାଳିତ କି ? ନିରଞ୍ଜନ

ମହାପ୍ରଭୁ ଜଗନ୍ନାଥ ଓଡ଼ିଶାବାସୀଙ୍କୁ ରକ୍ଷା କରନ୍ତୁ । ଗତ କାଲି ରାଜ୍ୟ ସରକାର ଏକ କ୍ୟାବିନେଟ ବୈଠକ ଡାକି କେତେଗୁଡ଼ିଏ ନିଷ୍ପତିକୁ ଅନୁମୋଦନ କଲେ

ନବୀନ ବାବୁଙ୍କ ସରକାର ସମଗ୍ର ରାଜ୍ୟର ମଦ ବ୍ୟବସାୟୀଙ୍କ ଦ୍ବାରା ପରିଚାଳିତ କି ? ନିରଞ୍ଜନ

ଭୁବନେଶ୍ୱର, ମହାପ୍ରଭୁ ଜଗନ୍ନାଥ ଓଡ଼ିଶାବାସୀଙ୍କୁ ରକ୍ଷା କରନ୍ତୁ । ଗତ କାଲି ରାଜ୍ୟ ସରକାର ଏକ କ୍ୟାବିନେଟ ବୈଠକ ଡାକି କେତେଗୁଡ଼ିଏ ନିଷ୍ପତିକୁ ଅନୁମୋଦନ କଲେ । ତାହା ମଧ୍ୟରୁ ରାଜ୍ୟ ସରକାର ମଦ ବ୍ୟବସାୟୀଙ୍କ ଉପରୁ ଜୁନ ମାସ ୨୦୨୦ ମସିହାରୁ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ଲାଇସେନ୍ସ ଫି ଛାଡ଼ କରିବାର ନିଷ୍ପତି ନେଲେ । ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଆଜି ଏକ ପ୍ରେସ ବିଜ୍ଞପ୍ତିରେ ଅତି ଦୁଃଖ ଏବଂ କ୍ଷୋଭର ସହିତ ରାଜ୍ୟ ସରକାରଙ୍କର ଏଭଳି ନିଷ୍ପତିକୁ ଘୋର ବିରୋଧ କରିଛନ୍ତି । ନବୀନ ବାବୁଙ୍କ ସରକାର ସମଗ୍ର ରାଜ୍ୟର ମଦ ବ୍ୟବସାୟୀଙ୍କ ଦ୍ବାରା ପରିଚାଳିତ କି ? ପ୍ରଶ୍ନ କରି ଶ୍ରୀ ପଟ୍ଟନାୟକ କହିଛନ୍ତି କିଭଳି ରାଜ୍ୟର କୌଣସି ଏକ କ୍ୟାବିନେଟ ମନ୍ତ୍ରୀ ଏଭଳି ଏକ ହୀନ ନିଷ୍ପତି ଗ୍ରହଣ ନ କରିବା ପାଇଁ ସରକାରଙ୍କୁ ପରାମର୍ଶ ଦେଲେ ନାହିଁ ତାହା ତାଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଛି । 

ସାରା ରାଜ୍ୟରେ ବହୁ ସ୍ଵକ୍ସ ଏବଂ ନିମ୍ନ ଆୟକାରୀ ବ୍ୟବସାୟୀମାନେ ମଧ୍ୟ ତାଙ୍କ ବ୍ୟବସାୟ ପ୍ରତିଷ୍ଠାନ ଖୋଲିଛନ୍ତି । କିନ୍ତୁ ରାଜ୍ୟ ସରକାର ଏହି ବ୍ୟକ୍ତିବିଶେଷ ମାନଙ୍କର ଲାଇସେନ୍ସ ଫି ଛାଡ଼ କରିବାର ନିଷ୍ପତି ନେଲେ ନାହିଁ କାହିଁକି ? ଏବଂ କାହିଁକି କେବଳ ମଦବ୍ୟବସାୟୀଙ୍କ ପାଇଁ ନିଷ୍ପତି ନିଆଗଲା । ଏ ସରକାରଙ୍କୁ ଜଗନ୍ନାଥ ଭରଷା ଏବଂ ତେଲିଆ ମୁଣ୍ଡରେ ତେଲ ଦବା ଏ ସରକାରର କାମ ବୋଲି ସେ କହିଛନ୍ତି । ନୁଖୁରା ମୁଣ୍ଡରେ ତେଲ ଦେବାକୁ ବେଳ କାହିଁ ? ଆଜକୁ ୧୫ ମାସ କାଳ କରୋନା ମହାମାରୀ ସମୟରେ ରାଜ୍ୟର ଗରୀବ, ଶ୍ରମିକ, ଛୋଟବ୍ୟବସାୟୀ, ସ୍ଵଳ୍ପଆୟକାରୀ ତଥା ମଧ୍ୟବିତ ପରିବାର ମାନେ ମଧ୍ୟ ବହୁ ମାତ୍ରାରେ ପ୍ରପିଡ଼ିତ ହେଉଛନ୍ତି । ଖାଦ୍ୟ ସାମଗ୍ରୀ ଯଥା ଡାଲି ପାଖରୁ ଆରମ୍ଭ କରି ଖାଇବା ତେଲର ଦରଦାମ ଅହେତୁକ ବୃଦ୍ଧି, ପେଟ୍ରୋଲ, ଡିଜେଲ ଏବଂ ଗ୍ୟାସର ଦାମ ଅହେତୁକ ବୃଦ୍ଧି ହେତୁ ରାଜ୍ୟର ପାଖାପାଖୁ ୮୦ ରୁ ୮୫ ଭାଗ ଲୋକ ପୀଡ଼ିତ ଥିବା ବେଳେ ଏ ସରକାର କେବଳ ମଦ ବ୍ୟବସାୟୀରୁ କୋଟି କୋଟି ଟଙ୍କା ରୋଜଗାର କରୁଥିବା ମଦ ବ୍ୟବସାୟୀଙ୍କୁ ଆର୍ଥିକ ସୁରକ୍ଷା ଦେବାରେ ଲାଗିପଡ଼ିଛନ୍ତି । 

ଏହା ବୋଧହୁଏ ଗଣତନ୍ତ୍ରର ବ୍ୟବସ୍ଥାର ଭାରତ ବର୍ଷର ପ୍ରଥମ ନିଷ୍ପତି ହୋଇଥାଇପାରେ । ଏହା ଆମ ଶାସନ ବ୍ୟବସ୍ଥାକୁ କେଉଁ ଦିଗ ଆଡ଼କୁ ନେଇଯାଉଛି ତାହା ରାଜ୍ୟବାସୀ ଅବଗତ ହେବା ଉଚିତ୍ । ରାଜ୍ୟ ସରକାର ସମ୍ବିଧାନରେ ଅହିଂସା ଶବ୍ଦକୁ ରଖୁବା ପାଇଁ ରାଜ୍ୟସାରା ଡିଣ୍ଡିମ ପିଟୁଥିବା ବେଳେ ମଦ ବ୍ୟବସାୟୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ବା ଲାଇସେନ୍ସ ଫି ଛାଡ଼ କରିବା ମହାତ୍ମା ଗାନ୍ଧୀଙ୍କର କେଉଁ ନୀତି ଓ ଆଦର୍ଶକୁ ଏ ସରକାର ପାଥେୟ କରୁଛନ୍ତି ? ତେଣୁ ରାଜ୍ୟ ସରକାର ଯଥାଶୀଘ୍ର ପେଟ୍ରୋଲ, ଡିଜେଲ ଏବଂ ଗ୍ୟାସ ଉପରେ ବଦ୍ଧିତ ଭାଟକୁ କମ କରି ଖାଦ୍ୟ ପଦାର୍ଥର ଦରଦାମରକୁ ନିୟନ୍ତ୍ରଣ କରନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ନିବେଦନ କରିଛନ୍ତି । 

ଏହି ମହାମାରୀ ସମୟରେ ଗରୀବ, ନିମ୍ନ ରୋଜଗାରକାରୀ, ଶ୍ରମିକ ଓ ମଧ୍ୟବିତଙ୍କୁ ଅହେତୁକ ଦରଦାମ ବୃଦ୍ଧି ଜନିତ ଖର୍ଚ୍ଚାନ୍ତରୁ ରକ୍ଷା କରନ୍ତୁ । ତତ୍ସହିତ ରାଜ୍ୟ ସରକାର ରାଜ୍ୟରେ କିଭଳି ଟୀକାକରଣ ଅଧୁକରୁ ଅଧୁକ ହୋଇପାରିବ ଏବଂ ଆମେ ଏକ ନିର୍ଦ୍ଦିଷ୍ଟ ସମୟ ଭିତରେ ରାଜ୍ୟ ବାସୀଙ୍କୁ ଟୀକାକରଣ କରିବା ଏବଂ ସଂପୂର୍ଣ୍ଣରୂପେ କରୋନା ମହାମାରୀକୁ ଆୟତ କରିପାରିବା ସେ ବାବଦରେ ଏକ ସର୍ବଦଳୀୟ ଦୃଢ଼ ନିଷ୍ପତି ନିଆଯାଉ । ରାଜ୍ୟର ଜନସାଧାରଣଙ୍କୁ ରକ୍ଷା କରିବା ଦିଗରେ ପ୍ରୟାସକୁ ରାଜ୍ୟ କଂଗ୍ରେସ ଦୃଢ଼ ଭାବରେ ସମର୍ଥନ କରୁଛି କରିବ ବୋଲି ସେ କହିଛନ୍ତି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget