loading...

ଓମାନ୍ ଓଡ଼ିଆ ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୩.୮୨ ଲକ୍ଷ ଟଙ୍କା ଦାନ

ଓମାନ୍ ଓଡ଼ିଆ ସଂଘ ତରଫରୁ ରାଜ୍ୟର କୋଭିଡ଼୍ ଲଢ଼େଇରେ ଯୋଗଦାନ ସ୍ୱରୂପ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୩.୮୨ ଲକ୍ଷ ଟଙ୍କା ଦାନ

ଓମାନ୍ ଓଡ଼ିଆ ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୩.୮୨ ଲକ୍ଷ ଟଙ୍କା ଦାନ

ଭୁବନେଶ୍ୱର, ଓମାନ୍ ଓଡ଼ିଆ ସଂଘ ତରଫରୁ ରାଜ୍ୟର କୋଭିଡ଼୍ ଲଢ଼େଇରେ ଯୋଗଦାନ ସ୍ୱରୂପ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୩.୮୨ ଲକ୍ଷ ଟଙ୍କା ଦାନ କରାଯାଇଛି । ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ରାଜ୍ୟ ଲୋକସେବା ଭବନରେ ସଂଘର କର୍ମକର୍ତ୍ତା ସଂପଦ କୁମାର ବଳ, ସଂଜିତ୍ କୁମାର ମହାନ୍ତି ଏବଂ ବିଦ୍ୟୁତ୍‌ଲତା ମହାନ୍ତିଙ୍କ ଠାରୁ ଏହି ରାଶିର ଚେକ୍ ଗ୍ରହଣ କରିଛନ୍ତି । ଚେକ୍ ପ୍ରଦାନ ସମୟରେ ଶ୍ରୀ ବଳ କହିଥିଲେ ଯେ ଓମାନରେ ରହୁଥିବା ଓଡ଼ିଆ ଭାଇଭଉଣୀମାନେ ରାଜ୍ୟର କୋଭିଡ୍ ଲଢ଼େଇରେ ସହଯୋଗ ସ୍ୱରୂପ ଏହି ରାଶି ନିଜ ନିଜ ପାଣ୍ଠିରୁ ସଂଗ୍ରହ କରିଛନ୍ତି । 

ଶ୍ରୀ ମହାନ୍ତି କହିଥିଲେ ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାରେ କୋଭିଡ୍ ପରିଚାଳନା ଅନେକ ଉତ୍ତମ ଉଦାହରଣ ସୃଷ୍ଟି କରିଛି । ସମୟୋଚିତ ପଦକ୍ଷେପ ଯୋଗୁ ରାଜ୍ୟରେ କୋଭିଡ୍ ସ୍ଥିତି ନିୟନ୍ତ୍ରଣାଧିନ ଅଛି । ଜିଲ୍ଲାରେ କୋଭିଡ୍ ଚିକିତ୍ସା ନିମନ୍ତେ ସ୍ୱତନ୍ତ୍ର ହସ୍‌ପିଟାଲ୍ ପ୍ରତିଷ୍ଠା କରାଯାଇଛି । ଆଗାମୀ ଦିନରେ ଓଡ଼ିଶା କୋଭିଡ୍ସଂ ଗ୍ରାମରେ ନିଶ୍ଚୟ ବିଜୟୀ ହେବ । ଏତାଦୃଶ ସହଯୋଗ ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଓମାନ ଓଡ଼ିଆ ସଂଘର ସମସ୍ତ ସଦସ୍ୟ ଓ କର୍ମକର୍ତ୍ତାଙ୍କୁ ସାଧୁବାଦ ଜ୍ଞାପନ କରିବା ସହ ସଂଘର ଭବିଷ୍ୟତ ବିକାଶ କାମନା କରିଥିଲେ ।
Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget