ଭୁବନେଶ୍ୱର, ରାଜ୍ୟରେ ମୋ ସରକାର, ଆମ ସରକାର, ଲୋକଙ୍କ ସରକାର ଯେ କେବଳ ପ୍ରଚାର ସର୍ବସ୍ଵ, ପୁଣି ଆଜି ତାହା ପ୍ରମାଣିତ ହୋଇଛି ବୋଲି ବରିଷ୍ଠ କଂଗ୍ରେସ ନେତା ତଥା ସ୍ୱାଧୀନତା ସଂଗ୍ରାମୀ ଦାୟାଦ ଅନୁଷ୍ଠାନର ଉପଦେଷ୍ଟା ଡ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଏକ ପ୍ରେସ୍ ବିବୃଭିରେ କହିଛନ୍ତି । ଓଡ଼ିଶା ସ୍ବାଧୀନତା ଆନ୍ଦୋଳନର ଅନ୍ୟତମ ଅଗ୍ରଣୀ ପରିବାର, ଭଦ୍ରକ ଜିଲ୍ଲାର କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ପରିବାର । କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ସାନପୁଅ, ସ୍ଵାଧୀନତା ସଂଗ୍ରାମୀ ସ୍ବର୍ଗତ ଗୌର ଚନ୍ଦ୍ର ମହାପାତ୍ରଙ୍କ ଧର୍ମପତ୍ନୀ ଶ୍ରୀମତୀ ମୀରା ଦେବୀ ଗତ ୧୫ ତାରିଖ ପ୍ରତ୍ୟୁଷରେ, ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ କରୋନାରେ ପରଲୋକଗମନ କରିଛନ୍ତି ।
ଡଃ ଜ୍ଞାନେନ୍ଦ୍ର, ସ୍ଵର୍ଗୀୟା ମୀରା ଦେବୀଙ୍କ ବିୟୋଗରେ ଗଭୀର ଶୋକବ୍ୟକ୍ତ କରି, କହିଛନ୍ତି ଯେ, ଜଣେ ସ୍ୱାଧୀନତା ସଂଗ୍ରାମୀଙ୍କ ପତ୍ନୀଙ୍କୁ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଯେଭଳି ସୁବିଧା ସୁଯୋଗ ମିଳିବା କଥା, ସେଭଳି କିଛି ନା ରାଜ୍ୟ ସରକାରଙ୍କ ତରଫରୁ କରାଗଲା ନା କେନ୍ଦ୍ର ସରକାରଙ୍କ ତରଫରୁ ? ଆହୁରି ଦୁର୍ଭାଗ୍ୟର ବିଷୟ ସ୍ବର୍ଗତ ସଂଗ୍ରାମୀ ଗୌରଚନ୍ଦ୍ର ମହାପାତ୍ରଙ୍କ ଦେହାନ୍ତ ସେପ୍ଟେମ୍ବର ୧୧, ୨୦୧୮ ମସିହାରେ ହୋଇଥିଲେ ମଧ୍ୟ ଶ୍ରୀମତୀ ମୀରା ଦେବୀଙ୍କ ପେନ୍ସନ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ପତ୍ର ବିନିମୟରେ ୩ ବର୍ଷ ଲାଗିଗଲା, କିନ୍ତୁ ହୋଇପାରିଲା ନାହିଁ । ଶେଷକୁ ସେ ସ୍ଵର୍ଗବାସୀ ହେଲେ । ଧନ୍ୟବାଦର ପାତ୍ର ଓକିଲ ରାଧାକାନ୍ତଙ୍କୁ, ଏ ସମସ୍ତ ତଥ୍ୟ ସେ କେନ୍ଦ୍ର ମାନବ ଅଧିକାର କମିଶନଙ୍କ ନିକଟରେ ପ୍ରେସ୍ କରିବା ପରେ, ମାନ୍ୟବର କମିଶନ ଏହା ଏକ ସମ୍ବେଦନଶୀଳ ବିଷୟ ଭାବେ ଗ୍ରହଣ କରି, କାର୍ଯ୍ୟାନୁଷ୍ଠାନ ରିପୋର୍ଟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ମାଗିଥିଲେ । କିନ୍ତୁ ତାହା କାର୍ଯ୍ୟକାରୀ ହେବା ପୂର୍ବରୁ ମୀରା ଦେବୀଙ୍କ ଦେହାନ୍ତ ସରକାରଙ୍କ ମୁଖା ଖୋଲି ଦେଇଛି ବୋଲି ଡଃ ଜ୍ଞାନେନ୍ଦ୍ର କହିଛନ୍ତି ।
Post a Comment