loading...

ବିଶିଷ୍ଟ ଆର୍ଯ୍ୟ ସମାଜୀମାନଙ୍କ ବିୟୋଗରେ ଆର୍ଯ୍ୟସମାଜ ଓଡ଼ିଶା ପକ୍ଷରୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ବିଶିଷ୍ଟ ଆର୍ଯ୍ୟସମାଜୀମାନଙ୍କ ବିୟୋଗରେ ଆର୍ଯ୍ୟସମାଜ ଓଡ଼ିଶା ପକ୍ଷରୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ବିଶିଷ୍ଟ ଆର୍ଯ୍ୟ ସମାଜୀମାନଙ୍କ ବିୟୋଗରେ ଆର୍ଯ୍ୟସମାଜ ଓଡ଼ିଶା ପକ୍ଷରୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର, ବିଗତ ଦିନମାନଙ୍କରେ ଆର୍ଯ୍ୟସମାଜର ବିଶିଷ୍ଟ କାର୍ଯ୍ୟକର୍ତ୍ତା, ଆରର୍ଯ୍ୟ ବୁଦ୍ଧଦେବ, ଗୁରୁକୁଳ ନୃସିଂହନାଥ, ଓମପ୍ରକାଶ କିଶାନ, ଗୁରୁକୁଳାଶ୍ରମ ବେଦବ୍ୟାସ, ଭୀମସେନ ଅଗ୍ନିହୋତ୍ରୀ, ଆର୍ଯ୍ୟସମାଜ ଭୁବନେଶ୍ୱର, ଶଶୀଭୂଷଣ ଆଗରୀ, ପ୍ରତିଷ୍ଠାତା ଦୟାନନ୍ଦ ବୃଦ୍ଧାଶ୍ରମ ଓଡଗାଁ, ଇଂ ବାନମ୍ବର ଖଟେଇ, ନୟାଗଡ଼, ବାସୁଦେବ ପ୍ରଧାନ, ଆର୍ଯ୍ୟସମାଜ, ଶ୍ରୀଜଲ ବରଗଡ଼, ଧୀରେନ୍ଦ୍ର ଶାସ୍ତ୍ରୀ, ପଦ୍ମପୁରଙ୍କ ବିୟୋଗରେ ଆଜି ସନ୍ଧ୍ୟାରେ ଜୁମ୍ ଭିଡ଼ିଓ ଯୋଗେ ଏକ ଶ୍ରଦ୍ଧାଞ୍ଜଳି ସଭା ଆର୍ଯ୍ୟସମାଜ ଓଡ଼ିଶା ଓ ଯୁବ ଆର୍ଯ୍ୟସମାଜ, ଓଡ଼ିଶା ପକ୍ଷରୁ ମିଳିତ ଭାବେ ବୈଦିକ ବିଦ୍ବାନ, ସମାଜସେବୀ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି ।

କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ଦିବ୍ୟଜୀବନ ସଂଘର ସନ୍ଥ ସ୍ଵାମୀ ଜଗନ୍ନାଥାନନ୍ଦ ସରସ୍ବତୀ ମହାରାଜ କହିଲେ ଯେ, ସମସ୍ତ ଦିବଂଗତ ବ୍ୟକ୍ତିତ୍ଵମାନେ ନିଜ ଗୁଣରେ ମହାନ୍ ଥିଲେ। ଆର୍ଯ୍ୟସମାଜ ତଥା ମହର୍ଷି ଦାୟାନନ୍ଦଙ୍କ ବାର୍ତ୍ତାକୁ ଗ୍ରାମାଞ୍ଚଳରେ ପହଞ୍ଚାଇବାରେ ସେମାନଙ୍କର ଅବଦାନ କେବେହେଲେ ମୂଲ୍ୟହୀନ ହେବନାହିଁ । ଶ୍ରଦ୍ଧାଞ୍ଜଳି ଜଣାଇ ବେଦ ପ୍ରବଚକ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା, ଦୟାନନ୍ଦ ମିଶନର ପ୍ରତିଷ୍ଠାତା ଡଃ ବିକାଶ ପଣ୍ଡା, ଆଶ୍ଚର୍ଯ୍ୟ ସୁରେନ୍ଦ୍ର ଉପାଧ୍ୟାୟ କହିଲେ ଯେ, ମୃତ୍ୟୁ ଚିରନ୍ତନ ସତ୍ୟ, ଏକଥାକୁ ସମସ୍ତ ଶୁଦ୍ଧିଜନ ଜାଣନ୍ତି, କିନ୍ତୁ ଅସମୟରେ ମୃତ୍ୟୁକୁ କେହି ସହଜରେ ଗ୍ରହଣ କରିପାରନ୍ତି ନାହିଁ । ଆର୍ଯ୍ୟସମାଜର ଏହି ଦିବଂଗତ ବ୍ୟକ୍ତିମାନେ କେବଳ ଜଣେ ଜଣେ ବ୍ୟକ୍ତି ନଥିଲେ, ସେମାନେ ଗୋଟିଏ ଗୋଟିଏ ଅନୁଷ୍ଠାନ ଥିଲେ ।

ଶ୍ରଦ୍ଧାଞ୍ଜଳି ଜଣାଇ ପଣ୍ଡିତ ଆନନ୍ଦ ଶାସ୍ତ୍ରୀ, ପଣ୍ଡିତ ରଘୁନାଥ ନାୟକ, ଆଶ୍ଚର୍ଯ୍ୟ ବିଶ୍ବନାଥ, ଗୁରୁକୁଳ ବେଦବ୍ୟାସ ଟ୍ରଷ୍ଟର ସମ୍ପାଦକ ରାମଚନ୍ଦ୍ର ସାହୁ କହିଲେ ଯେ, ବିଶ୍ୱରେ ଯେଉଁ କରୋନା ବିପତ୍ତି ଦେଖାଦେଇଛି, କେତେ ପ୍ରାଣ ନେଉଛି, ଭଗବାନ ହିଁ ଏହାର ସମାପ୍ତ କରିପାରିବେ ବୋଲି କହିଥିଲେ । ଆଜିର କାର୍ଯ୍ୟକ୍ରମକୁ ଯୁବ ଆର୍ଯ୍ୟସମାଜ ଓଡ଼ିଶାର ଅଧ୍ୟକ୍ଷ ପ୍ରବୀର ଆର୍ଯ୍ୟ ପରିଗୁଳନା କରିଥିଲେ । ଏହି ଅବସରରେ ପ୍ରତ୍ୟୁଷରେ ପରଲୋଗକତ ଆମ୍ବାମାନଙ୍କର ଶାନ୍ତି ପାଇଁ ପଣ୍ଡିତ ବିନୋଦ ବିହାରୀ ଦାସଙ୍କ ପୌରହିତ୍ୟରେ ଶାନ୍ତି ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଶେଷରେ ଦୀପକ ଆର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget