ଭୁବନେଶ୍ୱର, ସମାଜବାଦୀ ପାର୍ଟିର ଜାତୀୟ ଅଧ୍ୟକ୍ଷ ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ବର୍ତ୍ତମାନର ସାଂସଦ ଶ୍ରୀଯୁକ୍ତ ଅଳେଶ ଯାଦବଙ୍କ ୪୮ତମ ଜନ୍ମଜୟନ୍ତୀ କୋଭିଡ୍ କଟକଣା ଅନୁଯାୟୀ ମହାସମାରୋହରେ ସମାଜବାଦୀ ପାର୍ଟି ରାଜ୍ୟ କାର୍ଯ୍ୟାଳୟରେ ପାଳିତ ହୋଇଯାଇଛି । ପାର୍ଟିର ରାଜ୍ୟ ସଭାପତି ରବି ବେହେରାଙ୍କ ଦ୍ବାରା ଜନ୍ମଦିନର କେକ୍ କଟାଯାଇ ଶ୍ରୀଯୁକ୍ତ ଯାଦବଙ୍କ ସୁସୁ, ଦୀର୍ଘ ନିରାମୟ ଜୀବନ କାମନା କରି ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା । ଆଗାମୀ ବର୍ଷ ଉତ୍ତର ପ୍ରଦେଶରେ ଅନୁଷ୍ଠିତ ହେବାକୁ ଯାଉଥିବା ସାଧାରଣ ନିର୍ବାଚନରେ ଅଖିଳେଶଙ୍କ ନେତୃତ୍ବରେ ସମାଜବାଦୀ ପାର୍ଟି ବହୁମତ ଲାଭ କରି ସରକାର ଗଠନ କରିବ ବୋଲି ମତ ପ୍ରକାଶ ପାଇଥିଲା ।
ଅନ୍ୟମାନଙ୍କ ମଧ୍ୟରେ ପାର୍ଟିର ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ, ଯୁବନେତା ସୁନିଲ ମିଶ୍ର, ସୁଶିଲ ହୋତା, ରଣଜିତ ପ୍ରଧାନ, କୃଷକ ନେତା ବିଜୟ ବେହେରା ପ୍ରମୁଖ ଅଳେଶଙ୍କ ନେତୃତ୍ବ ଉପରେ ଆଲୋକପାତ କରିଥିଲେ । ଆଜି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟ ପକ୍ଷରୁ ଜାଳେଣୀ ଗ୍ୟାସର ୨୫ ଟଙ୍କା ଦର ବୃଦ୍ଧି ଓ ବ୍ୟବସାୟିକ ଜଳେଣୀ ଗ୍ୟାସର ସିଲିଣ୍ଡର ପିଛା ୮୪ ଟଙ୍କା ଦର ବୃଦ୍ଧି ବିରୁଦ୍ଧରେ ରାଜ୍ୟ କାର୍ଯ୍ୟାଳୟ ପରିସରରେ ଏକ ବିକ୍ଷୋଭ ଅନୁଷ୍ଠିତ ହୋଇ ତୁରନ୍ତ ଦର ବୃଦ୍ଧି ପ୍ରତ୍ୟାହାର କରିବା ପାଇଁ ଦାବି କରାଯାଇଥିଲା ।
ଦେଶବାସୀଙ୍କୁ ‘ଆଚ୍ଛାଦିନ’ର ପ୍ରତିଶ୍ରୁତି ଦେଇଥିବା ମୋଦି ସରକାର ପେଟ୍ରୋଲ, ଡ଼ିଜେଲ ଓ ରନ୍ଧନ ଗ୍ୟାସ୍ର ଦର ବୃଦ୍ଧି କରି ଗରିବ, ନିମ୍ନ ମଧ୍ୟବିତ୍ତ ଓ ମଧ୍ୟବିତ୍ତ ଶ୍ରେଣୀଙ୍କୁ ଯେଉଁଭଳି ଶୋଷଣ କରି ଋଲିଛନ୍ତି ଏହାକୁ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ତୀବ୍ର ନିନ୍ଦା କରାଯାଇ ଆଗାମୀ ଦିନରେ ଗଣଆନ୍ଦୋଳନକୁ ଶକ୍ତିଶାଳୀ କରି ଗଢି ତୋଳିବା ପାଇଁ ସମସ୍ତ ବାମ, ଗଣତାନ୍ତ୍ରିକ, ସମାଜବାଦୀ ଦଳ ଓ ଶକ୍ତିମାନେ ଏକାଠି ହେବାକୁ ପାର୍ଟି ପକ୍ଷରୁ ସଭାପତି ଶ୍ରୀ ବେହେରା ନିବେଦନ କରିଛନ୍ତି ।
Post a Comment