loading...

ପଶ୍ଚିମବଙ୍ଗରେ ପୂର୍ବରୁ ରାଜନୈତିକ ହିଂସା ଘଟୁଥିଲା, ମାତ୍ର ଏବେ ସାଂପ୍ରଦାୟୀକ ହିଂସାରେ ପରିଣତ ହୋଇଛି

ପଶ୍ଚିମବଙ୍ଗରେ ପୂର୍ବରୁ ରାଜନୈତିକ ହିଂସା ଘଟୁଥିଲା, ମାତ୍ର ବର୍ତ୍ତମାନ ଏହା ସାଂପ୍ରଦାୟୀକ ହିଂସାରେ ପରିଣତ ହୋଇଛି

ପଶ୍ଚିମବଙ୍ଗରେ ପୂର୍ବରୁ ରାଜନୈତିକ ହିଂସା ଘଟୁଥିଲା, ମାତ୍ର ବର୍ତ୍ତମାନ ଏବେ ସାଂପ୍ରଦାୟୀକ ହିଂସାରେ ପରିଣତ

ଭୂବନେଶ୍ୱର,ରାମକୃଷ୍ଣ ପରମହଂସ, ସ୍ଵାମୀ ବିବେକାନନ୍ଦ, ରବିନ୍ଦ୍ରନାଥ ଟାଗୋର, ବଙ୍କିମଚନ୍ଦ୍ର ଚାଟାର୍ଜୀ, ରାଜା ରାମମୋହନ ରାୟ, ଡ.ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଭଳି ମହାପୁରୁଷଙ୍କ ଜନ୍ମ ମାଟି ପଶ୍ଚିମବଙ୍ଗରେ ଆଜି ହିଂସା, ମହିଳା ଅତ୍ୟାଚାର, ସାଂପ୍ରଦାୟୀକ ଘଟଣା ଚରମ ସୀମାରେ ପହଂଚିଛି । ଏହି କାରଣରୁ ପଶ୍ଚିମବଙ୍ଗ ଆଜି ନିନ୍ଦିତ ଏବଂ ଲଜ୍ଜିତ । ନିଜ ରାଜନୈତିକ ସ୍ବାର୍ଥ ହାସଲ ପାଇଁ ନିର୍ଦ୍ଦିଷ୍ଟ ହିନ୍ଦୁ ସଂପ୍ରଦାୟ ବ୍ୟକ୍ତିମାନଙ୍କୁ ହତ୍ୟା, ମରଣାନ୍ତକ ଆକ୍ରମଣ, ଭୟଭୀତ କରାଯିବା ଗଣତନ୍ତ୍ର ପାଇଁ ସଂପୂର୍ଣ୍ଣ ବିପଦ । ପଶ୍ଚିମବଙ୍ଗରେ ପୂର୍ବରୁ ରାଜନୈତିକ ହିଂସା ଘଟୁଥିଲା, ମାତ୍ର ବର୍ତ୍ତମାନ ଏହା ସାଂପ୍ରଦାୟୀକ ହିଂସାରେ ପରିଣତ ହୋଇଛି ବୋଲି ପଶ୍ଚିମବଙ୍ଗ ବିରୋଧୀ ଦଳ ନେତା ଶ୍ରୀ ଶୁଭେନ୍ଦୁ ଅଧୁକାରୀ କହିଛନ୍ତି ।

ରାଜ୍ୟ ବିଜେପି ତରଫରୁ ବିନାର ଜରିଆରେ ଆୟୋଜିତ ଏକ ବୁଦ୍ଧିଜୀବି ସମ୍ମିଳନୀରେ ଯୋଗ ଦେଇ ଶ୍ରୀ ଅଧୁକାରୀ କହିଛନ୍ତି ଯେ, ଗତ ମେ ୨ ତାରିଖ ନିର୍ବାଚନ ଫଳାଫଳ ଘୋଷଣା ହେବା ମାତ୍ରେ ମମତା ବାନାର୍ଜୀଙ୍କ ପ୍ରତ୍ୟକ୍ଷ ଇଙ୍ଗିତରେ ତୃଣମୁଳ କଂଗ୍ରେସ କାର୍ଯ୍ୟକର୍ତ୍ତାମାନେ ହିଂସାପରାୟଣ ହୋଇ ବିଜେପି କାର୍ଯ୍ୟକର୍ତ୍ତା ଏବଂ ସମର୍ଥକମାନଙ୍କୁ ହତ୍ୟା, ଆକ୍ରମଣ କରିବା ଆରମ୍ଭ କରିଦେଇଥିଲେ । ମହିଳାମାନଙ୍କ ସହ ଅତ୍ୟାଚାର, ବଳାତ୍କାର ଭଳି ଅମାନୁଷିକ ବ୍ୟବହାର ପ୍ରଦର୍ଶନ କରାଯାଉଛି । ଆଜି ମହିଳାମାନେ ଅସୁରକ୍ଷିତ ହୋଇପଡ଼ିଛନ୍ତି । ନିର୍ବାଚନ ପରବର୍ତ୍ତୀ ହିଂସାରେ ଆଜି ସୁଦ୍ଧା ୩୭ ଜଣ ବିଜେପି କାର୍ଯ୍ୟକର୍ତାଙ୍କୁ ହତ୍ୟା କରାଯାଇଛି । ୮୫୦୦ରୁ ଉର୍ଦ୍ଧ ହିଂସାକାଣ୍ଡ ଘଟିଥିବାବେଳେ ମାତ୍ର ୨୦୦ଟି ମାମଲା ରୁଜୁ ହୋଇଛି । ପୋଲିସ ପ୍ରଶାସନ ମାମଲା ରୁଜୁ କରୁନାହାନ୍ତି । ଭୟଭୀତ ହୋଇ ବିଜେପିର ବହୁ କାର୍ଯ୍ୟକର୍ତା ଆଜି ନିଜ ଘରଦ୍ବାର ଛାଡି ପଡୋଶୀ ରାଜ୍ୟମାନଙ୍କରେ ଆଶ୍ରୟ ନେଉଛନ୍ତି । 

ବିଶେଷ । ଭାବେ ହିନ୍ଦୁ ସଂପ୍ରଦାୟ ଲୋକମାନଙ୍କୁ ଯେଉଁଭଳି ଭାବେ ଅତ୍ୟାଚାର କରାଯାଉଛି, ଏହା ଜାରୀ ରହିଲେ ପଶ୍ଚିମବଙ୍ଗ ବହୁ ଶୀଘ୍ର ଆଉ  ଗୋଟିଏ କାଶ୍ମୀରରେ ପରିଣତ ହେବାକୁ ବିଳମ୍ବ ହେବ ନାହିଁ ବୋଲି ଶ୍ରୀ ଅଧିକାରୀ ଚେତାଇ ଦେଇଛନ୍ତି । ନିର୍ବାଚନରେ ଜଣେ ଜିତିବ, ଜଣେ ହାରିବ । ଜନମତକୁ ସ୍ବୀକାର କରି ଆମେ ବିରୋଧୀ ଦଳର ଭୂମିକାକୁ ଗ୍ରହଣ କରିଛୁ । ଅନ୍ୟ ପଟେ ଶାସନ କ୍ଷମତା ହାତେଇବା ପାଇଁ ମମତା ବାନାର୍ଜୀ ବିରୋଧୀମାନଙ୍କୁ ଦମନ କରିବା ହୀନ ପ୍ରୟାସ କରୁଛନ୍ତି । ଟିଏମସିର ବୀଜୟ ଉତ୍ସବ ପଡୋଶୀ ବାଂଲାଦେଶରେ ପାଳନ ହୋଇଥିଲା । ବିଶେଷ ଭାବେ ବିଜେପି ପ୍ରତି ତାଙ୍କ ପ୍ରତିହିଂସା ପରାୟଣ ମନୋଭାବ ଆଜି ତାଙ୍କୁ ନିଚ ସ୍ତରକୁ ମଧ୍ୟ ନେଇଯାଇଛି । 

ମମତା ବାନାର୍ଜୀଙ୍କ ଚକ୍ରାନ୍ତ କେବେହେଲେ ସଫଳ ହେବ ନାହିଁ । ଏହି କୁଚକ୍ରାନ୍ତ ବିରୁଦ୍ଧରେ ବିଜେପି ଲଢେଇ ଜାରୀ ରଖିଛି ଏବଂ ଆଗାମୀ ଦିନରେ ଆମେ ଆଇନ ଓ ସମ୍ବିଧାନର ସହାୟତାରେ ନିଶ୍ଚିତ ବୀଜୟୀ ହେବୁ ବୋଲି ଶ୍ରୀ ଅଧୁକାରୀ କହିଛନ୍ତି । ଆଜିର ଏହି ବୁଦ୍ଧିଜୀବି ସମ୍ମିଳନୀରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ରାଜ୍ୟ ପ୍ରଭାରୀ ଶ୍ରୀମତୀ ଡି.ପୁରୁଠେଶ୍ଵରୀ, ସହ ପ୍ରଭାରୀ ଶ୍ରୀ ବିଜୟ ପାଲ ସିଂ ତୋମାର, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତିଙ୍କ ସମେତ ସମାଜର ବିଭିନ୍ନ ବର୍ଗର ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଓ ବୁଦ୍ଧିଜୀବିମାନେ ଯୋଗ ଦେଇଥିଲେ । ରାଜ୍ୟ ସାଧାରଣ ସଂପାଦକ ପୃଥୀରାଜ ହରିଚନ୍ଦନ ସଂଚାଳନା କରିଥିବାବେଳେ ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର ଧନ୍ୟବାଦ ଜ୍ଞାପନ କରିଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget