loading...

ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭଚୁଆଲ୍ ଟୁର୍। ଏଥର ପିଭିଟିଜି ଗ୍ୟାଲେରୀ ପ୍ରଦର୍ଶିତ ହେବ

ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ପ୍ରତ୍ୟେକ ରବିବାର ଦିନ ସଂଗ୍ରହାଳୟକୁ ଭର୍ଜୁଆଲ୍ ଟୁରର ବ୍ୟବସ୍ଥା

ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭଚୁଆଲ୍ ଟୁର୍। ଏଥର ପିଭିଟିଜି ଗ୍ୟାଲେରୀ ପ୍ରଦର୍ଶିତ ହେବ

ଭୁବନେଶ୍ୱର, କରୋନା ପରିପ୍ରେକ୍ଷୀରେ ଏସ୍‌ସିଏସ୍‌ଟିଆର୍‌ଟିଆଇ ପରିସରରେ ଥିବା ରାଜ୍ୟ ଜନଜାତି ସଂଗ୍ରହାଳୟ ବନ୍ଦ ରହିଛି । ତେଣୁ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ପ୍ରତ୍ୟେକ ରବିବାର ଦିନ ସଂଗ୍ରହାଳୟକୁ ଭର୍ଜୁଆଲ୍ ଟୁରର ବ୍ୟବସ୍ଥା କରାଯାଇଛି । ରବିବାର ଅର୍ଥାତ୍ ମଇ ୨୩ ତାରିଖ ଦିନ ଦର୍ଶକମାନେ ଫେସ୍‌ବୁକ୍ ଓ ଟୁଇଟର ପେଜ୍ @stscdev, @scstrti ଖୋଲି ସଂଗ୍ରହାଳୟ ମଧ୍ୟରେ ଥିବା ପ୍ରାଚୀନତମ ଜନଜାତି (ପିଭିଟିଜ) ଗ୍ୟାଲେରୀକୁ ସଂଦର୍ଶନ କରିପାରିବେ ବୋଲି ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଡ.) ଅଖୁଳ ବିହାରୀ ଓତା ପ୍ରକାଶ କରିଛନ୍ତି । 

ସଂଗ୍ରହାଳୟରେ ଜନଜାତି କଳା ଓ କଳାବସ୍ତୁର ପାଞ୍ଚଗୋଟି ଗ୍ୟାଲେରୀ ସହିତ ପିଭିଟିଜି ୱାଇଁ ନାମରେ ଗୋଟିଏ ନୂତନ ପ୍ରଦର୍ଶନୀ ଭବନ ରହିଛି । ଏହି ପିଭିଟିଜି ଔରେ ୧୩ ଗୋଟି ପ୍ରାଚୀନତମ ଜନଜାତି ଯଥା: ବଣ୍ଡା, ଚୁକୁଟିଆ ଇଂଜିଆ, ଦିଦାୟୀ, ଡଙ୍ଗରିଆ କନ୍ଧ, ପାହାଡ଼ି ଖରିଆ, ଜୁଆଙ୍ଗ, କୁଟିଆ କନ୍ଧ, ଲୋଧା, ଲାଞ୍ଜିଆ ସଉରା, ମାଙ୍କିରିଡ଼ିଆ, ବିହୋ, ପାଉଡ଼ିଭୂୟାଁ, ସଉରା ଜନଜାତିଙ୍କ ପ୍ରତିମୂର୍ତ୍ତି ସହ ସେମାନଙ୍କର ଗୃହ, ଜୀବନଶୈଳୀ ଓ ସଂସ୍କୃତି, ଗୃହର ବିଭିନ୍ନ ଆସବାବପତ୍ର ଆଦି ପ୍ରଦର୍ଶନ କରାଯାଉଛି । ଏହି ଗ୍ୟାଲେରୀରେ ଥ୍ରୀ-ଡି ମାଧ୍ୟମରେ ପ୍ରଦର୍ଶନ ସହିତ କିଓସ୍କରେ ପ୍ରାଚୀନତମ ଜନଜାତିଙ୍କ ସଂପର୍କରେ ସବିଶେଷ ତଥ୍ୟ ରହିଛି ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget