ଭୁବନେଶ୍ବର, ଆସନ୍ତା ବର୍ଷ ଶେଷ ସୁଦ୍ଧା ଓଡ଼ିଶା ଯୁଦ୍ର ଶିଳ୍ପ ନିଗମ ୧୦୦୦ କୋଟି ଟଙ୍କାର ବ୍ୟବସାୟରେ ପହଞ୍ଚାଇବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ସାକାର କରିବା ଏବଂ ଏହାକୁ ଏକ ଗୋଲ୍ କ୍ୟାଟେଗୋରୀ ସରକାରୀ ଉଦ୍ୟୋଗରେ ପରିଣତ କରିବାକୁ ଆଜି ଅନୁଷ୍ଠିତ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ୨୫ତମ ବୋର୍ଡ ଅଫ୍ ଡାଇରେକ୍ଟରସ୍ ଭିଡ଼ିଓ କନ୍ଫରେନ୍ସି ବୈଠକରେ ନିଗମର ଅଧ୍ୟକ୍ଷ ଶ୍ରୀ ଚିନ୍ମୟ କୁମାର ସାହୁ ଏହା ପ୍ରକାଶ କରିଛନ୍ତି । ବର୍ତ୍ତମାନ ନିଗମର କାର୍ଯ୍ୟ ପରିସରକୁ ବ୍ୟାପକ ଏବଂ ବର୍ତ୍ତମାନର ସମ୍ବଳକୁ ସର୍ବାଧୂକ ବିନିଯୋଗ କରି ୬୧୩ କୋଟି ଟଙ୍କାର ବ୍ୟବସାୟ କରି ଅନନ୍ୟ ରେକର୍ଡ କରିଥୁବାରୁ ବୋର୍ଡ ପରିଚାଳନା କର୍ତ୍ତୁପକ୍ଷଙ୍କୁ ସେ ସାଧୁବାଦ ଦେଇଛନ୍ତି ।
ନିଗମ କାର୍ଯ୍ୟଧାରାକୁ ଆହୁରି ବ୍ୟାପକ ଏବଂ ଆଧୁନିକୀକରଣ କରିବା ପାଇଁ ଏହି ବୋର୍ଡରେ ଆଲୋଚନା କରାଯାଇ ବିଭିନ୍ନ ବିଭାଗରେ ଥିବା ଭିତ୍ତିଭୂମି ନିର୍ମାଣ, ଇ-ସିଷ୍ଟମ୍ ଡେଭେଲପ୍ମେଣ୍ଟ ଏବଂ ଉନ୍ନତ ବୈଷୟିକ ଜ୍ଞାନ କ୍ଷେତ୍ରରେ ମଧ୍ୟ ବ୍ୟବସାୟ ହାତକୁ ନେବା ପାଇଁ ସର୍ବସମ୍ମତିରେ ସ୍ଥିର କରାଯାଇଛି । ଏହି କ୍ରମରେ ବିଭିନ୍ନ ସ୍ୱତନ୍ତ ସେବା ପ୍ରଦାନ କ୍ଷେତ୍ରରେ କାର୍ଯ୍ୟ ସଂପାଦନ କରିବା ପାଇଁ ସ୍ପେସାଲ୍ ପରପସ୍ ଭେଇକିଲ୍ (ଏସ୍ପିଭି) ଗଠନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏଥୁରେ ଗୁଣୀ ଓ କୁଶଳୀ ମାନବସମ୍ବଳକୁ ଉପଯୋଗ କରାଯିବ । ଏଭି ଗଠନ ପାଇଁ ସର୍ଭ ଓ ନିୟମାବଳୀ ରଖାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି କାର୍ଯ୍ୟ ସଂପାଦନ କରିବା କ୍ଷେତ୍ରରେ ଅଧୁକରୁ ଅଧୁକ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକୁ ପ୍ରାଧାନ୍ୟ ଦେବାକୁ ଆଲୋଚନାରେ ମତପ୍ରକାଶ ପାଇଛି ।
ନିଗମ କାର୍ଯ୍ୟଗୁଡ଼ିକୁ ତ୍ବରାନ୍ବିତ କରିବା ଲାଗି ଖାଲି ପଡ଼ିଥିବା ମୂଳପଦବୀଗୁଡ଼ିକୁ ତୁରନ୍ତ ପୂରଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । । କମ୍ପ୍ୟୁଟରୀକରଣ ଏବଂ ଡିଜିଟାଇଜେସନ୍ ପରି ଆଧୁନିକ ଜ୍ଞାନକୌଶଳ ସମ୍ବଳିତ କାର୍ଯ୍ୟଠାରୁ ଆରମ୍ଭ କରି ଭିତ୍ତିଭୂମି ନିର୍ମାଣ ଏବଂ ଆନୁପଙ୍ଗିକ କଞ୍ଚାମାଲ୍ ଯୋଗାଇବା ପର୍ଯ୍ୟନ୍ତ ସରକାରଙ୍କର ବିଭିନ୍ନ ବିଭାଗରେ କାର୍ଯ୍ୟ କରିବାକୁ ଏହାର । ପରିସରକୁ ବ୍ୟାପକ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ତତ୍ ସଙ୍ଗେ ସଙ୍ଗେ ନିଗମ ନିଜର ମୌଳିକ ଦାୟିତ୍ବ ସଂପାଦନ କରିବାକୁ ମଧ୍ୟ ପ୍ରତିଶ୍ରୁତିବଦ୍ଧ ।
ଏହି ବୈଠକରେ ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପ୍ରଦୀପ୍ତ କୁମାର ସାହାଣୀ, ଏମ୍ଏସ୍ଏମ୍ଇ ବିଭାଗ ସ୍ବତନ୍ତ୍ର ସଚିବ ଶ୍ରୀ ମନ୍ମଥ କୁମାର ବିଶ୍ବାଳ, ଅର୍ଥ ବିଭାଗ ନିର୍ଦ୍ଦେଶକ(ଆଇଏଫ) ଡ. ପ୍ରସ୍ଥିତା ସାହୁ, ସ୍ଵାଧୀନ ନିର୍ଦ୍ଦେଶକ, ଶ୍ରୀମତୀ ନିରୁପମା ହାତି, ଓଏ ଅଧ୍ୟକ୍ଷ ଶ୍ରୀ ଗୌରୀଶଙ୍କର ଦାଶ, ଓସିଆର ସଭାପତି ଶ୍ରୀ ସ୍ମରଜିତ୍ ମହାନ୍ତି, ଓଇଆର ସଭାପତି ଶ୍ରୀ ମିହିର କୁମାର କାନୁନଗୋ ଏବଂ ସ୍ବାଧୀନ ଡାଇରେକ୍ଟର ଶ୍ରୀ ଭେଙ୍କଟେଶ୍ଵରଲୁ ସୁରୁ ଉପସ୍ଥିତ ଥୁଲେ ।
Post a Comment