loading...

ନବନିଯୁକ୍ତ ଏ.ଆଇ.ସି.ସି. ସଂପାଦକ ସାଂସଦ ସପ୍ତଗିରୀ ଉଲ୍ଲାକାଙ୍କୁ ରାଜ୍ୟ କଂଗ୍ରେସ ଭବନରେ ଭବ୍ୟ ସମ୍ବର୍ଦ୍ଧନା

ପିସିସି ପକ୍ଷରୁ ନବନିଯୁକ୍ତ ଏ.ଆଇ.ସି.ସି. ସଂପାଦକ ସାଂସଦ ସପ୍ତଗିରୀ ଉଲ୍ଲାକାଙ୍କୁ ରାଜ୍ୟ କଂଗ୍ରେସ ଭବନରେ ଭବ୍ୟ ସମ୍ବର୍ଦ୍ଧନା ଦିଆଗଲା

ନବନିଯୁକ୍ତ ଏ.ଆଇ.ସି.ସି. ସଂପାଦକ ସାଂସଦ ସପ୍ତଗିରୀ ଉଲ୍ଲାକାଙ୍କୁ ରାଜ୍ୟ କଂଗ୍ରେସ ଭବନରେ ଭବ୍ୟ ସମ୍ବର୍ଦ୍ଧନା

ଭୁବନେଶ୍ୱର, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ପିସିସି କାର୍ଯ୍ୟକାରୀ ସଭାପତି ଶ୍ରୀ ପ୍ରଦୀପ ମାଝିଙ୍କ ଅଧ୍ୟକ୍ଷତାରେ ଶ୍ରୀଯୁକ୍ତ ଉଲ୍ଲାକାଙ୍କ ଉଦ୍ଦେଶ୍ୟରେ ଏକ ସ୍ବାଗତ ସମ୍ବର୍ଦ୍ଧନା ସଭା । ଅନୁଷ୍ଠିତ ହୋଇଯାଇଛି । ପ୍ରକାଶଥାଉକି ତା ୩.୬.୨୦୨୧ ଗୁରୁବାର ଅଷ୍ଟ୍ରଳ ଭାରତ କଂଗ୍ରେସ କମିଟିର ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀଙ୍କ ଅନୁମୋଦନକ୍ରମେ ଏଆଇସିସି ସାଧାରଣ ସଂପାଦକଙ୍କ ଦସ୍ତଖତରେ ଶ୍ରୀଯୁକ୍ତ ସପ୍ତଗିରୀ ଉଲ୍ଲାକା ଅଖୁଳ ଭାରତ କଂଗ୍ରେସ । କମିଟିର ସଂପାଦକ ସମେତ ଛତିଶଗଡ଼ ରାଜ୍ୟ କଂଗ୍ରେସର ଦାୟିତ୍ବରେ ଥିବା ପ୍ରଭାରୀଙ୍କ ସହ ମିଶି କଂଗ୍ରେସ ସାଂଗଠନିକ ଦାୟିତ୍ଵକୁ ସୂଚାରୂପେ ନିର୍ବାହନ କରିବେ । 

ଓଡ଼ିଶାର ଏକମାତ୍ର କଂଗ୍ରେସ କୋରାପୁଟ ଲୋକସଭା ସାଂସଦ ଶ୍ରୀଯୁକ୍ତ ସପ୍ତଗିରୀ ଉଲ୍ଲାକା ଖୁବ କମ ବୟସରେ ରାଜନୀତିରେ ସାଂସଦ ହେବା ଓ ଅନୁସୂଚୀତ ଜନଜାତି ସଂପ୍ରଦାୟର ଜଣେ ଉଚ୍ଚଶିକ୍ଷିତ ଯୁବବର୍ଗଙ୍କୁ ଏଆଇସିସି ଅଧକ୍ଷା ଶ୍ରୀମତୀ ଗାନ୍ଧୀ ଗୁରୁ ଦାୟିତ୍ବ ଅର୍ପଣ କରିଥିବାରୁ ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ଖୁସୀ ବ୍ୟକ୍ତ କରିବା ସହ ନିଷ୍ଠା ଓ ସମର୍ପିତ ଭାବନାରେ ଗୁରୁ ଦାଇତ୍ଵକୁ ଉଲ୍ଲାକା ବାବୁ ଆନ୍ତରିକତାର ସହ ନିର୍ବାହନ କରିବାକୁ ଏକ ପତ୍ର ବାର୍ତ୍ତାରେ ଆଶୀର୍ବାଦ ପ୍ରଦାନ କରିଥିଲେ । ଶ୍ରୀଯୁକ୍ତ ଉଲାକାଙ୍କ ଦାଇତ୍ଵ ଓଡ଼ିଶାର ଛାତ୍ର, ଯୁବକ ମାନଙ୍କ ମଧ୍ୟରେ ରାଜନୀତି ପ୍ରତି ଆକୃଷ୍ଟ କରିବାର ଏକ ଜ୍ଵଳନ୍ତ ଉଦାହରଣ ବୋଲି ପିସିସି କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ପ୍ରଦପୀ ମାଝା ସମ୍ବର୍ଦ୍ଧନା ସଭାରେ କହିଥିଲେ । କଂଗ୍ରେସ ଦଳ ଜଣେ ଉଚ୍ଚଶିକ୍ଷିତ ଓ ଦକ୍ଷ ଯୁବ ସାଂସଦଙ୍କୁ ଠିକ ସମୟରେ ରାଷ୍ଟ୍ରୀୟ ସ୍ତରରେ କାର୍ଯ୍ୟ କରିବା ପାଇଁ ଓଡ଼ିଶାରୁ ଶ୍ରୀମତୀ ଗାନ୍ଧୀ ବାଛିଥିବାରୁ ଶ୍ରୀମତୀ ଗାନ୍ଧୀଙ୍କୁ ଜଟଣୀ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀଯୁକ୍ତ ସୁରେଶ କୁମାର ରାଉତରାୟ ଧନ୍ୟବାଦ ଜଣାଇଥିଲେ । 

ଶ୍ରୀମତୀ ସୋନିଆ ଗାନ୍ଧୀଙ୍କ ନିଷ୍ପତି ଆମ ସମସ୍ତଙ୍କ ପାଇଁ ପ୍ରେରଣା ଦାୟକ । ଶ୍ରୀଯୁକ୍ତ ଉଲ୍ଲାକାଙ୍କ ପରି ଜଣେ ଜନଜାତିର ଉଚ୍ଚଶିକ୍ଷିତ ଯୁବ ସାଂସଦଙ୍କୁ ଦାୟିତ୍ବ ମିଳିବା ଖୁବ୍ ଖୁସିର ବିଷୟ ବୋଲି କଟକ – ବାରବାଟୀ ବିଧାୟକ ଇଂ. ମହମ୍ମଦ ମୋକିମ କହିଥିଲେ । କଂଗ୍ରେସ ଦଳ ମୋତେ ସାସଂଦ ବନିବାରେ ସୁଯୋଗ ଦେଲା ଓ ପ୍ରାୟ ୨ ବର୍ଷ ପୂରଣ ହେବା ପୂର୍ବରୁ ମୋତେ ଏ ଆଇସିସିର ଆଦରଣୀୟ ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀ ରାଷ୍ଟ୍ରିୟ ସଂପାଦକ ଭାବେ ମନୋନୀତ କରି ମୋର ଓ ଦଳର ହିତଲାଗି ଯେଉଁ ବିଶ୍ବାସ ରଖୁଛନ୍ତି ସେଥିଲାଗି ମୁଁ ଚୀର ରୁଣୀ । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକଙ୍କ ପୂର୍ଣ ମାଗଦର୍ଶନ ମୋତେ ରାଜନୀତିରେ ବହୁ ସଫଳତା ଦେଇପାରିଛି ଓ ମୁଁ ତାଙ୍କ ପାଖରେ ଚୀର ରୁଣୀ ବୋଲି ନବନିଯୁକ୍ତ ଏଆଇସିସି ସଂପାଦକ ସାଂସଦ ସପ୍ତଗିରୀ ଉଲ୍ଲାକା ତାଙ୍କ ବକ୍ତବ୍ୟରେ କହିଥିଲେ । 

ଛତିଶଗଡ଼ର ପ୍ରଭାରୀଙ୍କ ସହ ମିଶି ମୁଁ ଛତୀଶଗଡ଼ରେ କଂଗ୍ରେସ ଲାଗି କାର୍ଯ୍ୟକରିବା ସହ ମୋର ସଂସଦୀୟ କ୍ଷେତ୍ର ସମେତ ଓଡ଼ିଶାର ବିକାଶ ଓ କଂଗ୍ରେସର ସାଂଗଠନିକ କାର୍ଯ୍ୟରେ ନିଜକୁ ଅଧୁକରୁ ଅଧୁକ ସକ୍ରିୟ ରୂପ କାର୍ଯ୍ୟକରିବାକୁ ଦୃଢ଼ ପ୍ରତିଶୃତି ବଦ୍ଧ ବୋଲି ଶ୍ରୀଯୁକ୍ତ ଉଲ୍ଲାକା ନିଜ ବକ୍ତବ୍ୟରେ କହିଥିଲେ । ପିସିସି କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ମାଝା ପୁଷ୍ପଗୁଚ୍ଛ ଓ ଉତରୀୟ ଦେଇ ଶ୍ରୀଯୁକ୍ତ ଉଲ୍ଲାକାଙ୍କୁ କଂଗ୍ରେସ ଦଳରେ ସମ୍ବର୍ଦ୍ଧିତ କରିଥିବା ବେଳେ ଜଟଣୀ ବିଧାକୟ, କଟକ-ବାରବାଟୀ ବିଧାୟକ, ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ବନ୍ଦିତା ପରିଡ଼ା, ଛାତ୍ର କଂଗ୍ରେସ ସଭାପତି ସୟଦ ୟାସିର ନୱାଜ, ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ, ଶୁଭେନ୍ଦୁ ମହାନ୍ତି, ରଶ୍ମି ମହାପାତ୍ର, ରାଜୀବ ପଟ୍ଟନାୟକ, ଭୁବନେଶ୍ଵର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶ, ସୁଦର୍ଶନ ଦାସ, ପତ୍ନାକର ଗୁରୁ, ରଜନୀ ମହାନ୍ତି, ବିସ୍ମୟ ମହାପାତ୍ର, ମନୋରଞ୍ଜନ ଦାଶ, ଦୀପକ କୁମାର ମହାପାତ୍ର, ଲିଙ୍ଗରାଜ ସାହୁ, ପ୍ରକାଶ ମିଶ୍ର, ଶ୍ରୀୟାସ୍ମିତା ପଣ୍ଡା,ଶଙ୍କୁନା କହଁର, ଦେଓ ପ୍ରସାଦ, ଦେବୀ ପ୍ରସାଦ ବାହାଲିଆ, କୈଳାସ ସାହୁ, ଏମଡି ସାହାଦୁଲ୍ଲା, ପ୍ରମୁଖ କଂଗ୍ରେସ ନେତୃମଣ୍ଡଳୀ ଶ୍ରୀଯୁକ୍ତ ଉଲ୍ଲାକାଙ୍କୁ ପୁଷ୍ପଗୁଛ ଓ ଉତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget