loading...

ବିଜୁଳି ଦର ବୃଦ୍ଧି ନିଷ୍ପତି ତୁରନ୍ତ ପ୍ରତ୍ୟାହାର ନହେଲେ ଆଗାମି ଦିନରେ ଆନ୍ଦୋଳନକୁ ଆହୁରୀ ତୀବ୍ର କରାଯିବ

ରାଜ୍ୟ ସରକାର ଏବଂ ବିଦ୍ୟୁତ ବଂଟନ କଂପାନୀର ମଧୁଚନ୍ଦ୍ରିକା କାରଣରୁ ସାଧାରଣ ବିଜୁଳି ଉପଭୋକ୍ତା ହନ୍ତସନ୍ତ ହେଉଛନ୍ତି । ରାଜ୍ୟ ସରକାର ବିଜୁଳି ଉପଭୋକ୍ତାଙ୍କ

ବିଜୁଳି ଦର ବୃଦ୍ଧି ନିଷ୍ପତି ତୁରନ୍ତ ପ୍ରତ୍ୟାହାର ନହେଲେ ଆଗାମି ଦିନରେ ଆନ୍ଦୋଳନକୁ ଆହୁରୀ ତୀବ୍ର କରାଯିବ


ଭୂବନେଶ୍ୱର, ରାଜ୍ୟ ସରକାର ଏବଂ ବିଦ୍ୟୁତ ବଂଟନ କଂପାନୀର ମଧୁଚନ୍ଦ୍ରିକା କାରଣରୁ ସାଧାରଣ ବିଜୁଳି ଉପଭୋକ୍ତା ହନ୍ତସନ୍ତ ହେଉଛନ୍ତି । ରାଜ୍ୟ ସରକାର ବିଜୁଳି ଉପଭୋକ୍ତାଙ୍କ ସ୍ବାର୍ଥକୁ ସର୍ବଦା ଅଣଦେଖା କରିବା ସହ ଅହେତୁକ ବାରମ୍ବାର ବିଜୁଳି ଦର ବୃଦ୍ଧି କରି ବୋଝ ଉପରେ ନଳିତା ବିଡା ଲଦି ଦେଇଛନ୍ତି । ଶିଳ୍ପ ସଂସ୍ଥାଗୁଡିକୁ ପାଣି ଦିଆଯାଉଥିବା କାରଣରୁ ହାଇକ୍ରୋ ପାୱାର ଉତ୍ପାଦନ ହ୍ରାସ ପାଉଛି । ଉପଭୋକ୍ତାଙ୍କ ଅର୍ଥରେ ଶକ୍ତିବିଭାଗର ଭିତିଭୂମିକୁ ସୁଦୃଢ କରିବା ପରିବର୍ତ୍ତେ ବିଜୁଳି ବଂଟନ କଂପାନୀମାନଙ୍କୁ ଅହେତୁକ ଅନୁକଂପା ଦିଆଯାଉଛି । ଏ ବାବଦରେ ୧୦୦ କୋଟିରୁ ଉର୍ଦ୍ଧ ଟଙ୍କା ଆଦାୟ କରାଯାଇନାହିଁ । ହଜାର ହଜାର କୋଟି ଟଙ୍କାର କ୍ଷତି ଦର୍ଶାଇ ବର୍ତମାନ ଶକ୍ତି ବିଭାଗକୁ ଟାଟା କଂପାନୀ ହାତକୁ ଟେକି ଦେଇଛନ୍ତି । 

ଶକ୍ତିବିଭାଗର ସଠିକ୍ ରକ୍ଷଣାବେକ୍ଷଣ ହୋଇପାରୁନାହିଁ । ସମସ୍ତ କ୍ଷତି ଟଙ୍କା ସାଧାରଣ ଜନତାଙ୍କଠାରୁ ଆଦାୟ କରାଯାଉଛି । ଯଦିଓ ଓଇଆରସି ଏକ ସ୍ଵତନ୍ତ, କିନ୍ତୁ ରାଜ୍ୟ ସରକାର କଣ୍ଢେଇ ଭଳି ବ୍ୟବହାର କରୁଛି । ବିଧାନସଭା ଭିତରେ ଆଉ ବାହାରେ ବିଭାଗୀୟ ମନ୍ତ୍ରୀ ମିଛ ବିବୃତି ଦେଇ ବିଭ୍ରାନ୍ତ କରିବାର ପ୍ରଚେଷ୍ଟା କରୁଛନ୍ତି ବୋଲି ଜିଲ୍ଲା ବିଜେପି ତରଫରୁ ଅନୁଷ୍ଠିତ ଭବ୍ଧିଆଲ ବିକ୍ଷୋଭ କାର୍ଯ୍ୟକ୍ରମରେ ଅତି ଭାବେ ଯୋଗ ଦେଇ ବିଜୁଳି ଉପଭୋକ୍ତା ମହାସଂଘ ସଭାପତି ଶ୍ରୀ ରମେଶ ଚନ୍ଦ୍ର ଶତପଥୀ ମତ ଦେଇଛନ୍ତି । ଗତ ୧୦ ବର୍ଷ ମଧ୍ୟରେ ବାରମ୍ବାର ବିଜୁଳି ଦର ବୃଦ୍ଧି କରି ରାଜ୍ୟ ସରକାର ବିଜୁଳି ଊପଭୋକ୍ତାଙ୍କୁ ଆର୍ଥିକ ବୋଝ ଲଦି ଦେଇଛନ୍ତି । ରାଜ୍ୟର ବିଦ୍ୟୁତ ଉପଭୋକ୍ତାଙ୍କ ସ୍ବାର୍ଥକୁ ଜଳାଞ୍ଜଳୀ ଦେଇ ଘରୋଇ କଂପାନୀଗୁଡିକର ସ୍ବାର୍ଥକୁ ପ୍ରତ୍ୟକ୍ଷ ଭାବେ ପ୍ରୋତ୍ସାହନ ଦେବା ସହ ବିଶେଷ ଭାବେ ଘରୋଇ ବିଜୁଳି ଉପଭୋକ୍ତାଙ୍କୁ ରାଜ୍ୟ ସରକାର ବାରମ୍ବାର ଧୋକା ଦେଇ ଆସୁଛନ୍ତି । ଗତ ୬ ମାସ ଭିତରେ ୨ଟି ପର୍ଯ୍ୟାୟରେ ୟୁନିଟ୍ ପିଛା ୫୦ ପଇସା ବୃଦ୍ଧି କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । 

ଦେଶର ଅନ୍ୟ ରାଜ୍ୟମାନଙ୍କରେ ବିଜୁଳି ବଂଟନ କଂପାନୀମାନଙ୍କୁ ସେଠାକାର ରାଜ୍ୟ ସରକାର ଆର୍ଥିକ ସହାୟତା ପ୍ରଦାନ କରି ସାଧାରନ ଖାଉଟିଙ୍କ ଉପରେ ବୋଝ ଲଦୁନାହାନ୍ତି । ବିଜୁଳି ଦର ଧାର୍ଯ୍ୟ ପାଇଁ ଏକ କମିଟି ରହିଛି । କିନ୍ତୁ ଓଡିଶାରେ ଏହି ନିୟମକୁ ଜଳାଞ୍ଜଳୀ ଦେଇ ମନ ଇଛା ଦର ଧାର୍ଯ୍ୟ ହେଉଛି । ଦୀର୍ଘ ମିଆଦି ଯୋଜନାରେ ବିଜୁଳି ଦର ଧାର୍ଯ୍ୟ ହେବା ଉଚିତ୍ । ଏହା ଫଳରେ ସାଧାରଣ ଖାଉଟିଙ୍କ ଉପରେ ଆଧିକ ଚାପ ପଡିବ ନାହିଁ ବୋଲି ଏହି ଭଲ ବିକ୍ଷୋଭ କାର୍ଯ୍ୟକ୍ରମରେ ଅନ୍ୟତମ ଅତି ଭାବେ ଯୋଗ ଦେଇ ବିଜୁଳି ଶକ୍ତି ଏକ୍ସପର୍ଟ ଶ୍ରୀ ଆନନ୍ଦ ମହାପାତ୍ର କହିଛନ୍ତି । କୋଜିତ୍ ମହାମାରୀ ସଂକଟ ସମୟରେ ସାଧାରଣ ଜନତାଙ୍କ ଉପରେ ଜୋରଜବରଦସ୍ତ ଭାବେ ଏଭଳି ଆର୍ଥିକ ବୋଝ ଲଦି ଦିଆଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ସମ୍ବେଦନହୀନତାର ପରିଚୟ । ଭାରତୀୟ ଜନତା ପାର୍ଟି ଏହାକୁ ବିରୋଧ କରୁଛି । କରୋନା କଟକଣାକୁ ସଂପୂର୍ଣ୍ଣ ଭାବେ ପାଳନ କରି ବିଶେଷଜ୍ଞମାନଙ୍କ ତଥ୍ୟ ଆଧାରରେ ରାଜ୍ୟ ସରକାରଙ୍କ ନିଷ୍ପତିକୁ ବିରୋଧ କରିବାର ପ୍ରୟାସକୁ ଏହି ଭର୍ଚୁଆଲ ବିକ୍ଷୋଭରେ ଯୋଗ ଦେଇ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ପ୍ରଶଂସା କରିଛନ୍ତି । 

ରାଜଧାନୀରୁ ଆରମ୍ଭ ହୋଇଥିବା ଏହି ବିକ୍ଷୋଭ, ପ୍ରତିବାଦ ସଭା ଏବଂ ଆନ୍ଦୋଳନ ଆଗାମୀ ଦିନରେ ରାଜ୍ୟବ୍ୟାପୀ ଅନୁଷ୍ଠିତ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଆଜିର ଏଭଳି ବିକ୍ଷୋଭ କାର୍ଯ୍ୟକ୍ରମ ଅତ୍ୟନ୍ତ ସ୍ବାଗତଯୋଗ୍ୟ ପଦକ୍ଷେପ । ରାଜ୍ୟର ଅର୍ଥନୈତିକ ବିକାଶ ପାଇଁ ବିଜୁଳି ଶକ୍ତିର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ରାଜ୍ୟବାସୀଙ୍କ ସ୍ବାର୍ଥକୁ ବଳି ଦେଇ ରାଜ୍ୟ ସରକାର ଆଳୁ, ପିଆଜ ଭଳି ଯେଉଁ ଭାବେ ବିଜୁଳି ଦର ବୃଦ୍ଧି କରୁଛନ୍ତି, ଏହି କୁଚକ୍ରାନ୍ତ ବିରୁଦ୍ଧରେ ସାମାଜିକ ଗଣମାଧ୍ୟମ ଜରିଆରେ ରାଜ୍ୟବାସୀଙ୍କୁ ଅବଗତ କରାଯିବ ବୋଲି ଏହି ଭଆଲ ବିକ୍ଷୋଭ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟ ସାଧାରଣ ସଂପାଦକ ପୃଥୀରାଜ ହରିଚନ୍ଦନ କହିଛନ୍ତି । କରୋନା କଟକଣାଜନିତ ଲଭନ ସଭନ କାରଣରୁ ବିକ୍ଷୋଭ ପ୍ରଦର୍ଶନ ସର୍ବସାଧାରଣରେ ଅନୁଷ୍ଠିତ ନହୋଇ ଭର୍ଚୁଆଲ ମୋରେ ଅନୁଷ୍ଠିତ ହୋଇଥିଲା । ବିଜୁଳି ଉପଭୋକ୍ତାଙ୍କ ସ୍ବାର୍ଥ ଦୃଷ୍ଟିରୁ ବିଜେପି ତରଫରୁ ଏହି ନିଷ୍ପତି ବିରୁଦ୍ଧରେ ବାରମ୍ବାର ପ୍ରତିବାଦ ଏବଂ ବିକ୍ଷୋଭ ପ୍ରଦର୍ଶନ କରାଯିବା ସତ୍ତ୍ୱେ ରାଜ୍ୟ ସରକାର ଆଦୌ କର୍ଣ୍ଣପାତ କରୁନାହାନ୍ତି । 

ରାଜ୍ୟ ସରକାର ବିଜୁଳି ବୃଦ୍ଧି ନିଷ୍ପତି ତୁରନ୍ତ ପ୍ରତ୍ୟାହାର ନକଲେ ଆଗାମି ଦିନରେ ଏହି ଆନ୍ଦୋଳନକୁ ଆହୁରୀ ତୀବ୍ର କରାଯାଇ ବ୍ୟାପକ କରାଯିବ ବୋଲି ଭୁବନେଶ୍ବର ଜିଲ୍ଲା ସଭାପତି ଶ୍ରୀ ବାବୁ ସିଂ କହିଛନ୍ତି । ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ବିଜୁଳି ଉପଭୋକ୍ତା ମହାସଂଘ ସଭାପତି ରମେଶ ଚନ୍ଦ୍ର ଶତପଥୀ, ବିଜୁଳି ଶକ୍ତି ଏକ୍ସପର୍ଟ ଆନନ୍ଦ ମହାପାତ୍ର ପ୍ରମୁଖ ଯୋଗ ଦେଇ ବିଜୁଳି ବିଭାଗର ତୃଟିପୂର୍ଣ୍ଣ ପଲିସି, ରାଜ୍ୟ ସରକାରଙ୍କ ଉଦାସୀନତା ପ୍ରସଙ୍ଗରେ ଉପସ୍ଥିତ ସମସ୍ତଙ୍କୁ ବିସ୍ତୃତ ଅବଗତ କରାଇଥିଲେ । ନିଜ ନିଜ ଅଂଚଳ ଏବଂ ଘରେ ରହି ବିଜେପି କାର୍ଯ୍ୟକର୍ତାମାନେ ଟେକ୍ନୋଲୋଜିକୁ ବ୍ୟବହାର କରି ଭର୍ଜୁଆଲ ମିଟିଂ ଜରିଆରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । 

ଜିଲ୍ଲା ସଭାପତି ଶ୍ରୀ ବାବୁ ସିଂଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ଭଆଲ ବିକ୍ଷୋଭ ପ୍ରଦର୍ଶନରେ ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ପୃଥୀରାଜ ହରିଚନ୍ଦନ ଓ ଗୋଲକ ମହାପାତ୍ର, ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ ଓ ହରେକୃଷ୍ଣ ଖୁଟିଆ ପ୍ରମୁଖଙ୍କ ସମେତ ସମସ୍ତ ଜିଲ୍ଲା ପଦାଧୁକାରୀ, ମଣ୍ଡଳ ସଭାପତି ଓ ପ୍ରଭାରୀ, ମୋର୍ଚ୍ଚା ସଭାପତି ଓ ପ୍ରଭାରୀ, ପ୍ରକୋଷ୍ଠ ମୁଖ୍ୟ, କାର୍ଯ୍ୟକର୍ତ୍ତା ଏବଂ ବୁଦ୍ଧିଜୀବିମାନେ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ମନୋମୁଖ୍ୟ କାର୍ଯ୍ୟକୁ ଦୃଢ ନିନ୍ଦା କରିବା ସହ ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରିଥିଲେ ।



Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget