loading...

ରାଜ୍ୟର ପାଖାପାଖୁ ୧୦ ହଜାର ଗାଁରେ ମୋବାଇଲ ସେବା ନାହିଁ । ୟୁଟୁବରେ ପାଠପଢ଼ା ଧର୍ମକୁ ଆଖୁଠାର

ରାଜ୍ୟର ପାଖାପାଖୁ ୧୦ ହଜାର ଗାଁରେ ମୋବାଇଲ ସେବା ନାହିଁ । ଭାରତରେ ଟେଲିଫୋନ ସେବା ୮୭ ଜଣଙ୍କ ପାଖରେ ପହଞ୍ଚିଥିବା ବେଳେ

ରାଜ୍ୟର ପାଖାପାଖୁ ୧୦ ହଜାର ଗାଁରେ ମୋବାଇଲ ସେବା ନାହିଁ । ୟୁଟୁବରେ ପାଠପଢ଼ା ଧର୍ମକୁ ଆଖୁଠାର

ଭୁବନେଶ୍ୱର, ରାଜ୍ୟର ପାଖାପାଖୁ ୧୦ ହଜାର ଗାଁରେ ମୋବାଇଲ ସେବା ନାହିଁ । ଭାରତରେ ଟେଲିଫୋନ ସେବା ୮୭ ଜଣଙ୍କ ପାଖରେ ପହଞ୍ଚିଥିବା ବେଳେ ଓଡ଼ିଶାରେ ଏହି ସଂଖ୍ୟା ୭୭ ଭାଗ । ଅର୍ଥାତ୍ ରାଜ୍ୟର ୨୩ଜଣଙ୍କ ପାଖରେ ଆଜି ବି ଟେଲିଫୋନ ସେବା ପହଞ୍ଚି ନାହିଁ । ଯେତିକି ସେବା ପହଞ୍ଚଛି, ନେଟୱର୍କ ବହୁତ ଦୁର୍ବଳ । ଗରିକୋଟି ପରଶଲକ୍ଷ ଲୋକଙ୍କ ଭିତରୁ ପାଖାପାଖ ତିନିଲକ୍ଷ ଲୋକ ଇଣ୍ଟରନେଟ ବ୍ୟବହାର କରୁଥିବାର ଜଣାଯାଏ । ଖୋଦ୍ ଶିକ୍ଷାମନ୍ତ୍ରୀ ବିଧାନସଭାରେ ଅତୀତରେ ପ୍ରକାଶ କରିଥିଲେ ଯେ, ରାଜ୍ୟର ୫୪ ଭାଗ ପିଲାଙ୍କ ପାଖରେ ଟେଲିଫୋନ ଅଛି । ସେଥିମଧ୍ୟରୁ ମାତ୍ର ୨୮ ଭାଗ ପିଲାଙ୍କ ପାଖରେ ସ୍ମାର୍ଟ ଫୋନ୍ ରହିଛି । ଅର୍ଥାତ୍ ୭୨ ଭାଗ ପିଲାଙ୍କ ପାଖରେ ସ୍ମାର୍ଟଫୋନ୍ ସେବା ଉପଲବ୍ଧ ନାହିଁ । ଖୋଦ୍ ରାଜଧାନୀରେ ଟେଲିଫୋନ୍‌ ସେବା କେତେ ସୃଷ୍ଟ ତାହା ଆମେ ଅଙ୍ଗ ଲିଭାଉଛି ।

ତେଣୁ ଏଭଳି ପରିସ୍ଥିତିରେ ଅନ୍ ଲାଇନ୍ ଓ ୟୁଟୁବରେ ପାଠପଢା ଛାତ୍ରଛାତ୍ରୀମାନଙ୍କ ପାଇଁ ‘ଧର୍ମକୁ ଆଖୁର’ ବୋଲି ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ଏକ ପ୍ରେସ୍ ବିଜ୍ଞପ୍ତିରେ କହିଛନ୍ତି । ଯେଉଁ ଦେଶରେ ଖୋଦ୍ କ୍ୟାବିନେଟ ମନ୍ତ୍ରୀ ସିଡ଼ି ଲଗାଇ ଗଛ ଉପରେ ଚଢି ଟେଲିଫୋନ୍ ଧରନ୍ତି, ସେ ଦେଶର ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍ ଓ ୟୁଟୁବରେ ପାଠ ପଢିବେ କେମିତି ବୋଲି ଶ୍ରୀ ବେହେରା ପ୍ରଶ୍ନ କରିଛନ୍ତି । ସରକାର ଯଦି ଆନ୍ତରିକ ଭାବେ ଗୁହାଁନ୍ତି, ଦେଶବାସୀ ଡ଼ିଜିଟାଲ ସ୍ଵାଧୀନତା ପାଆନ୍ତୁ, ଛାତ୍ରଛାତ୍ରୀମାନେ ଗୁଣାତ୍ମକ ଟେଲିଫୋନ ସେବା ଦ୍ଵାରା ରେ ଶିକ୍ଷାଲାଭ କରନ୍ତୁ, ତାହେଲେ ଋଷୀମାନଙ୍କୁ ମୋବାଇଲ ଯୋଗାଇ ଦେବା ଭଳି ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କୁ ଡିଜିଟାଲ ଶିକ୍ଷା ଯୋଗାଇ ଦେବା ପାଇଁ ସ୍ମାର୍ଟ ଫୋନ୍ ଲାପଟପ ଯୋଗାଇ ଦେବାକୁ ଶ୍ରୀ ବେହେରା ଦାବି କରିଛନ୍ତି । ଏହା ଫଳରେ ରାଜ୍ୟର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ ଏବଂ ଡ଼ିଜିଟାଲ ସ୍ୱାଧୀନତାର ସୁଫଳ ସେମାନଙ୍କ ପାଖରେ ପହଞ୍ଚି ପାରିବ । 

ମହାମାରୀ ସମୟରେ ଶିକ୍ଷାର ସଙ୍କଟ ଆଉ ଭବିଷ୍ୟତରେ ରହିବ ନାହିଁ । ବିଶେଷତଃ ଗ୍ରାମାଞ୍ଚଳ ଓ ଆଦିବାସୀ ଅଞ୍ଚଳର ଛାତ୍ରଛାତ୍ରୀମାନେ ଏହା ଦ୍ବାରା ବିଶେଷ ଉପକୃତ ହୋଇପାରିବେ । ଏହି ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଖରେ ଗୁଣାତ୍ମକ, ନୀରବଚ୍ଛିନ୍ନ ଡ଼ିଜିଟାଲ ସେବା ପହଞ୍ଚିବା ସହିତ ରାଜ୍ୟର ଆଗୁଆ ବର୍ଗର ଛାତ୍ରଛାତ୍ରୀମାନଙ୍କ ଭଳି ମଧ୍ୟ ସେମାନେ ଡ଼ିଜିଟାଲ ଟେକ୍ନୋଲୋଜି ମାଧ୍ୟମରେ ଶିକ୍ଷାଲାଭ କରିପାରିବେ । ତେଣୁ ରାଜ୍ୟର ଭବିଷ୍ୟତ ନାଗରିକମାନଙ୍କର ସ୍ୱାର୍ଥକୁ ଆଖ୍ ଆଗରେ ରଖୁ ସେମାନଙ୍କୁ ଡିଜିଟାଲ ସ୍ଵାଧୀନତା ଦେବା ସହିତ ନିରନ୍ତର, ନୀରବଚ୍ଛିନ୍ନ ଗୁଣାତ୍ମକ ଅନଲାଇନ ଶିକ୍ଷା ଯୋଗାଇ ଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଛାତ୍ରଛାତ୍ରୀମାନଙ୍କୁ ସ୍ମାର୍ଟ ଫୋନ୍ ଓ ଲାପଟପ ଯୋଗାଇ ଦେବାକୁ ଶ୍ରୀ ବେହେରା ଦାବି କରିଛନ୍ତି । ଏହା ସହିତ ରାଜ୍ୟରେ ସମସ୍ତ ଅଞ୍ଚଳକୁ ମୋବାଇଲ ସେବା ଯୋଗାଇ ଦେବା ସହିତ ଗୁଣାତ୍ମକ ଇଣ୍ଟରନେଟ ସେବା ପାଇଁ ପଦକ୍ଷେପ ନେବାକୁ ଭାରତ ସରକାରଙ୍କ ପାଖରେ ରାଜ୍ୟ ସରକାର ଦାବି କରିବାକୁ ଶ୍ରୀ ବେହେରା ପରାମର୍ଶ ଦେଇଛନ୍ତି । ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget