loading...

ଦଳିତଙ୍କ ପାଇଁ ନବୀନ ସରକାର ଧୃତରାଷ୍ଟ୍ର ପାଲଟିଛନ୍ତି - କଂଗ୍ରେସ

ରାଜ୍ୟର ନବୀନ ସରକାର ଦଳିତଙ୍କ ପାଇଁ ଧୃତରାଷ୍ଟ୍ର ପାଲଟିଛନ୍ତି ବୋଲି ପ୍ରଦେଶ କଂଗ୍ରେସ ଅନୁସୂଚୀତ ଜାତି ବିଭାଗର ଅଧ୍ୟକ୍ଷ ଶ୍ରୀ ବାଙ୍କନିଧ୍ୟ ଅଭିଯୋଗ

ଦଳିତଙ୍କ ପାଇଁ ନବୀନ ସରକାର ଧୃତରାଷ୍ଟ୍ର ପାଲଟିଛନ୍ତି - କଂଗ୍ରେସ

ଭୁବନେଶ୍ୱର, ରାଜ୍ୟର ନବୀନ ସରକାର ଦଳିତଙ୍କ ପାଇଁ ଧୃତରାଷ୍ଟ୍ର ପାଲଟିଛନ୍ତି ବୋଲି ପ୍ରଦେଶ କଂଗ୍ରେସ ଅନୁସୂଚୀତ ଜାତି ବିଭାଗର ଅଧ୍ୟକ୍ଷ ଶ୍ରୀ ବାଙ୍କନିଧ୍ୟ ଅଭିଯୋଗ କରିଛନ୍ତି । ଏକ ପ୍ରେସ୍ତ ଇସ୍ତାହାରରେ ସେ କହିଛନ୍ତି ଯେ ରାଜ୍ୟର ଏବେ କରୋନା ମୁକାବିଲା କରିବବା ପାଇଁ ପ୍ରଶାସନ କାର୍ଯ୍ୟ କରୁଛନ୍ତି । କିନ୍ତୁ କରୋନା ଆଳରେ ରାଜ୍ୟରେ ରାଜ୍ୟ ପ୍ରଶାସନିକ ଅଧୁକାରୀ ମାନଙ୍କ ଯେ ଅନ୍ୟ ଦିଗରେ ଆଇନ ଶୃଙ୍ଖଳା ରକ୍ଷା କରିବାରେ ଭୁଲି ଯାଇଛନ୍ତି । ନିକଟରେ କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଗରୁଡ଼ ଗାଁରେ ଦଳିତ ଯୁବକ ଦୀପକ ମଲ୍ଲିକ ଓ ଅନ୍ୟ ଏକ ସାଙ୍ଗକୁ ସଫା ଗ୍ରାମର ଜୀଦସ ରାଉତ ଓ ଅନ୍ୟ ଯୁବକମାନେ ଯେଭଳି ଭାବରେ ଅସଭ୍ୟ ଭାଷାରେ ଗାଳି ଗୁରଜ କରି ବିଧା ଗୋଇଠା ମାରି ରାସ୍ତା ଉପରେ ଆଣ୍ଢେଇ ଆୟେଇ ଚଲାଇ ଭିଡ଼ିକି ଭାଇରାଲ କରି ସୋସିଆଲ ମିଡିଆରେ ଛାଡିଲେ ତାହା ସମସ୍ତଙ୍କୁ ବିଚଳିତ କରିଛି । 

ଏହା ଦ୍ବାରା ଦୀପକ ଓ ତାଙ୍କ ସାଙ୍ଗର ମାନବିକ ଅଧୁକାର ଉପରେ ଉଲଙ୍ଘନ ହୋଇଛି । ଏ ପ୍ରସଙ୍ଗରେ ପୋଲିସ ମାମଲା ରୁଜୁ କରିଥିବା ବେଳେ ଏପର୍ଯ୍ୟନ୍ତ କୌଣସି ଠୋସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ସେହିପରି ଦୀର୍ଘ ୪ ମାସରୁ ଉର୍ଦ୍ଧ ପୁରୀ ଜିଲ୍ଲା ଅନ୍ତର୍ଗତ ସାତପଡ଼ା ଅଂଚଳରେ ଦଳିତ ପରିବାରକୁ ପ୍ରାୟ ୪୦୦ରୁ ଉଦ୍ଧ ସ୍ଥାନୀୟ ଲୋକମାନେ ଯେଭଳି ଭାବରେ ଗ୍ରାମରୁ ବାସନ୍ଦ କରିଦେଲେ ସେମାନଙ୍କୁ ନିଆଁ ପାଣି ବନ୍ଦ କରି ଦେଇଛନ୍ତି, ନିରାଶ୍ରୟ ହୋଇ ନାଥପୁର ଗ୍ରାମରେ ରାସ୍ତାକଡ଼ରେ ପଡ଼ିରହିଥିଲେ ମଧ୍ୟ ପ୍ରଶାସନ ଏପର୍ଯ୍ୟନ୍ତ ସେ ସମସ୍ୟାର ସମଧାନ ନକରି ନୀରବ ଦ୍ରଷ୍ଟା ସାଜିଛନ୍ତି । ଫଳରେ ସେମାନେ ମୁକ୍ତ ଆକାଶ ତଳେ ରହି ନାନା ପ୍ରକାର ଦୁଃଖ କଷ୍ଟରେ ଜୀବନ ବିତାଉଛନ୍ତି । ଏପର୍ଯ୍ୟନ୍ତ ସୁଦ୍ଧା କୌଣସି ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।

ରାଜ୍ୟର ଦଳିତ ମାନଙ୍କ ସୁରକ୍ଷା ସରକାର ଅବହେଳା ପ୍ରଦଶର୍ଜନ କରୁଛନ୍ତି । ଦଳିତ ନିର୍ଯ୍ୟାତନ ଆଇନକୁ ସରକାର ସୁଚାରୁରୂପେ କାର୍ଯ୍ୟ କରୁନାହାଁନ୍ତି । ଦଳିତ ମାନେ ଅତ୍ୟାଶ୍ଚରିତ ହେଉଥିବା ବେଳେ ରାଜ୍ୟର ମୁଖ୍ୟମନ୍ତ୍ରୀ ଦୃଷ୍ଟରାଷ୍ଟ୍ର ପାଲଟି ଯାଇଛନ୍ତି । ସାମାଜିକ ନ୍ୟାୟ ଦେବାରେ ସରକାର ବିଫଳ ହୋଇଛନ୍ତି ବୋଲି ଉପରୋକ୍ତ ୨ଟି ଯାକ ଘଟଣାରୁ ସ୍ପଷ୍ଟ ଜଣାପଡ଼ୁଛି । ଦୁଇଟି ଯାକ ଘଟଣା ଏକ ସମ୍ବେଦନଶୀଳ ଘଟଣା। ପ୍ରଶାସନିକ ଉଦାଶୀନତା ପାଇଁ ଦଳିତ ମାନେ ରାଜ୍ୟର ନ୍ୟାୟ ପାଇବାରୁ ବଂଚିତ ହେଉଛନ୍ତି । ଏହି ପୁରୀପ୍ରେକ୍ଷୀରେ ପ୍ରଦେଶ କଂଗ୍ରେସ ଅନୁସୂଚିତ ଜାତି ପକ୍ଷରୁ ଘଟଣାର ତୀବ୍ର ନିନ୍ଦା କରିବା ସହିତ କଠୋର ଦଣ୍ଡ ବିଧାନ କରାଯିବା ସହିତ ଅନୁସୂଚିତ ଜାତି ନିର୍ଯ୍ୟାତନା ଆଇନ ଅନୁଯାୟି ପିଡ଼ିତ ମାନଙ୍କୁ କ୍ଷତିପୂରଣ ଯୋଗାଇ ଦିଆଯିବା ପାଇଶ ଦାବୀ କରୁଅଛୁ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget