loading...

ରାଜ୍ୟ ସରକାର ଏବଂ ଘରୋଇ କଂପାନୀମାନଙ୍କ ମିଳିତ ସହଯୋଗରେ ବିଦ୍ୟୁତ ଉପଭୋକ୍ତାଙ୍କ ସ୍ୱାର୍ଥକୁ ଅଣଦେଖା

ରାଜ୍ୟର ବିଦ୍ୟୁତ ଉପଭୋକ୍ତାଙ୍କ ସ୍ବାର୍ଥକୁ ଜଳାଞ୍ଜଳୀ ଦେଇ ଘରୋଇ କଂପାନୀଗୁଡିକର ସ୍ବାର୍ଥକୁ ପ୍ରତ୍ୟକ୍ଷ ଭାବେ ପ୍ରୋତ୍ସାହନ ଦେବା ସହ ବିଶେଷ ଭାବେ ଘରୋଇ ବିଜୁଳି

ରାଜ୍ୟ ସରକାର ଏବଂ ଘରୋଇ କଂପାନୀମାନଙ୍କ ମିଳିତ ସହଯୋଗରେ ବିଦ୍ୟୁତ ଉପଭୋକ୍ତାଙ୍କ ସ୍ୱାର୍ଥକୁ ଅଣଦେଖା

ଭୂବନେଶ୍ୱର,ରାଜ୍ୟର ବିଦ୍ୟୁତ ଉପଭୋକ୍ତାଙ୍କ ସ୍ବାର୍ଥକୁ ଜଳାଞ୍ଜଳୀ ଦେଇ ଘରୋଇ କଂପାନୀଗୁଡିକର ସ୍ବାର୍ଥକୁ ପ୍ରତ୍ୟକ୍ଷ ଭାବେ ପ୍ରୋତ୍ସାହନ ଦେବା ସହ ବିଶେଷ ଭାବେ ଘରୋଇ ବିଜୁଳି ଉପଭୋକ୍ତାଙ୍କୁ ବାରମ୍ବାର ଧୋକା ଦେଇ ଆସୁଛନ୍ତି ରାଜ୍ୟ ସରକାର । କୋଭିଡ୍ ସଂକ୍ରମଣ କାରଣରୁ ସାଧାରଣ ଜନତାଙ୍କ ଆର୍ଥିକ ସ୍ଥିତି ଦୋହଲି ଯାଇଥୁବେଳେ ରାଜ୍ୟ ସରକାରଙ୍କ ବିଦ୍ୟୁତ କଂପାନୀମାନଙ୍କ ପ୍ରତି ଅହେତୁକ ଅନୁକଂପା ପ୍ରଦର୍ଶନ “ବୋଝ ଉପରେ ନଳିତା । ବିଡ଼ା ସଦୃଶ ବୋଲି ଭୁବନେଶ୍ବର ଜିଲ୍ଲା ସଭାପତି ଶ୍ରୀ ବାବୁ ସିଂ କହିଛନ୍ତି । କରୋନା ସଂକ୍ରମଣର ୧ମ ପର୍ଯ୍ୟୟ ସମୟରେ ଗତ ୨୦୨୦ ମସିହା ସେପ୍ଟେମ୍ବର ମାସରେ ବିଦ୍ୟୁତ ଦର ୟୁନିଟ ପିଛା ୩୦ ପଇସା ବୃଦ୍ଧି ହୋଇଥୁଲା । 

ପୁଣି ଚଳିତ ବର୍ଷ ମାର୍ଚ୍ଚ ମାସରେ ୟୁନିଟ ପିଛା ୨୦ ପଇସା ବୃଦ୍ଧି କରାଯାଇଛି । ଗତ ୬ ମାସ ଭିତରେ ବିଦ୍ୟୁତ ୟୁନିଟ ପିଛା ୫୦ ପଇସା ବୃଦ୍ଧି ହୋଇସାରିଛି । ରାଜ୍ୟ ସରକାର ଏବଂ ଘରୋଇ କଂପାନୀମାନଙ୍କ ମିଳିତ ସହଯୋଗରେ ବିଦ୍ୟୁତ ଉପଭୋକ୍ତାଙ୍କ ସ୍ୱାର୍ଥକୁ ଅଣଦେଖା କରାଯାଇ ଏଭଳି ଅହେତୁକ ବୃଦ୍ଧି କରାଯାଇଛି ବୋଲି ଶ୍ରୀ ସିଂ ଅଭିଯୋଗ କରିଛନ୍ତି ।
କୋଭିତ୍ ମହାମାରୀ ସଂକଟ ସମୟରେ ସାଧାରଣ ଜନତାଙ୍କ ଉପରେ ଜୋରଜବରଦସ୍ତ ଭାବେ ଏଭଳି ଆର୍ଥିକ ବୋଝ ଲଦି ଦିଆଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ସମ୍ବେଦନହୀନତାର ପରିଚୟ ଭାରତୀୟ ଜନତା ପାର୍ଟି ଏହାକୁ ବିରୋଧ କରୁଛି । 

ଏହାର ପ୍ରତିବାଦରେ ଆସନ୍ତା କାଲି ସକାଳେ ଭୂବନେଶ୍ବର ଜିଲ୍ଲା ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯିବ । କରୋନା ସଂକ୍ରମଣ ଜନିତ ଲଭନ । ସଘନ କଟକଣା ଏବଂ ଗହଳି ଜପରେ ନିଷେଧ ଯୁବା କାରଣରୁ ଭଚୁଆଲ । ମୋ ପ୍ରତିବାଦ କରାଯିବ ବୋଲି ଶ୍ରୀ ସିଂ କହିଛନ୍ତି । ନିଜ ନିଜ ଅଂଚଳ ଏବଂ ଘରେ ରହି ବିଜେପି କାର୍ଯ୍ୟକର୍ତାମାନେ ଟେକ୍ନୋଲୋଜିକୁ ବ୍ୟବହାର କରି ଭର୍ଚୁଆଲ ମିଟିଂ ଜରିଆରେ ବିକ୍ଷୋଭ ପ୍ରଦର୍ଶନ କରିବେ । ରାଜ୍ୟ ସରକାର ତୁରନ୍ତ କୌଣସି ପଦକ୍ଷେପ ଗ୍ରହଣ ନକଲେ ବିଜେପି ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବ ବୋଲି ଶ୍ରୀ ସିଂ ଚେତାବନୀ ଦେଇଛନ୍ତି ।
Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget