ଭୂବନେଶ୍ୱର, ରାଜଧାନୀର ପ୍ରମୁଖ ସ୍ଥାନ ଓ ଛକମାନଙ୍କରେ ବହୁ ସ୍ଥପତି, ହସ୍ତକଳା ଆଦି ଶୋଭା ପାଇବା ସହ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି । ସୌନ୍ଦର୍ଯ୍ୟକରଣ ନାଁରେ ରାଜଧାନୀର ଐତିହ୍ୟ, ସଂସ୍କୃତି ଏବଂ ପରଂପରାକୁ ଆଦୌ କ୍ଷୁର୍ଣ୍ଣ କରିବାକୁ ଦିଆଯିବ ନାହିଁ । ଦୀର୍ଘ ବର୍ଷ ଧରି ରାଜଧାନୀର ମୁଖ୍ୟ ମାଷ୍ଟର କ୍ୟାଟିନ ଛକରେ ଶୋଭା ପାଇବା ସହ ସୌନ୍ଦର୍ଯ୍ୟ ସୃଷ୍ଟି କରୁଥିବା ଘୋଡା ଓ ଯୋଦ୍ଧାଙ୍କ ସ୍ଥପିତକୁ ଅନ୍ୟତ୍ର ସ୍ଥାନାନ୍ତର କରିବାର ଅପଚେଷ୍ଟାକୁ ଆଦୌ ଗ୍ରହଣ କରାଯାଇପାରିବ ନାହିଁ । ପ୍ରଶାସନ ଜୋର ଜବରଦସ୍ତ ଏହି ସ୍ଥପତି କଳାକୁ ସ୍ଥାନାନ୍ତରଣ କଲେ, ଏହାକୁ ବିରୋଧ କରାଯିବା ସହ ଆନ୍ଦୋଳନ କରାଯିବ ବୋଲି ଭୁବନେଶ୍ବର ଜିଲ୍ଲା ସଭାପତି ଶ୍ରୀ ବାବୁ ସିଂ ଚେତାବନୀ ଦେଇଛନ୍ତି ।
ପ୍ରଖ୍ୟାତ ସୁପତି ପଦ୍ମବିଭୁଷଣ ସ୍ବର୍ଗତଃ ରଘୁନାଥ ମହାପାତ୍ରଙ୍କ ଦ୍ବାରା ଐତିହ୍ୟ କୋଣାର୍କ ମନ୍ଦିରର ଅବିକଳ ଢାଞ୍ଚାରେ ନିର୍ମିତ ତଥା ଓଡିଶା ଶାସନର ପ୍ରତୀକ ରାଜଧାନୀର ପରିଚୟ ମାଷ୍ଟରକ୍ୟାଟିନ ଛକସ୍ଥିତ ଘୋଡାକୁ ଅନ୍ୟତ୍ର ସ୍ଥାନାନ୍ତର କରିବାର ରାଜ୍ୟ ସରକାରଙ୍କ କୁଚକ୍ରାନ୍ତକୁ ଜିଲ୍ଲା ବିଜେପି ତରଫରୁ ଦୃଢ ନିନ୍ଦା କରାଯାଉଛି ବୋଲି ଶ୍ରୀ ସିଂ କହିଛନ୍ତି । ଜିଲ୍ଲା ସଭାପତି ଶ୍ରୀ ବାବୁ ସିଂଙ୍କ ସମେତ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଜିଲ୍ଲା ସାଧାରଣ ସଂପାଦକ ଅଭିଷେକ ଆଚାର୍ଯ୍ୟ, ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ରଶ୍ମୀରଂଜନ ମହାପାତ୍ର, ବନଦୁର୍ଗା ମଣ୍ଡଳ ସଭାପତି ଫିରୋଜ ଖାନଙ୍କ ସମେତ ପ୍ରମୁଖ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।
Post a Comment