ଭୁବନେଶ୍ବର, ଫସଲ ବୀମା ସପ୍ତାହ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାର ପ୍ରଚାର ଓ ପ୍ରସାର ଏବଂ ଚାଷୀମାନଙ୍କ ମଧ୍ୟରେ ଜନସଚେତନତା ବୃଦ୍ଧି ନିମନ୍ତେ ଫସଲ ବୀମା ଯୋଜନା ପ୍ରଚାର ଗାଡ଼ିକୁ ଆଜି କୃଷି ଭବନଠାରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । । ଏହି ଅବସରରେ ୧୦ଟି ଆକାକ୍ଷୀ ଜିଲ୍ଲାର ୧୦ଟି ପଛୁଆ ବ୍ଲକରେ ଚାଷୀମାନଙ୍କୁ ଅଧୁକ ସଚେତନ କରିବା ପାଇଁ ୨ଟି ପ୍ରଚାର ଗାଡ଼ିର ବ୍ୟବସ୍ଥା କରାଯାଇଛି । ପ୍ରଥମ ଗାଡ଼ିଟି ଭୁବନେଶ୍ବରରୁ ବାହାରି ଗଜପତି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର ଏବଂ ମାଲକାନଗିରିର ବ୍ଲକଗୁଡ଼ିକ ପରିକ୍ରମା କରିବ ଏବଂ ଦ୍ବିତୀୟ ଗାଡ଼ିଟି ଢେଙ୍କାନାଳରୁ ଯାତ୍ରା ଆରମ୍ଭ କରି ଢେଙ୍କାନାଳ ସମେତ ବଲାଙ୍ଗୀର, କନ୍ଧମାଳ, କଳାହାଣ୍ଡି, ନୂଆପଡ଼ା ଓ ରାୟଗଡ଼ା ଜିଲ୍ଲାର ବ୍ଲକରେ ପ୍ରଚାର କାର୍ଯ୍ୟ କରିବ ।
ଫସଲ ବୀମା ଯୋଜନା ସମ୍ବନ୍ଦରେ ଚାଷୀମାନଙ୍କୁ ଏକ ସଚେତନ କରିବା ନିମନ୍ତେ ଚଳିତ ବର୍ଷ ଜୁଲାଇ ମାସ ୧ରୁ ୭ ତାରିଖ ପର୍ଯ୍ୟନ୍ତ ‘ଫସଲ ବୀମା ସପ୍ତାହ ପାଳନ କରାଯାଉଛି । ଖରିଫ ୨୦୨୦ ବର୍ଷରେ ରାଜ୍ୟରେ ମୋଟ ୧୫.୫ ଲକ୍ଷ ଚାଷୀଙ୍କର ୧୧.୩୮ ଲକ୍ଷ ହେକ୍ଟର ଜମିକୁ । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବୀମାଭୁକ୍ତ କରାଯାଇଥିଲା । ଚଳିତ ଖରିଫ ଋତୁରେ ୧୨.୫ ଲକ୍ଷ ହେକ୍ଟର ଜମିକୁ ବୀମାଭୁକ୍ତ କରିବା ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରା ଯାଇଛି । ଚଳିତ ଖରିଫ ଋତୁରେ ବୀମା ଫକୀକରଣ ନିମନ୍ତେ ୩୧ ଜୁଲାଇ ଶେଷ ତାରିଖ ରହିଛି । ଏହି ଯୋଜନା ଖରିଫ ଋତୁରେ ୮ଟି ଫସଲ ଯଥା ଧାନ, କପା, ମକା, ମାଣ୍ଡିଆ, ହରଡ଼, ଚିନାବାଦାମ, ଅଦା ଏବଂ ହଳଦୀକୁ ଅନ୍ତର୍ଭୁକ୍ତ କରାଯାଇଛି । ସେହିପରି ରବି ଋତୁରେ ୯ଟି ଫସଲ ଯଥା ଧାନ, ମୁଗ, ବିରି, ଚିନାବାଦାମ, ଆଳୁ, ସୋରିଷ, ସୂର୍ଯ୍ୟ ମୁଖୀ, ପିଆଜ ଏବଂ ଆଖୁ ଫସଲକୁ ବିଜ୍ଞପିତ କରାଯାଇଛି । ଏଣୁ ନିମନ୍ତେ ଖରିଫ ଋତୁରେ ଚାଷୀମାନଙ୍କୁ ସ୍କଲ ଅଫ ଫାଇନାନ୍ସର ୨% ପ୍ରିମିୟମ୍ ପ୍ରଦାନ କରିବାକୁ ପଡୁଥିବାବେଳେ ରବି ଋତୁରେ ୧.୫% ପ୍ରିମିୟମ୍ ପ୍ରଦାନ କରିବାକୁ ହୋଇଥାଏ ।
ମାତ୍ର ବ୍ୟବସାୟିକ ଫସଲ ଯଥା ଆଳୁ, ପିଆଜ, ଅଦା, ହଳଦୀ, ଆଖୁ ପାଇଁ ୫% ପ୍ରିମିୟମ୍ ଦେବାକୁ । ପଡ଼ିଥାଏ । ବୀମା ପ୍ରିମିୟମ୍ବର ବାକି ରାଶି ରାଜ୍ୟ ଏବଂ କେନ୍ଦ୍ର ସରକାର ୫୦:୫୦ ଅନୁପାତରେ ବହନ କରିଥାନ୍ତି । ବୀମା ଯୋଜନା ନିମନ୍ତେ ଆମ ରାଜ୍ୟର ଜିଲ୍ଲାମାନଙ୍କୁ ୬ଟି କ୍ଲଷ୍ଟରରେ ବିଭକ୍ତ କରାଯାଇଛି ଏବଂ ଏଥୁ ନିମନ୍ତେ ୩ଟି ବୀମା କମ୍ପାନୀ ନିୟୋଜିତ କରାଯାଇଛି । ସେଗୁଡ଼ିକ ହେଲା ଏଗ୍ରିକଲଚର ଇନସୁରାନ୍ସ କଂପାନୀ ଲିମିଟେଡ୍, ରିଲାୟନ୍ସ ଜିଆଇସି ଲିମିଟେଡ୍ ଏବଂ ଏଚ୍.ଡି.ଏଫ୍.ସି ଏଗୋ ଜିଆଇସି ଲିମିଟେଡ୍ । ସମସ୍ତ ବ୍ୟାଙ୍କ, ପ୍ୟାକୁ ଏବଂ ଜନସେବା । କେନ୍ଦ୍ର ମାଧ୍ୟମରେ ଚାଷୀମାନଙ୍କର ସଂଜୀକରଣ କରାଯିବାର ବ୍ୟବସ୍ଥା କରାଯାଇଛି ।
ଫସଲ ବୀମା ଯୋଜନାକୁ ସୁଦୂରପ୍ରସାରୀ କରିବା ନିମନ୍ତେ ରାଜ୍ୟ ସରକାର ମଧ୍ୟ ନିଜମ୍ବ ଯୋଜନା ପ୍ରଣୟନ । । କରିଛନ୍ତି । ବୀମା କାର୍ଯ୍ୟକୁ ଅଧୁକ ସୁସଂଗତ କରିବା ପାଇଁ ଆମ ରାଜ୍ୟର ଭୁଲେଖ ପୋର୍ଟାଲକୁ ନ୍ୟାସନାଲ କ୍ରୟ ଇନଫ୍ଲୁରା ପୋର୍ଟାଲ ସହ ସଂଯୋଗୀକରଣ କରାଯାଇଛି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ୨୦୧୬ ମସିହାଠାରୁ ଅଦ୍ୟାବଧୂ ୩୯.୬୪ ଲକ୍ଷ ବୀମାଭୁକ୍ତ କମି ବାବଦରେ ହିତାଧୁକାରୀଙ୍କୁ ୪୯୬୩.୩୪ କୋଟି ଟଙ୍କାର ବୀମାରାଶି ପ୍ରଦାନ କରାଯାଇଛି । ଆଜିର କାର୍ଯ୍ୟକ୍ରମରେ କୃଷି ଉତ୍ପାଦନ କମିଶନର ଶ୍ରୀ ରାଜକୁମାର ଶର୍ମା, କୃଷି ଓ କୃଷକ ସଶକ୍ତିକରଣ । ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ. ଏମ୍. ମୁଥୁକୁମାରଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧୁକାରୀ ଉପସ୍ଥିତ ଥିଲେ ।
Post a Comment