loading...

ଓପେକ୍‌ ସେକ୍ରେଟାରୀ ଜେନେରାଲଙ୍କ ସହ ବୈଠକ ଅଶୋଧିତ ତୈଳ ଦର ବୃଦ୍ଧି ନେଇ ଚିନ୍ତାବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ

ଓପେକ୍‌ ସେକ୍ରେଟାରୀ ଜେନେରାଲଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ ! ଅଶୋଧିତ ତୈଳ ଦର ବୃଦ୍ଧି ନେଇ ଚିନ୍ତାବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅଶୋଧିତ ତୈଳ ଦର ବୃଦ୍ଧି ନେଇ ଚିନ୍ତାବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ ଭୁବନେଶ୍ବର, ନିକଟରେ ତୈଳ ବଜାରରେ ଆସିଥିବା ପରିବର୍ତ୍ତନ, ତୈଳ ଚାହିଦାର ପୁନରୁଦ୍ଧାର, ଆର୍ଥିକ ଅଭିବୃଦ୍ଧି ଆକଳନ ଏବଂ ଉର୍ଜା କ୍ଷେତ୍ର ନେଇ ଥିବା ଆହ୍ବାନ ଗୁଡିକ ଉପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ନୂଆଦିଲ୍ଲୀରୁ ଭିଡ଼ିଓ କନଫରେନ୍ସି ମାଧ୍ୟମରେ ଓପେକ ସେକ୍ରେଟାରୀ ଜେନେରାଲ ଡା. ମହମ୍ମଦ ସାନୁସୀ ବାରକିଣ୍ଡାଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରିଛନ୍ତି । ଏହି ବୈଠକରେ ଅଶୋଧୂତ ତୈଳ ଦରରେ ବୃଦ୍ଧି ନେଇ ଭାରତର ଗଭୀର ଚିନ୍ତାବ୍ୟକ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଅଶୋଧିତ ତୈଳ ଦରରେ ବୃଦ୍ଧି କାରଣରୁ ଖାଉଟି ଏବଂ ଆର୍ଥିକ ଗତିବିଧୁର ପୁନରୁଦ୍ଧାର ଉପରେ ପଡୁଥିବା ପ୍ରଭାବ ତଥା ଏହି କାରଣରୁ ଭାରତର ମୁଦ୍ରାସ୍ପିତି ଉପରେ ପଡୁଥିବା ଚାପ ଉପରେ ଶ୍ରୀ ପ୍ରଧାନ ଗୁରୁତ୍ବାରୋପ କରିଛନ୍ତି । 

ପର୍ଯ୍ୟାୟ କ୍ରମେ ତୈଳ ଉତ୍ପାଦନ ହ୍ରାସକୁ ବନ୍ଦ କରିବା ପାଇଁ ସେ ନିଜର ଅନୁରୋଧକୁ ପୁନର୍ବାର ଦୋହରାଇବା ସହ ସହ ଉଭୟ ଉତ୍ପାଦନକାରୀ ଏବଂ ଗ୍ରାହକଙ୍କ ସ୍ବାର୍ଥରେ ଅଶୋଧୂତ ତୈଳର ମୂଲ୍ୟ ରଖୁ ପାଇଁ ମଧ୍ୟ ଯୋର ଦେଇଛନ୍ତି । ଏହାବ୍ୟତିତ ଶ୍ରୀ ପ୍ରଧାନ ଓପେକ ଦ୍ଵାରା ହୋଇଥିବା ଏକ ବିଶ୍ଳେଷଣ ଉପରେ ମତପ୍ରକାଶ କରି କରିଛନ୍ତି ଯେ, ଭାରତ ଆଗାମୀ ଦିନରେ ବୈଶ୍ବିକ ଉର୍ଜା ଚାହିଦା ଅଭିବୃଦ୍ଧିରେ ମୁଖ୍ୟ ସ୍ଥାନ ଗ୍ରହଣ କରିବ । ଭାରତ ୨୦ ୨୧ରେ ଦ୍ରୁତ ଅଭିବୃଦ୍ଧି ବଜାରର ଅର୍ଥବ୍ୟବସ୍ଥାରେ ଉଭା ହେଉଛି । 

ସାଉଦି ଆରବ ଏବଂ ୟୁଏଇ କୋଭିଡ ମହାମାରୀର ଦ୍ବିତୀୟ ଲହରରେ ଭାରତକୁ ଆବଶ୍ୟକୀୟ ଔଷଧ, ଆଇଏସଓ କଂଟନେର,ଏଲଏମଓ ଏବଂ ଗୁରୁତ୍ବପୂର୍ଣ୍ଣ ପେଟ୍ରୋଲିୟମ ଜାତ ଦ୍ରବ୍ୟ ଯୋଗାଇ ସହଯୋଗ କରିଥିବାରୁ ଶ୍ରୀ ପ୍ରଧାନ ସେକ୍ରେଟାରୀ ଜେନେରାଲ ଡକ୍ଟର ବାର୍କଣ୍ଡାଙ୍କୁ ଶ୍ରୀ ପ୍ରଧାନ କୃତଜ୍ଞତା ଜଣାଇଛନ୍ତି । ୨୦୧୫ରେ ଅନୁଷ୍ଠିତ ହୋଇଥିବା ପ୍ରଥମ ଉଚ୍ଚସ୍ତରୀୟ ବୈଠକ ଓପେକ୍ – ଇଣ୍ଡିଆ ଏନର୍ଜି ଡାଇଲୋଗ” ଠାରୁ ଭାରତ ଏବଂ ଓପେକ ମଧ୍ୟରେ ବୈଷୟିକ ସମନ୍ବୟ, ବିଶେଷଜ୍ଞଙ୍କ ପରାମର୍ଶ ଏବଂ ଅନ୍ୟାନ୍ୟ ସମୟ କ୍ଷେତ୍ରରେ ବୃଦ୍ଧି ହୋଇଛି ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget