ଭୁବନେଶ୍ୱର, ଭୁବନେଶ୍ବରସ୍ଥିତ ଚନ୍ଦ୍ରଶେଖରପୁରଠାରେ ଶ୍ରୀ ବିଶ୍ୱନାଥ ମନ୍ଦିର ପ୍ରାଙ୍ଗଣରେ ବିଶ୍ଵନାଥ ଓ ପାର୍ବତୀଙ୍କ ଦ୍ଵାଦଶତମ ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ କୁଆଖାଇ ନଦୀରୁ କଳସ ପାତ୍ରରେ ପାଣି ଆଣି ଘଟ ସ୍ଥାପନ କରାଯାଇଥିଲା । କୋଭିଡ କଟକଣାକୁ ମାନ୍ୟତା ଦେଇ ମୁହଁରେ ମାସ୍କ ପିନ୍ଧି ମୋଟ ୭ଜଣ ଉପସ୍ଥିତ ରହି ଦେବ ଦମ୍ପତ୍ତିଙ୍କୁ ଆବାହନ କରିଥିଲେ । ପ୍ରଭୁ ବିଶ୍ବନାଥଙ୍କ ମନ୍ଦିର ପ୍ରାଙ୍ଗଣରେ ଦୁଇଦିନବ୍ୟାପୀ ଶିବ-ପାର୍ବତୀଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଦିବା ୫ ଘଟିକାରେ ଦେବ ଦମ୍ପତ୍ତିଙ୍କର ହସ୍ତଗଣ୍ଡି ଏବଂ ହରିହରଙ୍କ ସମେତ ସର୍ବ ଦେବାଦେବୀଙ୍କର ଭେଟ ଓ ଖଇ କଉଡ଼ି ଖେଳ ହୋଇଥିଲା ।
ଏହି ଉତ୍ସବରେ ପୂଜକ ଶରଦା ପ୍ରସନ୍ନ ପଣ୍ଡା ଓ ସରୋଜ କୁମାର ପାଢୀ ପୂଜାର୍ଚ୍ଚନା କରିଥିଲେ । ବରପିତା ଭାବେ ମ୍ୟାନେଜିଙ୍ଗ ଟ୍ରଷ୍ଟି ବିଶ୍ବନାଥ ମହାନ୍ତି ଏବଂ ତାଙ୍କ ସହଧର୍ମିଣୀ ରେବତୀ ସ ନିଜର ଭୂମିକା ନିର୍ବାହ କରିଥିବା ବେଳେ କନ୍ୟାପିତା ଭାବେ ରବୀନ୍ଦ୍ର କୁମାର ଜେନା ଓ ପତ୍ନୀ ରଶ୍ମିତା ଜେନା, ଅନିତା, କଳ୍ପନା ପ୍ରମୁଖ ଦେବ ଦମ୍ପତ୍ତିକୁ ବନ୍ଦାପନା କରିଥିଲେ । ଜୁନ୍ ୧୬ ତାରିଖ ଅର୍ଥାତ୍ ଶେଷ ରଜଦିନ ଶୀତଳଷଷ୍ଠୀ ଅବସରରେ ରୁଦ୍ରାଭିଷେକ, ୧୦୮ ବେଲପତ୍ର ପ୍ରଦାନ ପୂର୍ବକ ଅପରାହ୍ନ ୫ ଘଟିକାରେ ୫ ଜଣ ମୁଖା ପିନ୍ଧି ସାମାଜିକ ଦୂରତା ରକ୍ଷା କରି ହାତଘଣ୍ଟି ଓ ଶଙ୍ଖ ବାଦନ କରି ନଗର ପରିକ୍ରମା କରିଥିଲେ । ଏହି ବିବାହ ଉତ୍ସବ ନିରାଡ଼ମ୍ବର ଭାବେ ସମ୍ପନ୍ନ ହୋଇଥିଲା ।
Post a Comment