ଭୁବନେଶ୍ବର, ସମ୍ଭାବ୍ୟ ବାତ୍ୟା ‘ୟଶ’ର ପ୍ରଭାବ ଉପକୂଳ ଓଡ଼ିଶାରେ ଅନୁଭୂତ ହେବାର ଆଶଙ୍କା ଥିବାରୁ ବାତ୍ୟାର ମୁକାବିଲା ପାଇଁ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଆଜି ପୂର୍ବାହ୍ନରେ ଅନୁଷ୍ଠିତ ଭଚୁଆଲ ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ୧୨ଟି ଉପକୂଳବର୍ତ୍ତୀ ଜିଲ୍ଲାରେ ବାତ୍ୟା ପ୍ରସ୍ତୁତିର ସମୀକ୍ଷା କରିବା ସହ ଯେ କୌଣସି ଆପଦକାଳୀନ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ନିର୍ଦ୍ଦେଶକ, ସମାଜ କଲ୍ୟାଣ, ଶ୍ରୀ ଅରବିନ୍ଦ ଅଗ୍ରୱାଲ ଡିଏକୁ ଓ, ସିଡିପିଓ ଏବଂ କ୍ଷେତ୍ର କର୍ମଚାରୀମାନଙ୍କୁ ବାତ୍ୟା ପ୍ରସ୍ତୁତିର ବିଭିନ୍ନ ପଦକ୍ଷେପ ସଂପର୍କରେ ଅବଗତ କରିବା ସହ ଏହାକୁ ମନିଟରିଂ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ସମ୍ଭାବ୍ୟ ବାତ୍ୟ ଅଞ୍ଚଳରେ ସମସ୍ତ କୋ ଭିଡ୍ ପ୍ରୋଟୋକଲ ପାଳନ ସହ ଆସନପ୍ରସବା ମହିଳାମାନଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯିବ । ଅଙ୍ଗନବାଡ଼ି କର୍ମୀମାନେ ବାତ୍ୟ ଆଶ୍ରୟସ୍ଥଳୀ ଓ ରିଲିଫ୍ ଶିବିରକୁ ନିୟମିତ ଭାବେ ପରିଦର୍ଶନ କରିବେ । ଗର୍ଭବତୀ, ଆସନ ପ୍ରସବ, ଅତିଶୟ ପୁଷ୍ଟିହୀନ ଶିଶୁ, ଅକ୍ସ ଓଜନବିଶିଷ୍ଟ ଶିଶୁ ମାନଙ୍କର ଆଶା କର୍ମୀ ଏବଂ ଏଏନ୍ଏମାନଙ୍କ ସହାୟତାରେ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ । ବାତ୍ୟା ଆଶ୍ରୟ ସ୍ଥଳୀରେ ଘରକୁ ଦିଆଯାଉଥିବା ଶୁଖୁଲା ରାସନ୍, ଫାଷ୍ଟଏଡ୍ ଏବଂ ଔଷଧ କିଟ୍ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରଖୁବା ସହ ଅଙ୍ଗନବାଡ଼ି କେନ୍ଦ୍ର / ସ୍ଵଛାସେବୀ ଅନୁଷ୍ଠାନମାନଙ୍କ ଦ୍ଵାରା ପରିଚାଳିତ ଶିଶୁ ଯନ୍ତି ଅନୁଷ୍ଠାନ ସଧାର ଏବଂ ଉଜ୍ଜଳା ଗୃହଗୁଡ଼ିକରେ ମଧ୍ୟ ଏହିସବୁ ସାମଗ୍ରୀ ଉପଲବ୍ଧ ରହିବ ।
ବାତ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଗର୍ଭବତୀ ଓ ପ୍ରସୂତୀ ମହିଳା ତଥା ଶିଶୁମାନଙ୍କୁ ୨୫ ତାରିଖ ମଧ୍ୟରେ ଶୁଖୁଲା ରାସନ୍ ଏବଂ ଅଣ୍ଡା ବଣ୍ଟନକରିବାକୁ ଯଥାସମ୍ଭବ ଉଦ୍ୟମ କରାଯିବ । ଏଥିପାଇଁ ପ୍ରତି ମାସର ୨୩ ତାରିଖରେ ହେଉଥିବା ଛତୁଆ । ମିଶ୍ରଣ କାର୍ଯ୍ୟକୁ ଚଳିତ ମାସର ୨୨ ତାରିଖ ଦିନ ଶେଷ କରାଯାଇଛି । ଛତୁଆ ପ୍ରସ୍ତୁତକାରୀ ସଂସ୍ଥାମାନେ ସରକାରଙ୍କ ପକ୍ଷରୁ ସେମାନଙ୍କୁ ଛତୁଆ ପ୍ରସ୍ତୁତି ପାଇଁ ଯୋଗାଇ ଦିଆଯାଉଥିବା କଞ୍ଚାମାଲ ଓ ପ୍ରସ୍ତୁତ ହୋଇଥିବା ଶୁଖୁଲା ରାସକୁ ସୁରକ୍ଷିତ ସ୍ଥାନରେ ରଖୁବେ । ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ଯଦିଓ ବନ୍ଦ ରହିଛି, କିନ୍ତୁ ଅଙ୍ଗନବାଡ଼ିରେ ଥିବା ଆସବାବପତ୍ର, ରେଜିଷ୍ଟର ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀଗୁଡ଼ିକୁ ସୁରକ୍ଷିତ ରଖୁବା ନିମନ୍ତେ ପଦକ୍ଷେପ ନିଆଯିବ । ଶିଶୁମାନଙ୍କ ସୁରକ୍ଷା, ବିଶେଷ କରି ଅନାଥ ଶିଶୁ, ଏକକ ମାତାପିତାଙ୍କ ଶିଶୁ, ଅସହାୟ ମହିଳାମାନଙ୍କର ବାତ୍ୟା ସମୟରେ ଯତ୍ନ ନିଆଯିବ ।
ବାତ୍ୟା ପ୍ରଭାବିତ ଅଞ୍ଚଳରେ ଥୁବା ଶିଶୁ ଯନ୍ନ ଅନୁଷ୍ଠାନ, ସ୍ୱଧାର ଏବଂ ଉଜ୍ବଳା ଗୃହରେ ରହୁଥିବା ଅନ୍ତେବାସୀମାନେ ବିପଦମୁକ୍ତ କୋଠାବାଡ଼ିରେ ରହିବାକୁ କ୍ଷେତ୍ର ଅଧୁକାରୀମାନେ ସୁନିଶ୍ଚିତ କରିବେ । ଖୋଲା ଆବେଷ୍ଟସ୍ ଅସୁରକ୍ଷିତ ଗୃହରେ ଯେଭଳି କେହି ନରୁହନ୍ତି ତାହା ତଦାରଖ କରାଯିବ । କେଭିଡ୍ – ୧୯ର ଅନ୍ୟାନ୍ୟ ସମସ୍ତ ସୁରକ୍ଷା ପ୍ରୋଟୋକଲକୁ ପାଳନ କରିବା ପାଇଁ ମଧ୍ୟ ଅଧୁକାରୀ ଓ କ୍ଷେତ୍ର କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆଜିର ଏହି ବୈଠକରେ ବାଲେଶ୍ବର ଓ ଭଦ୍ରକ ଜିଲ୍ଲାର ବାତ୍ୟା ପ୍ରସ୍ତୁତିକୁ ବିଶେଷ ଗୁରୁତ୍ବ ଦିଆଯିବା ସହ ଉପକୂଳବର୍ତ୍ତୀ ଅନ୍ୟ ଜିଲ୍ଲାଗୁଡ଼ିକ ମଧ୍ୟ ସମ୍ଭାବ୍ୟ ବାତ୍ୟା ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି ।
Post a Comment