ଅନୁଗୁଳ, ଅନୁଗୁଳ ଜିଲ୍ଲାରେ ସ୍ବାସ୍ଥ୍ୟ ଭିତିଭୂମିର ଅଭାବ ରହିବ ନାହିଁ । ମହାମାରୀ କୋଭିଡ-୧୯ର ଆହ୍ବାନକୁ ସାମ୍ନା କରିବା ତଥା ଜିଲ୍ଲାରେ ସ୍ବାସ୍ଥ୍ୟ ଭିତିଭୂମିକୁ ଆହୁରି ସୁଦୃଢ କରିବା ପାଇଁ । ଓଡିଶାର କର୍ପୋରେଟ ଅନୁଷ୍ଠାନ ଗୁଡ଼ିକ ଉଦ୍ୟମ ଜାରୀ ରଖୁଛନ୍ତି ବୋଲି ମଙ୍ଗଳବାର ଅନୁଗୁଳ ଜିଲ୍ଲାର ଜିନ୍ଦଲ ଷ୍ଟିଲ୍ ଏବଂ ପାୱାର ପ୍ଲାଟ୍(ଜେଏସପିଏଲ) କ୍ୟାମ୍ପସ ପରିସରରେ ଅକ୍ସିଜେନ ସଂଯୁକ୍ତ ୨୭୦ଟି ବେଡ୍ ବିଶିଷ୍ଟ କୋଭିଡ୍ କେୟାର ସେଟରକୁ ଲୋକାର୍ପଣ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଉଲ୍ଲେଖନୀୟ ଯେ, ଆଜି ଅନୁଗୁଳ ଜିଲ୍ଲା ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବଳରାମ ପ୍ରସାଦ ସ୍ଥିତ ଇଏସଆଇ ହସ୍ପିଟାଲରେ ନାଲକୋ ସହଯୋଗରେ ନିର୍ମିତ କୋଭିଡ୍ ହସ୍ପିଟାଲ ଏବଂ ତାଳଚେର ସ୍ଥିତ ଏମସିଏଲରର କୋଭିଡ୍ ହସ୍ପିଟାଲ ପରିଦର୍ଶନ କରି ସ୍ଥିତି ଦେଖିଥିଲେ । ଏହାସହ ପିପିଇ କିଟ୍ ପିନ୍ଧି କୋଭିଚ୍ ହସ୍ପିଟାଲରେ ଡାକ୍ତର, ସ୍ବାସ୍ଥ୍ୟ କର୍ମୀ ଓ କର୍ମଚାରୀଙ୍କ ସହ କଥା ହୋଇ କୋଭିଡ ସଂକ୍ରମିତଙ୍କ ଚିକିତ୍ସା ସମ୍ପର୍କରେ ପଚାରି ବୁଝିଥିଲେ। କୋଭିଡ୍ କେୟାର ସେଣ୍ଟରର ଲୋକାର୍ପଣ କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ଉଦବୋଧନ ଦେଇଛନ୍ତି ଯେ ଅନୁଗୁଳ ଜିଲ୍ଲାରେ ବଢୁଥିବା କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖୁ ଇସ୍ପାତ କମ୍ପାନୀ ଜେଏସପିଏଲ ଦ୍ବାରା ଏହି କୋଭିଜ୍ କେୟାର ସେଣ୍ଟର ପ୍ରତିଷ୍ଠା କରାଯାଇଛି ।
ଏହି ସଂଟରରେ ୨୭୦ଟି ଅକ୍ସିଜେନ୍ ସଂଯୁକ୍ତ ବେଡ୍, ଭେଟିଲେଟର, ଏଚଡ଼ିୟୁ ଓ ଆନୁଷଙ୍ଗିକ ବ୍ୟବସ୍ଥା ରହିଥିବା ବେଳେ ପୂର୍ବରୁ ଏଠାରେ ୫୦ଟି ବେଡ୍ ଉପଲବ୍ଧ ରହିଛି । ଜେଏସପିଏଲର ଏହି କୋଭିଡ୍ ହସ୍ପିଟାଲରେ ବ୍ୟବସ୍ଥିତ ଥିବା ସର୍ବମୋଟ ୩୨୦ଟି ବେଡ୍ ଅନୁଗୁଳ ଜିଲ୍ଲାର କଣିହାଁ, ତାଳଚେର ଏବଂ ପଡୋଶୀ ଜିଲ୍ଲା ଦେବଗଡ଼ ସମେତ କୋଭିଡ ରୋଗୀଙ୍କୁ ଉତମ ଚିକିତ୍ସା ଯୋଗାଇବାରେ ସହାୟକ ହେବ । ଅନୁଗୁଳ ଜିଲ୍ଲାରେ ସ୍ବାସ୍ଥ୍ୟ ଭିତିଭୂମିକୁ ମଜବୁତ କରାଯାଉଛି । ପୂର୍ବରୁ ମହାନଦୀ କୋଲ ଫିଲଡ( ଏମସିଏଲ) ଓ ନାଲକୋ ଭଳି କର୍ପୋରେଟ ଅନୁଷ୍ଠାନ ସହଯୋଗରେ ତାଳଚେର ଏବଂ ବଳରାମପ୍ରସାଦ ଠାରେ ୧୫୦ଟି ଲେଖାଁଏ ଅକ୍ସିଜେନ୍ ସୁବିଧା ବେଡ୍, ଭେଟିଲେଟର ଏବଂ ଅତ୍ୟାଧୁନିକ ମେଡିକାଲ ଉପକରଣ ସହ କୋଭିଡ୍ ହସ୍ପିଟାଲ ପ୍ରତିଷ୍ଠା ହୋଇସାରିଛି ।
ଅନୁଗୁଳ ଜିଲ୍ଲା ପ୍ରଶାସନ ଦ୍ବାରା କୋଭିଡ୍ ରୋଗୀଙ୍କ ଚିକିତ୍ସା କରିବା ପାଇଁ ବିଭିନ୍ନ ବ୍ୟବସ୍ଥା ହୋଇଥିବା ବେଳେ ଜେଏସପିଏଲ, ଏମସିଏଲ ଏବଂ ନାଲକୋ ଦ୍ବାରା ବ୍ୟବସ୍ଥିତ ୬୨ ୦ଟି । ଅକ୍ସିଜେନ ସଂଯୁକ୍ତ କୋଭିତ୍ ବେଡ୍ ଏବଂ ଆନୁଷଙ୍ଗିକ ମେଡ଼ିକାଲ ବ୍ୟବସ୍ଥା ଅନୁଗୁଳ ଏବଂ ପଡୋଶୀ ଜିଲ୍ଲାର ଲୋକଙ୍କୁ ସୁରକ୍ଷିତ ରଖୁବାରେ ସହାୟକ ହେବ । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନର କରୋନା ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ଦେଶରେ ସ୍ୱାସ୍ଥ୍ୟ ଭିତିଭୂମିକୁ ମଜବୁତ୍ କରିବା ଦିଗରେ ପ୍ରାଥମିକତା ଦେଉଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ବାନ କ୍ରମେ ସମସ୍ତଙ୍କୁ “ ଟ୍ରେସିଂ, ଟେଷ୍ଟିଙ୍ଗ ଏବଂ ଟ୍ରିଟମେଣ୍ଟକୁ ଗୁରୁତ୍ବ ଦେବା ସହ ଟିକାକରଣର ଦାୟିତ୍ବ ନେବାକୁ ପଡ଼ିବ । ଭାରତ ସରକାର ରାଜ୍ୟ ଗୁଡ଼ିକୁ ମାଗଣାରେ ୫୦ ପ୍ରତିଶତ ଟିକା ଯୋଗାଇ ଦେଉଥିବା ବେଳେ ରାଜ୍ୟ ଦ୍ବାରା ୨୫ ପ୍ରତିଶତ ଏବଂ କର୍ପୋରେଟ୍ ଅନୁଷ୍ଠାନ ଗୁଡିକ ଦ୍ଵାରା ୨୫ ପ୍ରତିଶତ ଟିକା ଯୋଗାଇଦେବାର ବ୍ୟବସ୍ଥା କରାଯାଉଛି ।
ଅପରପକ୍ଷରେ ବିଗତ ୨ ମାସରେ ଜେଏସପିଏଲ କମ୍ପାନୀ ଦେଶର ବିଭିନ୍ନ ଅଂଚଳକୁ ୩ ହଜାର ମେଟ୍ରିକ୍ ଟନର ଅମ୍ଳଜାନ ଯୋଗାଇ ଦେଶର ଆବଶ୍ୟକତା ପୂରଣ କରିଛି । ଆଗାମୀ ଦିନରେ ମଧ୍ୟ ରାଜ୍ୟରେ ସମାଜିକ-ଅର୍ଥନୈତିକ ବିକାଶ ଏବଂ ସ୍ବାସ୍ଥ୍ୟବସ୍ଥାକୁ ମଜବୁତ୍ କରିବାରେ ମଧ୍ୟ ଜେଏସପିଏଲ୍ ଦାୟିତ୍ବ ନେବାକୁ କେନ୍ଦ୍ରମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏହାସହ କରୋନାର ଦ୍ବିତୀୟ ଲହର ଦ୍ଵାରା ଅଧ୍ବକ ପ୍ରଭାବିତ ହୋଇଥିବା । ଅନୁଗୁଳ ଜିଲ୍ଲାରେ କର୍ପୋରେଟ୍ ଅନୁଷ୍ଠାନ ଗୁଡ଼ିକୁ ନିଜ କର୍ମଚାରୀ, ତାଙ୍କ ପରିବାର ଏବଂ ଅନ୍ୟୁନ ଜଣେ ଗରିବ ଲୋକଙ୍କୁ ମଧ୍ୟ ଟିକା ଦେବା ପାଇଁ ଦାୟିତ୍ବ ନେବାକୁ ପୁଣି ଥରେ ଆହ୍ବାନ କରିଛନ୍ତି । ଆଜିର ଜେଏସପିଏଲର କୋଭିଡ୍ କେୟାର ସେଟର ଲୋକାର୍ପଣ କାର୍ଯ୍ୟକ୍ରମରେ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ, ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବ, ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା ଏବଂ ଜିନ୍ଦଲ ମୁଖ୍ୟ ନବୀନ ଜିନ୍ଦଲ ପ୍ରମୁଖ ଉପସ୍ଥିତ ରହିଥିଲେ ।
Post a Comment