loading...

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଜଗତସିଂହପୁର ଓ ପାରାଦ୍ବୀପଠାରେ ଲିକୁଇଡ୍ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା ନିମନ୍ତେ ଶିଳାନ୍ୟାସ

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଜଗତସିଂହପୁର ଓ ପାରାଦ୍ବୀପଠାରେ ଲିକୁଇଡ୍ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା ନିମନ୍ତେ ଶିଳାନ୍ୟାସ

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଜଗତସିଂହପୁର ଓ ପାରାଦ୍ବୀପଠାରେ ଲିକୁଇଡ୍ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା ନିମନ୍ତେ ଶିଳାନ୍ୟାସ

ଜଗତସିଂହପୁର, ଆଜି ଅପରାହ୍ନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ଲିକୁଇଡ୍‌ ମେଡିକାଲ ଅକ୍ସିଜେନ୍ ସଂରକ୍ଷଣ ଓ ବଂଣ୍ଡନ ବ୍ୟବସ୍ଥା ସହିତ ଚାପ ଅବଶୋଷଣ ପ୍ରଣାଳୀରେ ମେଡିକାଲ ଅକ୍ସିଜେନ୍‌ର ଉତ୍ପାଦନ ଓ ବଣ୍ଟନ ବ୍ୟବସ୍ଥା ଏବଂ ପାରାଦ୍ବୀପସ୍ଥିତ କୋଭିତ୍ ହସିଟାଲ ପାଇଁ ଚାପ ଅବଶୋଷଣ ପ୍ରଣାଳୀରେ ମେଡିକାଲ ଅକ୍ସିଜେନ୍‌ର ଉତ୍ପାଦନ ଓ ବଣ୍ଟନ ବ୍ୟବସ୍ଥାର ଶିଳାନ୍ୟାସ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟ ଜଳ ସଂପଦ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଜଗତସିଂହପୁର ଜିଲ୍ଲାବାସୀଙ୍କ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ସହ ଧନ୍ୟବାଦ ଜ୍ଞାପନ କରିଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ଦାସ କହିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ବିଭିନ୍ନ ଜିଲ୍ଲାରେ ଏହି ଭଳି ପ୍ରକଳ୍ପ ସ୍ଥାପନ ପାଇଁ ଶିଳାନ୍ୟାସ କରି ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ସାହ୍ମୀଭିତିଭୂମିର ବିକାଶ କ୍ଷେତ୍ରରେ ତାଙ୍କର ରହିଥିବା ପ୍ରତିବଦ୍ଧତାକୁ ପ୍ରମାଣିତ କରିଛନ୍ତି । 

କୋଭିଡ ମହାମାରୀ ସଂକ୍ରମଣର ଦ୍ବିତୀୟ ଲହର ସମୟରେ ଯେତେବେଳେ ଦେଶର କେତେକ ରାଜ୍ୟ ମେଡିକାଲ ଅକ୍ସିଜେନ୍ ପାଇଁ ଘୋର ସଂକଟର ସମୁଖୀନ ହୋଇଥିଲା, ମାନ୍ୟବର ମୁଖ୍ୟମନ୍ତ୍ରୀ ‘ସମଗ୍ର ବିଶ୍ୱ ଏକ ପରିବାର' ନୀତିରେ ସେହିସବୁ ରାଜ୍ୟକୁ ମେଡିକାଲ ଅକ୍ସିଜେନ୍ ଯୋଗାଣ ପାଇଁ ଦୃଢ଼ ପଦକ୍ଷେପ ନେଇଥିଲେ । ଆମ ରାଜ୍ୟର ସବୁ ଡାକ୍ତରଖାନାରେ ଆବଶ୍ୟକ ମେଡିକାଲ ଅକ୍ସିଜେନ୍‌ର ସୁବିଧା କରାଯିବା ସହ ଏହି ୨ ମାସ ମଧ୍ୟରେ ଆମ ରାଜ୍ୟ, ଦେଶର ୧୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳକୁ ୩୦,୦୦୦ ମେଟ୍ରିକ୍ ଟନରୁ ଉର୍ଦ୍ଧ ମେଡିକାଲ ଅକ୍ସିଜେନ୍ ଯୋଗାଇବା ଫଳରେ ହଜାର ହଜାର  ସଂଖ୍ୟାରେ ମୂଲ୍ୟବାନ ଜୀବନ ରକ୍ଷା ହୋଇପାରିଛି ବୋଲି ମନ୍ତ୍ରୀ ଶ୍ରୀ ଦାସ ପ୍ରକାଶ କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜ୍ୟରେ ଅଧିକରୁ ଅଧିକ ମେଡିକାଲ ଅକ୍ସିଜେନ୍‌ ପ୍ଲାଣ୍ଡ ସ୍ଥାପନ ପାଇଁ ପଦକ୍ଷେପ ନେବା ସହିତ ସାସ୍ଥ୍ୟ ସେବାରେ ଭିତିଭୂମିର ବିକାଶ ଏବଂ ଡାକ୍ତର ନିଯୁକ୍ତିକୁ ପ୍ରାଥମିକତା ଦେଇ ନିକଟରେ ୭୮୬ ଜଣ ଡାକ୍ତରଙ୍କୁ ନିଯୁକ୍ତି ଦେଇଛନ୍ତି ।

କରୋନା ମହାମାରୀ ହେଉ, ବାତ୍ୟା ବା ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ହେଉ, ମାନ୍ୟବର ମୁଖ୍ୟମନ୍ତ୍ରୀ ସର୍ବଦା କହିଆସିଛନ୍ତି, ପ୍ରତ୍ୟେକ ଜୀବନ ମୂଲ୍ୟବାନ । ପୂର୍ବରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଜଗତସିଂହପୁର ଡାକ୍ତରଖାନାରେ ଶଯ୍ୟସଂଖ୍ୟା ବୃଦ୍ଧି କରିବାକୁ ଆବଶ୍ୟକ ସଂଜୁରୀ ଦେଇଛନ୍ତି । ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଜଗତସିଂହପୁର ସାଂସଦ ଡା. ରାଜଶ୍ରୀ ମଲ୍ଲିକ, ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲିଙ୍କ ସମେତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରକାଶ ଆର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବିଜୟା ପଣ୍ଡା,ପୂର୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଓ ସାସ୍ଥ୍ୟ ବିଭାଗର ଅନ୍ୟ । ପଦାଧିକାରୀ ଉପସ୍ଥିତ ଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget