loading...

ୱାଲମୀର ୪୧ ତମ ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ

ଭୁବନେଶ୍ବର-କଟକ ରାସ୍ତାରେ ପ୍ରତାପ ନଗରୀସ୍ଥିତ ଜଳ ଓ ଓ ଭୂ ସମ୍ପଦର ସମନ୍ବିତ ପରିଚାଳନା ନିମନ୍ତେ ଉତ୍ସର୍ଗୀକୃତ ପ୍ରମୁଖ ତାଲିମଓ ଗବେଷଣା ପ୍ରତିଷ୍ଠାନ

ୱାଲମୀର ୪୧ ତମ ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ

ଭୁବନେଶ୍ବର, ଭୁବନେଶ୍ବର-କଟକ ରାସ୍ତାରେ ପ୍ରତାପ ନଗରୀସ୍ଥିତ ଜଳ ଓ ଓ ଭୂ ସମ୍ପଦର ସମନ୍ବିତ ପରିଚାଳନା ନିମନ୍ତେ ଉତ୍ସର୍ଗୀକୃତ ପ୍ରମୁଖ ତାଲିମଓ ଗବେଷଣା ପ୍ରତିଷ୍ଠାନ( ୱାଲମୀ)ର ୪୧ ତମ ପରିଚାଳନା ପରିଷଦ ବୈଠକ (ଗଭୟଂ କାଉନସିଲ୍ ମିଟି) ସୋମବାର ଦିନ ଭର୍ଚୁଆଲ ବ୍ୟବସ୍ଥାରେ ଅନୁଷ୍ଠିତ ହୋଇଯାଇଛି । ୱାଲମୀର ସଭାପତି ରାଜ୍ୟ ଜଳ ସଂପଦ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥୁରେ ଝାମୀର ନିର୍ଦ୍ଦେଶକ ଇଂ. ବିଶ୍ୱମୋହନ ଆଚାର୍ଯ୍ୟଙ୍କ ସମେତ ପରିଚାଳନା ପରିଷଦର ୧୫ ଜଣ ସଭ୍ୟସଭା ଯୋଗ ଦେଇଥଲେ । ଔଲମୀରେ କାର୍ଯ୍ୟରତ ୧୫୩ ଜଣ କର୍ମଚାରୀଙ୍କର ବହୁ ପ୍ରତୀକ୍ଷିତ ୭ମ ବେତନ କମିଶନ ସୁପାରିଶ ଅନୁସାରେ ବେତନ ପ୍ରଦାନ ନେଇ ରହିଥୁବା ପ୍ରସ୍ତାବକୁ ପରିଚାଳନା ପରିଷଦ ବୈଠକରେ ସର୍ବସମ୍ମତି କ୍ରମେ ଗୃହୀତ ହୋଇଛି ଓ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିଷ୍ପତି ନିଆଯାଇଛି । 

ଏଥୁ ସହିତ ପ୍ରତିଷ୍ଠାନରେ କାର୍ଯ୍ୟରତ ପରିସଂଖ୍ୟାନ ସହାୟକ(ଷ୍ଟାଟିଷ୍ଟିକାଲ ଆସିଷ୍ଟାଣ୍ଟ) ପଦବୀର ନାମକରଣକୁ ରାଜ୍ୟ ସରକାରଙ୍କ ଯୋଜନା ଓ ସଂଯୋଜନା ବିଭାଗ ବିଜ୍ଞପ୍ତି ସଂଖ୍ୟା ୫୮ ତା-୦ ୩.୦୧.୨୦୧୮ ଅନୁସାରେ ପରିବର୍ତନ କରାଯାଇ ସହକାରୀ ପରିସଂଖ୍ୟାନ ଅଧିକାରୀ( ଆସିଷ୍ଟାଣ୍ଡ ଷ୍ଟାଟିଷ୍ଟିକାଲ ଅଫିସର) କରାଯାଇଛି । ବୈଠକରେ ପୂର୍ବରୁ ଅନୁଷ୍ଠିତ ପରିଷଦ ବୈଠକର ନିଷ୍ପତିର କାର୍ଯ୍ୟାନୁଷ୍ଠାନ, ୱାଲମୀରେ ତାଲିମ ପ୍ରଦାନରେ ସଫଳତା, ୨୦ ୨୧-୨୨ରେ ଏହି ପ୍ରତିଷ୍ଠାନରେ କାର୍ଯ୍ୟକ୍ରମ ଯୋଜନା, ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ଉପଯୋଗ ଆଦି ବ୍ୟବସ୍ଥା ନେଇ ଆଲୋଚନା କରାଯାଇଥିଲା।

ପ୍ରକାଶ ଥାଉକି, ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଗର୍ଗ ଗତ ନଭେମ୍ବର ମାସ ୨୭ ତାରିଖରେ ଆଲମୀରେ ଭର୍ଚୁଆଲ ବ୍ୟବସ୍ଥାରେ ପ୍ରଶିକ୍ଷଣ ବ୍ୟବସ୍ଥାର ଶୁଭାରମ୍ଭ କରିବାକୁ ଏହି ପ୍ରତିଷ୍ଠାନକୁ ଗସ୍ତ ଅବସରରେ ଏଠାରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀମାନଙ୍କ ଦକ୍ଷତା ବୃଦ୍ଧି, ତାଲିମ ଓ ଗବେଷଣା କ୍ଷେତ୍ରରେ ଏହାକୁ ଉତ୍କର୍ଷ କେନ୍ଦ୍ର (ସେଣ୍ଟର ଅଫ ଏକ୍ସଲେନ୍ସ) ରେ ପ୍ରତିଷ୍ଠିତ କରିବା ପାଇଁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ । ତଦନୁସାରେ ସ୍ବାମୀରେ ଭିତିଭୂମିରେ ଉନ୍ନତି, ସବୁ ପ୍ରକୋଷ୍ଠରେ କମ୍ପ୍ୟୁଟରୀକରଣ ବ୍ୟବସ୍ଥା, ସମସ୍ତ କର୍ମଚାରୀଙ୍କୁ କମ୍ପୁଟର ସୁବିଧା ସହ ହାଇସ୍ପିଡ୍‌ ଇଣ୍ଟରନେଟ୍ ବ୍ୟବସ୍ଥା ଏବଂ ସିସିଟିଭି ସର୍ବେକ୍ଷଣ ବ୍ୟବସ୍ଥା କରାଯାଇଛି । 

ଔଲମୀରେ ପ୍ରତିବର୍ଷ କୃଷକ, ପାଣିଫଚାୟତର କର୍ମକର୍ତ୍ତା, ଚାକିରୀରେ ଥିବା କନିଷ୍ଠ ଓ ବରିଷ୍ଠ ଯନ୍ତ୍ରୀ, ଅନ୍ୟରାଜ୍ୟରୁ କୃଷକ ଓ ଯନ୍ତ୍ରୀମାନେ ପ୍ରଶିକ୍ଷଣ ନେଉଛନ୍ତି । ୨୦୧୯-୨୦ ବର୍ଷରେ ଏଠାରେ ୫୯୪୨ ଜଣ, ୨୦୨ ୦-୨୧ରେ ୯୩୯୬ ଜଣ ପ୍ରଶିକ୍ଷାର୍ଥୀ ତାଲିମ ନେଇଛନ୍ତି ଏବଂ ୨୦୨୧-୨୨ ବର୍ଷରେ ଏହି ପ୍ରତିଷ୍ଠାନରେ ଜଳ ସମ୍ପଦ ବିଭାଗରେ ନବ ନିଯୁକ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ସମେତ ୨୮, ୧୧୦ ଜଣ ପ୍ରଶିକ୍ଷାର୍ଥୀ ତାଲିମ ନେବାର କାର୍ଯ୍ୟକ୍ରମ ରହିଛି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget