loading...

ଇଣ୍ଟିଗ୍ରେଟେଡ଼ ସ୍କୋର୍ଟ କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟର ତଦାରଖ ଟେଲି ସାନ୍ଦ୍ରତା ବୃଦ୍ଧି ଓ ଡାଟା ସେଣ୍ଟର ଟେଣ୍ଡର କାର୍ଯ୍ୟ

ଇଣ୍ଟିଗ୍ରେଟେଡ଼ ସ୍କୋର୍ଟ କମ୍ପ୍ଲେକ୍ସକୁ ନିର୍ମାଣ କାର୍ଯ୍ୟର ତଦାରଖ ଟେଲି ସାନ୍ଦ୍ରତା ବୃଦ୍ଧି ଓ ଡାଟା ସେଣ୍ଟର ଟେଣ୍ଡର କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ

ଇଣ୍ଟିଗ୍ରେଟେଡ଼ ସ୍କୋର୍ଟ କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟର ତଦାରଖ ଟେଲି ସାନ୍ଦ୍ରତା ବୃଦ୍ଧି ଓ ଡାଟା ସେଣ୍ଟର ଟେଣ୍ଡର କାର୍ଯ୍ୟ

ଭୁବନେଶ୍ୱର, ଇଲେକଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତ ବେହେରା ଆଜି ଭର୍ଚୁଆଲ ମାଧମରେ ବିଭାଗୀୟ କାର୍ଯ୍ୟର ସମୀକ୍ଷା କରିଛନ୍ତି । ପୂର୍ବାହ୍ନରେ ଅନୁଷ୍ଠିତ କ୍ରୀଡା ଓ ଯୁବସେବା ବିଭାଗ ସମୀକ୍ଷା ବୈଠକରେ ମନ୍ତ୍ରୀ ଶ୍ରୀ ବେହେରା ଅଧକ୍ଷତା କରିବା ସହିତ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ସମେତ ବ୍ରହ୍ମପୁର, ପୁରୀ, ଜୟପୁର, ସମ୍ବଲପୁର, କେଉଁଝର, ସୁନ୍ଦରଗଡ଼ ଓ ବାଲେଶ୍ବର ଆଦି ସ୍ଥାନରେ ଥିବା ଇଣ୍ଟିଗ୍ରେଟେଡ ଫ୍ଲୋର୍ଟ କମ୍ପ୍ଲେକ୍ସକୁ ନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ ବିଭାଗୀୟ ଅଧୁକାରୀ ଓ ଇଡ଼କୋ, ପି.ଡବ୍ଲୁ.ଡି ଏବଂ ୱାକସ ଭଳି ସଂସ୍ଥାର ବରିଷ୍ଠ ଅଧୁକାରୀଙ୍କ ସହ ଆଲୋଚନା କରିଥିଲେ । କୋଭିଡ ପ୍ରତିକୂଳ ପରିସ୍ଥିତି ଯୋଗୁ ନିର୍ମାଣ କାର୍ଯ୍ୟରେ ବିଳମ୍ବ ହୋଇଥିବା ବେଳେ ବିକଳ୍ପ ପନ୍ଥା ବାହାର କରି ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ ଉପରେ ମନ୍ତ୍ରୀ ଶ୍ରୀ ବେହେରା ଗୁରୁତ୍ବ ଦେଇଥିଲେ । 

ରାଜ୍ୟ ସରକାର ଦେଶରେ ସବୁଠୁ ଭଲ କ୍ରୀଡା ଭିତ୍ତିଭୂମି ନିର୍ମାଣ ଉପରେ ଗୁରୁତ୍ବ ଦେଉଥିବା ବେଳେ କୌଣସି ପରିସ୍ଥିତିରେ କାର୍ଯ୍ୟର ଗୁଣବତ୍ତା ସହିତ ସାଲିସ କରାଯିବ ନାହିଁ ବୋଲି ମନ୍ତ୍ରୀ କହିଥିଲେ । ଏଣୁ ସହିତ ରାଉରକେଲାରେ ବିଶ୍ବ ସ୍ତରୀୟ ହକି ଷ୍ଟାଡିୟମର ନିର୍ମାଣ, ପୌରାଞ୍ଚଳ କ୍ରୀଡା ଭିତିଭୂମିର ବିକାଶ, କୋଚ ଓ କ୍ରୀଡା ଶିକ୍ଷକଙ୍କ ତାଲିମ, କ୍ରୀଡ଼ା ଛାତ୍ରାବାସ ଓ ହାଇ ପରଫରମାକ୍ସ ସେଣ୍ଟରର ସୁପରିଚାଳନା ବିଷୟରେ ମନ୍ତ୍ରୀ ଶ୍ରୀ ବେହେରା ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ, ସ୍ଵତନ୍ତ୍ର ଶାସନ ସଚିବ ଆର. ଭିନିଲ କ୍ରିଷ୍ଣା, ଉପ ଶାସନ ସଚିବ ରଞ୍ଜିତ ପରିଡ଼ାଙ୍କ ସହ ଆଲୋଚନା କରିଥିଲେ ।

ସେହିପରି ମନ୍ତ୍ରୀ ଶ୍ରୀ ବେହେରା ଇଲେକଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ସମୀକ୍ଷା ବୈଠକରେ କୋଭିଡ ସମୟରେ ସୂଚନା ପ୍ରଯୁକ୍ତିର ବ୍ୟାପକ ଉପଯୋଗ ଉପରେ ବିଭାଗର ଶାସନ ସଚିବ ଶ୍ରୀ ମନୋଜ ମିଶ୍ର, ଓକାକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧୁକାରୀ ଶ୍ରୀ ମନୋଜ ପଟ୍ଟନାୟକ ଓ ବରିଷ୍ଠ ଅଧୁକାରୀଙ୍କ ସହ ଆଲୋଚନା କରିଥିଲେ । ବୈଠକରେ ଡାଟା ସେଣ୍ଟର ବିକାଶ ପାଇଁ ଟେଣ୍ଡର କାର୍ଯ୍ୟକୁ ଶୀଘ୍ର ଶେଷ ସହ ଏସ.ଏଚ.ଜି. ମହିଳାଙ୍କୁ ଡିଜିଟାଲ ଶିକ୍ଷା ତାଲିମ ଓ ସମଗ୍ର ରାଜ୍ୟରେ ଟେଲି ଯୋଗାଯୋଗ ବ୍ୟବସ୍ଥାର ସୁଦୃଢୀ କରଣ ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । ଏଣୁ ସହିତ ଷ୍ଟେଟ ଡାସ ବୋର୍ଡ, କୋଭିଡ ପରୀକ୍ଷା ସମ୍ପର୍କିତ ତଥ୍ୟ ଏବଂ ମୋ ସରକାର କଲ ସେଣ୍ଟର ଆଦି ସମ୍ପର୍କରେ ମନ୍ତ୍ରୀ ବିଭାଗୀୟ ଅଧୁକାରୀଙ୍କ ସହ ଆଲୋଚନା କରିଥିଲେ ।
.

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget