loading...

ଫଚାୟତ ୱାରି କାଳିଆ ହିତାଧିକାରୀ ଏବଂ ଭୂମିହୀନ ଚାଷୀଙ୍କ ତାଲିକାକୁ ସାର୍ବଜନୀନ କରନ୍ତୁ ରାଜ୍ୟ ସରକାର

ଭୂମିହୀନ ଚାଷୀଙ୍କର ତାଲିକା ବିନା କୋଭିଡ ସହାୟତା ରାଶି ଘୋଷଣା କରିବା ଓଡିଶାବାସୀଙ୍କୁ ଦିନରେ ଲଣ୍ଡନ ଦେଖାଇବା ସଦୃଶ

ଫଚାୟତ ୱାରି କାଳିଆ ହିତାଧିକାରୀ ଏବଂ ଭୂମିହୀନ ଚାଷୀଙ୍କ ତାଲିକାକୁ ସାର୍ବଜନୀନ କରନ୍ତୁ ରାଜ୍ୟ ସରକାର

ଭୁବନେଶ୍ୱର, ମୁଖ୍ୟମନ୍ତ୍ରୀ କାଳିଆ ଯୋଜନାରେ ୧୮ ଲକ୍ଷ ଭୂମିହୀନ କୃଷକ ପରିବାରଙ୍କୁ ୩୧୮ କୋଟି ଟଙ୍କାର କୋଜିତ ସହାୟତା ଦେବେ ବୋଲି ଆଜି ବିଭିନ୍ନ ଛାପା ଗଣମାଧ୍ୟମରେ ପ୍ରଥମ ପୃଷ୍ଠା ମଣ୍ଡନ କରିଛି । ଏହା ଏକ ଭଲ ପଦକ୍ଷେପ । କିନ୍ତୁ ବାସ୍ତବରେ ଆଜି ୧୮ ଲକ୍ଷ ଭୂମିହୀନ ଚାଷୀଙ୍କୁ ରାଜ୍ୟ ସରକାର ସହାୟତା ଦେବେ ନାହିଁ । ପୁଣିଥରେ ନିଜ ଦଳୀୟ କର୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏହା ଏକ ଭେଳିକି । ଭୂମିହୀନ ଚାଷୀଙ୍କର ତାଲିକା ବିନା କୋଭିଡ ସହାୟତା ରାଶି ଘୋଷଣା କରିବା ଓଡ଼ିଶାବାସୀଙ୍କୁ ଦିନରେ ଲଣ୍ଡନ ଦେଖାଇବା ସଦୃଶ ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଗୋଲକ ମହାପାତ୍ର କଟାକ୍ଷ କରିଛନ୍ତି ।

ଶ୍ରୀ ମହାପାତ୍ର କହିଛନ୍ତି ଯେ, ରାଜ୍ୟରେ ଭୂମିହୀନ ଚାଷୀ କିଏ ? ସେ ଭୂମିହୀନ ଚାଷୀମାନଙ୍କୁ ରାଜ୍ୟସରକାର କେବେ ଚିହ୍ନଟ କଲେ ? କେବେ ସେମାନଙ୍କର ଗଣନା ହେଲା ଏବଂ କେଉଁ ଆଧାରରେ ୧୮ ଲକ୍ଷ ଭୂମିହୀନ ଚାଷୀ ଅଛନ୍ତି ବୋଲି ରାଜ୍ୟ ସରକାର ବିଜ୍ଞାପନରେ ଦର୍ଶାଇଛନ୍ତି ତାହା ସ୍ପଷ୍ଟ କରିବା ଦରକାର । ଯଦି ସରକାର ଭୂମିହୀନ ଚାଷୀଙ୍କ ତାଲିକା ବିଜ୍ଞାପନରେ ଦର୍ଶାଇଛନ୍ତି ତେବେ ତାହା ସାର୍ବଜନୀନ କରୁନାହାଁନ୍ତି କାହିଁକି ? ପ୍ରଥମେ ଫଚାୟତ ଝାରି କାଳିଆ ହିତାଧିକାରୀ ଏବଂ ଭୂମିହୀନ ଚାଷୀଙ୍କ ତାଲିକାକୁ ରାଜ୍ୟ ସରକାର ସାର୍ବଜନୀନ କରନ୍ତୁ । କାଳିଆ ଯୋଜନାର ହିତାଧିକାରୀଙ୍କ ତାଲିକା ପ୍ରତି ପଂଚାୟତରେ ମାରିବା ପାଇଁ ବିଜେପି ପକ୍ଷରୁ ବାରମ୍ବାର ଦାବି ପରେ ବି ରାଜ୍ୟ ସରକାର ହିତାଧୁକାରୀଙ୍କ ତାଲିକା ପ୍ରକାଶ କରୁନାହାଁନ୍ତି । 

ଗୋଟିଏ ପଟେ ରାଜ୍ୟ ସରକାର କାଳିଆ ଯୋଜନାରେ ୫୩ ଲକ୍ଷ ଚାଷୀଙ୍କୁ କାଳିଆ ସହାୟତା ଯୋଗାଇବାର ଡିଣ୍ଡିମ ପିଟୁଛନ୍ତି । କିନ୍ତୁ ଅପରପକ୍ଷେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧୀ ଯୋଜନାର ପ୍ରତ୍ୟେକ କିସ୍ତିରେ ହିତାଧିକାରୀ ତାଲିକାରୁ ଓଡିଆ ଚାଷୀଙ୍କ ନାଁକୁ କାଟୁଛନ୍ତି । ଯଦି କାଳିଆ ଯୋଜନାରେ ଚାଷୀଙ୍କ ତାଲିକା ବଢୁଛି ତେବେ ପିଏମ କିଷାନ ସମ୍ମାନ ନିଧୀ ଯୋଜନାରେ ଚାଷୀଙ୍କ ନାଁ ଯୋଡୁ ନାହାଁନ୍ତି କାହିଁକି ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି । ବାସ୍ତବରେ ରାଜ୍ୟ ସରକାର ନିଜକୁ ସ୍ବଚ୍ଛ ପ୍ରମାଣିତ କରିବାକୁ ଚାହୁଁଛନ୍ତି ତେବେ ପ୍ରଥମେ କାଳିଆ ହିତାଧିକାରୀଙ୍କ ତାଲିକା ପ୍ରତି ପଂଚାୟତରେ ଲଗାନ୍ତୁ । କାଳିଆ ହିତାଧିକାରୀ ବିଜେଡି କର୍ମୀ ନା ପ୍ରକୃତ ଚାଷୀ ତାଲିକାରୁ ସ୍ପଷ୍ଟ ହୋଇପାରିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

ରାଜ୍ୟ ସରକାର ଏଠି ଚାଷୀଙ୍କ ବିକାଶ ବଦଳରେ ଚାଷୀ ମାରଣ ନୀତି ଆପଣାଇଛନ୍ତି । ଏବେ ବି ବିଭିନ୍ନ ଜିଲ୍ଲାର ମଣ୍ଡିମାନଙ୍କରେ ହଜାର ହଜାର କୁଇଣ୍ଟାଲ ଧାନ ପଡିରହିଛି । ଟୋକନ ଅବବ୍ୟସ୍ଥା ଯୋଗୁଁ ଚାଷୀମାନେ ସେମାନଙ୍କର ଧାନ ବିକ୍ରି କରିପାରୁନାହାଁନ୍ତି । କେନ୍ଦ୍ର ସରକାର ଚାଷୀଙ୍କ ପାଇଁ ଏମଏସପି ବୃଦ୍ଧି କରିବା, ଆବଶ୍ୟକଠାରୁ ଅଧିକ ପରିମାଣରେ ସାର ଓ କିଟନାଶକ ଯୋଗାଉଥୁବାବେଳେ ରାଜ୍ୟ ସରକାର ସେଗୁଡିକୁ ଚାଷୀଙ୍କ ପାଖରେ ପହଂଚାଇ ପାରୁନାହାଁନ୍ତି । କେନ୍ଦ୍ର ସରକାର ଧାର୍ଯ୍ୟ କରିଥିବା ଧାନର ଏମଏସପି ଅନୁସାରେ ମିଲରମାନେ ରାଜ୍ୟରେ ଧାନ କିଣୁନାହାଁନ୍ତି । ଏହା ପରେ ବି ରାଜ୍ୟ ସରକାର ଚୁପ୍ ରହିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget