ଭୁବନେଶ୍ବର, ରାଜ୍ୟରେ କାର୍ଯ୍ୟରତ ୪ଟି ବିଦ୍ୟୁତ ବିତରଣ କମ୍ପାନୀ ମିଳିତ ଭାବେ ଅତ୍ୟାଧୁନିକ ବିଦ୍ୟୁତ ସୁରକ୍ଷା ତାଲିମ କେନ୍ଦ୍ର ସ୍ଥାପନ କରିବାକୁ ଶକ୍ତି ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ପରାମର୍ଶ ଦେଇଛନ୍ତି । ଆଜି ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ପାଳନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭର୍ଚୁଆଲ ମାଧ୍ୟମରେ ସମ୍ବୋଧତ କରି ମନ୍ତ୍ରୀ କ୍ୟାପ୍ଟେନ୍ ମିଶ୍ର ଏହା କରିଛନ୍ତି । ସଂପ୍ରତି କ୍ରମବର୍ଦ୍ଧିଷ୍ଣୁ ଶିଳ୍ପାୟନ ଓ ପ୍ରତି ଘରେ ବିଦ୍ୟୁତ ସେବା ଯୋଗୁଁ ବିଦ୍ୟୁତର ବହୁଳ ବ୍ୟବହାର ହେଉଛି । ସେହି ଅନୁପାତରେ ଆମକୁ ସୁରକ୍ଷା ଉପକରଣ ଏବଂ ପ୍ରକ୍ରିୟାକୁ ଅଧ୍ୟକ ଦକ୍ଷ ଭାବେ ସଂଚାଳନ କରିବାର ଆବଶ୍ୟକତା ରହିଥିବା କହି ସେ ପ୍ରତିଟି ଜୀବନ ମୂଲ୍ୟବାନ କଥା ଉଲ୍ଲେଖ କରିଥିଲେ ।
ଏହି ଅବସରରେ ଶକ୍ତି ବିଭାଗ ପ୍ରମୁଖ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ ଗତ ୫ ବର୍ଷର ବିଦ୍ୟୁତ ଦୁର୍ଘଟଣାରେ । ଘଟିଥୁବା ଉଭୟ ମାନବ ଓ ପ୍ରାଣୀଧନ ଜୀବନହାନିର ପରିସଂଖ୍ୟାନ ଉଲ୍ଲେଖ କରି ଏହାକୁ ଯଥାସମ୍ଭବ ହ୍ରାସ କରିବା ଦିଗରେ ଆମକୁ ଯନ୍ ନେବାକୁ ପଡ଼ିବ ବୋଲି କହିଥିଲେ । ଶ୍ରୀ ଧଳ ଗତ ‘ୟାସ୍' ବାତ୍ୟାବେଳେ ବିଦ୍ୟୁତ ଦୁର୍ଘଟଣାଜନିତ କୌଣସି ଜୀବନହାନି ନହେବା ଆମର ସତର୍କତାକୁ ପ୍ରଦର୍ଶନ କରୁଥିବା ଦର୍ଶାଇ ଓଡ଼ିଶା ଶକ୍ତି ଉତ୍ପାଦନ ନିଗମ ତା’ର କର୍ମଚାରୀମାନେ ଯେଉଁସବୁ ସୁରକ୍ଷା ଉପକରଣ ପରିଧାନ କରି କାର୍ଯ୍ୟ କରୁଛନ୍ତି ତାହା ପ୍ରଶଂସନୀୟ ବୋଲି ସେ କହିଥିଲେ । ଏପରିକି ୟାସ୍ ବାତ୍ୟା ପୁନରୁଦ୍ଧାରବେଳେ ସମସ୍ତ ବିଦ୍ୟୁତ କର୍ମଚାରୀ ଉପଯୁକ୍ତ ଉପକରଣ, ପୋଷାକ ସହ ସୁସଜ୍ଜିତ ଭାବେ କାର୍ଯ୍ୟ ସଂପାଦନ କରୁଥିବା ତାଙ୍କୁ ବହୁତ ମୁଗ୍ଧ କରିଥିବା ଯୋଗୁଁ ସେସବୁର ଫଟୋଚିତ୍ରକୁ ବାରମ୍ବାର ଟୁଇଟ୍ କରିଥିବା ଉଲ୍ଲେଖ କରିଥିଲେ ।
ଆଜିର ଏହି କାର୍ଯ୍ୟକ୍ରମରେ ବିଦ୍ୟୁତ ସୁରକ୍ଷା ବିଶେଷଜ୍ଞ ଶ୍ରୀ ଏସ୍. ଗୋପ କୁମାର ଯୋଗଦେଇ ବିଦ୍ୟୁତର ଘରୋଇ ବ୍ୟବହାର, ଶିଳ୍ପାନୁଷ୍ଠାନ ଏବଂ ବୃହତ୍ କାର୍ଯ୍ୟାଳୟ ଓ ହସ୍ପିଟାଲ୍ ଗୁଡ଼ିକରେ ଲଗାଯାଉଥିବା ଉପକରଣ, ପଦ୍ଧତି ଏବଂ ଦୁର୍ଘଟଣା ହେବାର କାରଣ ଓ ନିରାକରଣ, ସୁରକ୍ଷାର ଉପାୟ ଆଦି ବିଷୟରେ ଗଭୀର ଭାବେ ତାଙ୍କ ଅଧ୍ୟୟନ ଓ ଗବେଷଣାଲବ୍ଧ ଜ୍ଞାନର ସୁନ୍ଦର ବ୍ୟାଖ୍ୟାନ କରିଥିଲେ । ତେବେ ସେ ଜନସଚେତନତା ବୃଦ୍ଧି ଲାଗି ତାଙ୍କ ଅନୁଷ୍ଠାନ ନିଃଶୁଳ୍କ ଭାବେ ପରାମର୍ଶ, ତାଲିମ ପ୍ରଦାନ କରୁଥିବା ସେ ସୂଚିତ କରିଥିଲେ । ସେହିପରି ଅନ୍ୟତମ ଅତିଥି ଭାବେ ଟିପିଏନ୍ଡିଏର ମୁଖ୍ୟ ନିର୍ବାହୀ ଅଧୁକାରୀ ଶ୍ରୀ ଭାସ୍କର ସର୍କାର ଟ୍ରାନ୍ସଫର୍ମରଗୁଡ଼ିକୁ ନିର୍ଦ୍ଦିଷ୍ଟ ଉଚ୍ଚତାର ବାଡ଼ଦେବା, ସୁରକ୍ଷା ନେଟ୍ୱାର୍କକୁ ସୁଦୃଢ଼ କରିବା, ହାତୀ କରିଡ଼ରଗୁଡ଼ିକରେ ବିଶେଷ ଯବାନ ହେବା ଉପରେ ଧାରଣା ଦେଇ ସେ କ୍ଷେତ୍ରରେ ତାଙ୍କ କମ୍ପାନୀ କିପରି ଗୁରୁତ୍ୱ ପ୍ରଦାନ କରିଆସୁଛି ତାହା ଦର୍ଶାଇଥିଲେ ।
ଏହି କାର୍ଯ୍ୟକ୍ରମକୁ ସର୍ବୋଚ୍ଚ ଯନ୍ତ୍ରୀ(ବିଦ୍ୟୁତ) ତଥା ପ୍ରମୁଖ ବିଦ୍ୟୁତ ନିରୀକ୍ଷକ, ଶକ୍ତି ବିଭାଗ ଶ୍ରୀ ସନ୍ତୋଷ କୁମାର ଦାସ ପରିଚାଳନା କରିଥିବାବେଳେ ମୁଖ୍ୟଯନ୍ତ୍ରୀ, ଟିସିଏଲ୍ । ଶ୍ରୀ ସୌରଜିତ ରାୟ ଧନ୍ୟବାଦ ଅର୍ପଣ କରିଥିଲେ । ଆସନ୍ତାକାଲିଠାରୁ ସପ୍ତାହ ବ୍ୟାପି ବିଭିନ୍ନ ବିତରଣ କମ୍ପାନୀ ସ୍ତରରେ ସୁରକ୍ଷା ସମ୍ବନ୍ଧିତ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ । ତା’ଛଡ଼ା ରାଜ୍ୟସ୍ତରରେ ସୁରକ୍ଷାର ବିଭିନ୍ନ ବିଷୟରେ ବିନାର୍ ଆୟୋଜନ କରି ବ୍ୟାପକ ସଚେତନତା କରାଯିବ ବୋଲି ଜଣାପଡ଼ିଛି ।
Post a Comment