ଭୁବନେଶ୍ୱର, ଭୁବନେଶ୍ବର ସହରକୁ ସ୍ମାର୍ଟ ସିଟିରେ ପରିଣତ କରିବା ପାଇଁ ନବୀନ ବାବୁଙ୍କ ସରକାର ଯେତେ ବ୍ୟାକୁଳତା ଦେଖାଉଛନ୍ତି ପ୍ରକୃତରେ ସହରକୁ ସ୍ମାର୍ଟ ସିଟି ନା ସ୍ମାସ ସିଟି କରାଯାଉଛି । ଏ ସହରକୁ ସର୍ବସୁନ୍ଦର କରିବା ଆଳରେ ଏ ସହରର ଐତିହ ଏ ରାଜ୍ୟର ପରମ୍ପରା, କଳା ସଂସ୍କୃତିକୁ ସବୁଦିନ ପାଇଁ ଲୁଚେଇ ଦେବା ପାଇଁ ଅପଚେଷ୍ଟା କରାଯାଉନି ତ ? ଦୀର୍ଘ ୫ ବର୍ଷରୁ ଅଧୁକ ହେଲାଣି ଏ ସହରକୁ ସ୍ମାର୍ଟସିଟି କରିବା ପରିବର୍ତ୍ତେ ସବୁ ରାସ୍ତାକୁ ଖୋଳିବା ଏବଂ ଗୋଟିଏ କାମକୁ ଭାଙ୍ଗିବା ପୁଣି ଗଢ଼ିବା ଛଡ଼ା ଏ ପାଂଚ ବର୍ଷ ଭିତରେ ନୂଆକାମ କିଛି ହୋଇନାହିଁ । ଏ ପର୍ଯ୍ୟନ୍ତ ସହରରୁ ଜଳ ନିଷ୍କାସନ ବ୍ୟବସ୍ଥା ହୋଇପାରିଲା ନାହିଁ । ସହରର ବିଭିନ୍ନ ଅଂଚଳରେ ପିଇବା ପାଣିର ସମସ୍ୟା ଦୂରିଭୂତ ହୋଇପାରିଲା ନାହିଁ ଏବଂ ନାଳ ନର୍ଦ୍ଦମା କୁ ମଧ୍ୟ ପରିସ୍କାର କରାଯାଇ ପାରିଲା ନାହିଁ ।
କେବଳ ସହରର ମୁଖ୍ୟ ରାସ୍ତା ଗୁଡ଼ିକୁ ଭଲ ଟାଇଲ ଯୋଡ଼େଇ କରି କୋଟି କୋଟି ଟଙ୍କା ବ୍ୟୟ ବରାଦ କରିବା ସହରର ମୁଖ୍ୟ ରାସ୍ତାଗୁଡ଼ିକୁ ସଂକୁଚିତ କରିବାକୁ ଏ ସରକାର କଣ ସ୍ମାର୍ଟ ସିଟିର ଆଖ୍ୟା ଦେଉଛନ୍ତି କି ? ଆଜି ମାଷ୍ଟରକ୍ୟାଟିନ ଗୋଲେଇ ଭିତରେ ଘୋଡ଼ା ସମ୍ମୁଖରେ ଭୁବନେଶ୍ଵର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶଙ୍କ ଆନକୂଲ୍ୟରେ ଏକ ପ୍ରତିବାଦ ସଭା ଆୟୋଜନ କରାଯାଇଥିଲା । ଏହି ସଭାରେ ରାଜ୍ୟ କଂଗ୍ରେସର ବରିଷ୍ଠ କଂଗ୍ରେସ ନେତା, ପୂର୍ବତନ ମନ୍ତ୍ରୀ ତଥା ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ତାଙ୍କ ବକ୍ତବ୍ୟରେ କହିଲେ ଯେ ଏହି ଘୋଡ଼ା ୧୯୮୯ ମସିହାରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀ କାଳରେ ଏହି ଘୋଡାଟି ଭୁବନେଶ୍ଵର ସହରର ମୁଖ୍ୟ ଦ୍ୱାରରେ ସ୍ଥାପନ କରାଯାଇଥିଲା । ଏହି ଘୋଡ଼ାଟି କେବଳ ପଥର ନିର୍ମିତ ଆକୃତି ନୁହେଁ ଏହା ଓଡ଼ିଶା ସରକାରଙ୍କର ଶାସନର ଚିହ୍ନ ଏହି ଘୋଡ଼ା ଓଡ଼ିଶାର କଳିଙ୍ଗର ବିରତ୍ବର ଗାଥାକୁ ବହନ କରେ । ଏହି ସଭାରେ ବରିଷ୍ଠ ଆଇନଜୀବି ଶ୍ରୀ ଶିବାନନ୍ଦ ରାୟ ଓଡ଼ିଶା ସରକାରଙ୍କ ତଥା କିଛି ଅଣଓଡ଼ିଆ ସରକାରୀ କର୍ମସ୍ପରୀଙ୍କ ପ୍ରୟୋଜନରେ ଏ ହୀନ ଉଦ୍ୟମ କରାଯାଉଛି ।
ସରକାର ଅତି ଶୀଘ୍ର ନିଜର ନିଷ୍ପତିକୁ ବଦଳାନ୍ତୁ ୨୧ ବର୍ଷ ଭିତରେ ଏ ସହରର ଜନସାଧାରଣଙ୍କୁ ଶିକ୍ଷା, ସ୍ବାସ୍ଥ୍ୟ ଓ ରୋଜଗାର ଦେଇ ପାରୁନଥିବା ସରକାର ସ୍ମାର୍ଟ ସିଟି ପରିକଳ୍ପନା ଏକ ଭାଣ୍ଡାମି । ଏହି ପ୍ରତିବାଦ ସଭାରେ ରାଜ୍ୟ କଂଗ୍ରେସର ମୁଖପାତ୍ର ରଜନୀ ମହାନ୍ତି ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରି କହିଲେ ଯେ ପ୍ରଗତିର ନାରେ ନିଜର କଳା, ସଂସ୍କୃତି ଏବଂ ଐତିହକୁ ନଷ୍ଟ କରିଦେବାକୁ ପ୍ରଗତି କୁହାଯାଏ ନାହିଁ । ଏହି ଘୋଡାଟି ଓଡ଼ିଶାର ବହୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଭୁବନେଶ୍ବରର ବହୁ ବିଷିଷ୍ଟ ଗୁଣୀଜନଙ୍କର ନିଷ୍ପତିକ୍ରମେ ସ୍ଥାପନ କରାଯାଇଥିଲା । ତନ୍ମମଧରୁ ବିଜୁବାବୁ ମଧ୍ୟ ଅନ୍ୟତମ । ଆଜି ସାରା ବିଶ୍ୱରେ ପ୍ରତ୍ୟେକ ରାଷ୍ଟ୍ର ନିଜର ଐତିହ, କଳା, ସଂସ୍କୃତିକୁ ରକ୍ଷା କରୁଥିଲା ବେଳେ ଓଡ଼ିଶା ସରକାର ଏହାକୁ ନଷ୍ଟ କରିବାରେ ଲାଗିପଡ଼ିଛନ୍ତି ଏହା ହେଉଛି ନବୀନ ବାବୁଙ୍କର ସବୁଠାରୁ ବଡ ଟ୍ରାନସ୍ଫରମେସନ ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିଶୋର ଜେନା, ମନୋରଞ୍ଜନ ଦାଶ, ପ୍ରକାଶ ଜେନା, ସୁବ୍ରତ ମହାପାତ୍ର, ପ୍ରକାଶ ମିଶ୍ର, ମୋହନ ଜେନା, ଜୟକୃଷ୍ଣ ସୁବୁଦ୍ଧି, ମିହିର ଆଚାର୍ଯ୍ୟ, ଲିଙ୍ଗରାଜ ସାହୁ, ଜୟନ୍ତ ଭୋଇ, ବଟକୃଷ୍ଣ ରାଉତରାୟ, କହ୍ନେଇ ସେଠୀ, ରଣଜିତ ପଟ୍ଟନାୟକ, ବୃନ୍ଦାବନ ସାହୁ, କୁସୁମ ପ୍ରଧାନ, ମୁନି ଥାଗା, ସଂକୁନା କହଁର, ଜୟକୃଷ୍ଣ ମଲ୍ଲିଆ, ସାଗର ପଟ୍ଟନାୟକ, ରଞ୍ଜିତ ପାତ୍ର, ସ୍ଵାଗତ କର, ବୁନା ମହାନ୍ତି, ଶ୍ରୀଧର ବଳିଆର ସିଂ, ଅକ୍ଷୟ କୁମାର ଦାସ, କୁନା ମୁଦୁଲି, ଶତୃଘ୍ନ ବେହେରା, ଅବିନାଷ ନନ୍ଦ, ବିକାଶ ପଶୁପାଳକ, ଅଲେଷ ଯାଦବ, ଅନିଲ ଦାସ, ଲୁଲୁ ଅହମ୍ମଦ, ପ୍ରତ୍ୟୁଷ ରଞ୍ଜନ ପ୍ରଧାନ, କାଳୁ ସାହୁ, ନୀଳମଣି ମିଶ୍ର, ନୌସର ଅଲ୍ଲୀ, ସୁଧ୍ୟଶୁ ମୋହନ ପଟ୍ଟନାୟକ, ଅଶୋକ ମଙ୍ଗରାଜ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।
Post a Comment