ଭୁବନେଶ୍ୱର, ଅରୂପା ( ଓଡ଼ିଶାର ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଉତ୍ପାଦକ ସଂଘ) ଭୁବନେଶ୍ୱରଠାରେ ମୁଖ୍ୟ କାର୍ଯ୍ୟାଳୟ ରହି ଓଡ଼ିଶାର ୩୦ଟି ଜିଲ୍ଲାରେ ହସ୍ତଶିଳ୍ପ କାରିଗରମାନଙ୍କ ପାଇଁ କାର୍ଯ୍ୟ କରି ଆସୁଅଛି । ୧୯୯୦ ମସିହା ଠାରୁ ଓଡ଼ିଶାର ହସ୍ତଶିଳ୍ପ ଓ ବୁଣାକାରମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ କାର୍ଯ୍ୟ କରି ଆସୁଅଛି । ହସ୍ତଶିଳ୍ପ ସାମଗ୍ରୀ ବିକ୍ରିବଟା ଠାରୁ ଆରମ୍ଭ କରି କୌଶଳ ବୃଦ୍ଧି, ନୂତନ ଡ଼ିଜାଇନ ପ୍ରସ୍ତୁତି, ବିଭିନ୍ନ ଜିଲ୍ଲାର ସଦର ମହକୁମାରେ ସର୍ବଭାରତୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ଆୟୋଜନ କରି, କରୋନା ସମୟରେ ହସ୍ତଶିଳ୍ପ ପରିବାର ଏବଂ ବୁଣାକାରଙ୍କ ପରିବାରଙ୍କୁ କରୋନା ସହାୟତା ପ୍ରଦାନ କରି ଆସୁଅଛି ।
ମହାମାରୀ କରୋନା ସମୟରେ କାରିଗରମାନେ କାମଧନ୍ଦା ହରାଇ ଦୁଃଖ ଓ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି । ବିଶେଷକରି କାରିଗରମାନଙ୍କର ଜିନିଷପତ୍ର ବିକ୍ରିବଟା ନହେବା, ଉପଯୁକ୍ତ କଞ୍ଚାମାଲ ନ ମିଳିବା, ସରକାରୀ ସହାୟତା ନ ମିଳିବା ଏବଂ ବିଭିନ୍ନ ସ୍ଥାନରେ ହେଉଥିବା ପ୍ରଦର୍ଶନୀ ବନ୍ଦ ରହିବା ଫଳରେ କାରିଗରମାନଙ୍କର ଜୀବନ ଜୀବିକା ଠପ୍ ହୋଇଯାଇଛି । ଉକ୍ତ ଆସୁବିଧାକୁ ଦୃଷ୍ଟିରେ ରଖ୍ ଅରୂପା ତରଫରୁ କେନ୍ଦୁଝର ଜିଲ୍ଲାର ଫକିରପୁର ଗ୍ରାମର ୧୦୦ଜଣ ( ଶହେ) କାଗଜ ମଣ୍ଡ ମହିଳା ହସ୍ତଶିଳ୍ପ ପରିବାର ଏବଂ ଉକ୍ତ ଜିଲ୍ଲାର ବାରିଗାଁ ଗ୍ରାମର ୮୦ଜଣ (ଅଶୀ) ଜଣ ମହିଳା ହସ୍ତଶିଳ୍ପ ପରିବାରଙ୍କୁ କରୋନା ସହାୟତା ପ୍ରଦାନ କରାଯାଇଛି । ଜୁନ୍ ମାସ ୨୯ ତାରିଖ ଦିବା ୧୧.୩୦ ଘଟିକା ସମୟରେ ବଣ୍ଟନ କାର୍ଯ୍ୟକ୍ରମ କରାଯାଇଥିଲା ବୋଲି ଅରୂପାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧୁକାରୀ ଶ୍ରୀ ଅଶୋକ କୁମାର ସାହୁ ଏକ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି ।
ରେସନ ରିଲିଫ ପ୍ୟାକେଟରେ ସୋରିଷ ତେଲ ୨ଲିଟର, ଚିନି-୧ କିଗ୍ରା, ହରଡ଼ ଡାଲି ୨ କିଗ୍ରା, ହଳଦୀଗୁଣ୍ଡ ୨୫୦ ଗ୍ରାମ, ଗୃ-୨୫୦ ଗ୍ରାମ, ସୋୟାବିନ୫୦୦ ଗ୍ରାମ, ସୁଜି-କିଗ୍ରା, ଚୁଡ଼ା ୨ କିଗ୍ରା, ଅଟା ୪ କିଗ୍ରା, ବିସ୍କୁଲ ୧ପ୍ୟାକେଟ, ଲୁଣ-୨ କିଗ୍ରା, ଋଉଳ-୨ କିଗ୍ରା । ସେହିପରି ସାନିଟାଇଜର ପ୍ୟାକେଟରେ ୱାସିଙ୍ଗ ପାଉଡ଼ର ୧ କିଗ୍ରା, ସାବୁନ ୪ ପିସ୍, ହ୍ୟାଣ୍ଡସ-୧ଟା, ଡେଲଟ ଲିକ୍ୟୁଡି ୧ଟା, ମାସ୍କ-୫ଟା ଆଦି ଉକ୍ତ ରିଲିଫରେ ଦିଆଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ‘ଅରୂପା’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧୁକାରୀ ଶ୍ରୀ ଅଶୋକ କୁମାର ସାହୁ ପରିରଳନା କରିଥିଲେ । ବୟୋଜ୍ୟେଷ୍ଠ ହସ୍ତଶିଳ୍ପ କାରିଗର ଶ୍ରୀଯୁକ୍ତ ହରିହର ସୁତାର, ପଥର ଶିଳ୍ପୀ କାରିଗର ଶରତ ମହାରଣା, ସମାଜସେବୀ ଶ୍ରୀମତୀ ସଂଘମିତ୍ରା ସାହୁ ଏବଂ ବାରିଗାଁର ସୁଦକ୍ଷ କାରିଗର ଶ୍ରୀଯୁକ୍ତ ଅରୁଣ ଓଝା କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ । ସମସ୍ତ ହସ୍ତଶିଳ୍ପୀ କାରିଗର ଭାଇ ଓ ଭଉଣୀମାନେ ଅରୁପାର ଏହି କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ ।
Post a Comment