loading...

କରୋନା ପ୍ରଭାବିତଙ୍କୁ ସେବା ଯୋଗାଇ ରାହୁଲ ଗାନ୍ଧୀଙ୍କ ଜନ୍ମଦିନ ପାଳନ କଲା ଭୁବନେଶ୍ଵର ଜିଲ୍ଲା କଂଗ୍ରେସ

ଆଜି ଶ୍ରୀ ରାହୁଲ ଗାନ୍ଧୀଙ୍କ ଜନ୍ମଦିନ ଅବସରରେ ଭୁବନେଶ୍ଵର ଜିଲ୍ଲା କଂଗ୍ରେସ ଓ ଭୁବନେଶ୍ୱର ମହିଳା କଂଗ୍ରେସ ଆନୁକୂଲ୍ୟରେ ଭୁବନେଶ୍ୱରର ତିନୋଟି ନିର୍ବାଚନ

କରୋନା ପ୍ରଭାବିତଙ୍କୁ ସେବା ଯୋଗାଇ ରାହୁଲ ଗାନ୍ଧୀଙ୍କ ଜନ୍ମଦିନ ପାଳନ କଲା ଭୁବନେଶ୍ଵର ଜିଲ୍ଲା କଂଗ୍ରେସ

ଭୁବନେଶ୍ୱର, ଆଜି ଶ୍ରୀ ରାହୁଲ ଗାନ୍ଧୀଙ୍କ ଜନ୍ମଦିନ ଅବସରରେ ଭୁବନେଶ୍ଵର ଜିଲ୍ଲା କଂଗ୍ରେସ ଓ ଭୁବନେଶ୍ୱର ମହିଳା କଂଗ୍ରେସ ଆନୁକୂଲ୍ୟରେ ଭୁବନେଶ୍ୱରର ତିନୋଟି ନିର୍ବାଚନ ମଣ୍ଡଳୀରେ ମାସ୍କ, ସାନିଟାଇଜର, ସାନିଟାରୀ ନାପକିନ, ଶୁଖୁଲା ଖାଦ୍ୟ ଓ ରାସନ ବଂଟନ ସହ ବୃକ୍ଷରୋପଣ କରାଯାଇଛି । କରୋନା ମହାମାରୀର ଦ୍ବିତୀୟ ଲହର ପାଇଁ ଶ୍ରୀ ରାହୁଲ ଗାନ୍ଧୀ ନିଜ ଜନ୍ମଦିନ ପାଳନ ନକରିବାକୁ ନିଷ୍ପତି ନେବା ସହ ସମଗ୍ର ଦେଶରେ କରୋନାକାଳରେ ପ୍ରଭାବିତ ଗରୀବ ଶ୍ରେଣୀୟ ଲୋକଙ୍କୁ ସାହାଯ୍ୟ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । 

ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ୍ ଦାଶ ଓ ଭୁବନେଶ୍ବର ଜିଲ୍ଲା ମହିଳା କଂଗ୍ରେସ ସଭାପତି ଶ୍ରୀମତୀ ଗୀତାଞ୍ଜଳି ମହାନ୍ତିଙ୍କ ନେତୃତ୍ବରେ ଆଜି ଉତର ନିର୍ବାଚନ ମଣ୍ଡଳୀରେ ଶତାଧିକ ମହିଳାଙ୍କୁ ମାସ୍କ, ସାନିଟାରୀ ନାପକିନ, ଶୁଖୁଲା ଖାଦ୍ୟ ବଂଟନ ସହ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମଧ୍ୟମ ନିର୍ବାଚନ ମଣ୍ଡଳୀରେ ମୋହନ ଜେନା, ମିହିର ଆଚାର୍ଯ୍ୟ, ଓ ଜୟକୃଷ୍ଣ ସୁବିଦ୍ଧି ନିରାଶ୍ରୟ ମାନଙ୍କୁ ମାସ୍କ ବଂଟନ କରିଥିଲେ । 

ସେହିପରି ଏକ୍ରାମ ନିର୍ବାଚନ ମଣ୍ଡଳୀରେ ଜିଲ୍ଲା ସଭାପତି ଶ୍ରୀ ଦାଶଙ୍କ ଉପସ୍ଥିତିରେ କଂଗ୍ରେସ ନେତ୍ରୀ ଶ୍ରୀମତୀ ରଶ୍ମି ମହାପାତ୍ର ଓ ସୁବ୍ରତ ମହାପାତ୍ର କରୋନା ପ୍ରଭାବିତଙ୍କୁ ମାସ୍କ, ସାନିଟାଇଜର ଓ ରାସନ ବଂଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅଶୋକ ଦାସ, ମନୋରଞ୍ଜନ ଜେନା, ଶ୍ରୀୟା ପଣ୍ଡା, କୁସୁମ ପ୍ରଧାନ, ଶଙ୍କର ନାୟକ, ଦେବାଶିଷ ଦାସ, ଶୁଭ୍ରଜ୍ୟୋତି ଲେଙ୍କା ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀଙ୍କ ଜନ୍ମଦିବସ ପାଳନ ଅବସରରେ ମାଗଣା କୋଭିଡ ଟୀକା ପ୍ରଦାନ 

କରୋନା ପ୍ରଭାବିତଙ୍କୁ ସେବା ଯୋଗାଇ ରାହୁଲ ଗାନ୍ଧୀଙ୍କ ଜନ୍ମଦିନ ପାଳନ କଲା ଭୁବନେଶ୍ଵର ଜିଲ୍ଲା କଂଗ୍ରେସ


ଭୁବନେଶ୍ୱର, ଆଜି ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ସାରା ରାଜ୍ୟର ବିଭିନ୍ନ ଜିଲ୍ଲାରେ ମହାନଜନନାୟକ, ଭାରତ ଅଖଣ୍ଡତାର ରକ୍ଷକ ସମ୍ମାନନୀୟ ରାହୁଲ ଗାନ୍ଧୀଙ୍କ ଜନ୍ମଦିବସ ପାଳନ କରାଯାଇଥିଲା । ଏହି ଅବସରରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ କଟକ ସ୍ଥିତ ଉର୍ମିଳା ନରସିଂ ହୋମରେ ମାଗଣା କୋଭିଡ ଟୀକା ପ୍ରଦାନ କରିଥିଲେ । ଏହି ନରସିଂ ହୋମକୁ ବହୁ ଲୋକ ଆସି ଟୀକା ଗ୍ରହଣ କରିଥିଲେ । ଏହା ପରେ ଡାକ୍ତରଖାନାରେ ରୋଗୀମାନଙ୍କୁ ଶୁଖୁଲା ଖାଦ୍ୟ ଓ ଫଳ ବଂଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କଟକ ଛାତ୍ର କଂଗ୍ରେସ ସଭାପତି ଦୀପକ ମହାନ୍ତି, ସାଗର ପଟ୍ଟନାୟକ, କାର୍ତ୍ତିକ କାଣ୍ଡି, ସୁନିଲ କୁମାର ସାହୁ, ନିଆଳୁଲ ଇଲାମ, ପ୍ରତ୍ୟୁଷ ପ୍ରଧାନ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।


Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget