loading...

ବାତ୍ୟା ୟଶ୍ ପ୍ରଭାବିତ ଅଂଚଳରେ ବିଜେପି ମହିଳା ମୋର୍ଚ୍ଚାର ସେବା କାର୍ଯ୍ୟ ଓ ଜନତାଙ୍କୁ କୋଭିଡ୍ ସଚେତନତା

ବାତ୍ୟା ୟଶ୍ ପ୍ରଭାବିତ ଅଂଚଳରେ ବିଜେପି ମହିଳା ମୋର୍ଚ୍ଚାର ସେବା କାର୍ଯ୍ୟ ଓ କୋଭିଡ୍ ସଚେତନତା ସହିତ ମାସ୍କ, ସାନିଟାଇଜର, ଶୁଖିଲା ଖାଦ୍ୟ ବଣ୍ଟନ

ବାତ୍ୟା ୟଶ୍ ପ୍ରଭାବିତ ଅଂଚଳରେ ବିଜେପି ମହିଳା ମୋର୍ଚ୍ଚାର ସେବା କାର୍ଯ୍ୟ ଓ ଜନତାଙ୍କୁ କୋଭିଡ୍ ସଚେତନତା

ଭୂବନେଶ୍ବର, ବାତ୍ୟା ୟଶ୍ ଯିବାର ଆଜିକୁ ୯ ଦିନ ବିତିଲାଣି । ବାତ୍ୟା ଏବଂ ବାତ୍ୟା ପରବର୍ତ୍ତୀ ବନ୍ୟା କାରଣରୁ ଭଦ୍ରକ, ବାଲେଶ୍ଵର, କେନ୍ଦ୍ରାପଡା, ଯାଜପୁର, ମୟୁରଭ୍ୟଜ, କେନ୍ଦୁଝର ଜିଲ୍ଲା ବିଶେଷ ଭାବେ ବହୁ ମାତ୍ରାରେ ପ୍ରଭାବିତ ହୋଇଛି । ଗୋଟିଏ ପଟେ କରୋନା ସଂକ୍ରମଣ ଏବଂ ଅନ୍ୟ ପଟେ ବାତ୍ୟା ଓ ବନ୍ୟା କାରଣରୁ ଏହି ଜିଲ୍ଲାବାସୀମାନେ ବହୁ କଷ୍ଟରେ ଅଛନ୍ତି । ଲୋକମାନଙ୍କ ଘର ଭାଙ୍ଗି ଯାଇଥିବାବେଳେ ପ୍ରଶାସନର ସହୟତା ବର୍ତମାନ ସୁଦ୍ଧା ସେମାନଙ୍କ ନିକଟରେ ପହଂଚି ପାରିନାହିଁ । ବାତ୍ୟା ବନ୍ୟା ପ୍ରଭାବିତ ଅଂଚଳର ଗାଁ ଓ ଭଉଣୀମାନେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ସେବା ହିଁ ସଂଗଠନକୁ ଆଧାର କରି ବିଜେପି ମହିଳା ମୋର୍ଚ୍ଚା କାର୍ଯ୍ୟକର୍ତ୍ତାମାନେ ଏ ସମସ୍ତ ଅଂଚଳରେ ସମସ୍ତ କୋଭିଡ୍ ଗାଇଡଲାନକୁ ପାଳନ କରି ସେବା କାର୍ଯ୍ୟ ଜାରୀ ରଖିଛନ୍ତି । 

ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି.ନଡ଼ା ଓ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନିର୍ଦ୍ଦେଶ ଏବଂ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ମହିଳା ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାମାନେ ପ୍ରଭାବିତ ଅଂଚଳରେ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟରେ ପ୍ରଶାସନକୁ ସମସ୍ତ ପ୍ରକାରର ସହଯୋଗ କରି ସେବା କାର୍ଯ୍ୟ କରୁଛନ୍ତି । ଏଣୁ ସହ କରୋନା ସଂକ୍ରମଣର ଦ୍ବିତୀୟ ପର୍ଯ୍ୟାୟରେ ରାଜ୍ୟର ଅନ୍ୟ ଜିଲ୍ଲାମାନଙ୍କରେ ମଧ୍ୟ ମହିଳା ମୋର୍ଚ୍ଚା କାର୍ଯ୍ୟକର୍ତ୍ତାମାନେ ସେବା କାର୍ଯ୍ୟ କରୁଛନ୍ତି ବୋଲି ରାଜ୍ୟ ସଭାନେତ୍ରୀ  ଶ୍ରୀମତୀ ସ୍ମୃତି ପଟ୍ଟନାୟକ ସୁଚନା ଦେଇଛନ୍ତି । । ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ପଟ୍ଟନାୟକ ନିଜେ କାର୍ଯ୍ୟକର୍ତାଙ୍କ ସହ ମିଶି କଟକଠାରେ ସେବା କାର୍ଯ୍ୟରେ ଯୋଗ ଦେଇଛନ୍ତି ।

ଡାକ୍ତରଖାନା, ବିଭିନ୍ନ ବସ୍ତି ବୁଲି ମାସ୍କ, ସାନିଟାଇଜର, ଶୁଖିଲା ଖାଦ୍ୟ ବଂଟନ କରିବା ସହ କୋଭିଡ୍ ସଂକ୍ରମଣ ବିଷୟରେ ସାଧାରଣ ଜନତାଙ୍କୁ ସଚେତନ କରୁଛନ୍ତି । ଥର୍ମାଲ ଗନ୍ ଏବଂ ଅକ୍ଲିମିଟର ଜରିଆରେ ବସ୍ତିବାସିନ୍ଦାଙ୍କ ସ୍ବାସ୍ଥ୍ୟ ଯାଚ କରିବା ସହ କୋଭିଡ୍ ଟୀକା ନେବା ପାଇଁ ନିବେଦନ କରୁଛନ୍ତି । ବାତ୍ୟା ଓ ବନ୍ୟା ପ୍ରଭାବିତ ଜିଲ୍ଲାମାନଙ୍କରେ ବାଲେଶ୍ବର ଜିଲ୍ଲା ସଭାନେତ୍ରୀ ମନିଷା ବେହେରା, ଭଦ୍ରକ ଜିଲ୍ଲା ସଭାନେତ୍ରୀ ହରପ୍ରିୟା ସାହୁ, ମୟୁରଇଂଜ ଜିଲ୍ଲାର ବିଣାପାଣି ଘନ ଓ ସରୋଜିନୀ କିସ୍କୁ, କେନ୍ଦ୍ରାପଡା ଜିଲ୍ଲାରେ ପ୍ରିୟଦର୍ଶିନୀ ନନ୍ଦ, ଯାଜପୁର ଜିଲ୍ଲାରେ ବବିତା ମଲ୍ଲିକ, ଜଗତସିଂହପୁର ଜିଲ୍ଲାରେ କ୍ରିଷ୍ଣା ମହାନ୍ତି, ଢେଙ୍କାନାଳରେ ମମତା ସ୍ୱାଇଁ, କେନ୍ଦୁଝରରେ ମମତା ସିଂହ ପ୍ରମୁଖଙ୍କ ନେତୃତ୍ବରେ ରିଲିଫ ସାମଗ୍ରୀ, ଶୁଖିଲା ଓ ରନ୍ଧା ଖାଦ୍ୟ, ମାସ୍କ, ସାନିଟାଇଜର ବଂଟନ କାର୍ଯ୍ୟ କରିଥିଲେ । 

ଏହା ସହ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆୟୋଜିତ ରକ୍ତଦାନ କାର୍ଯ୍ୟକ୍ରମରେ ମହିଳା କାର୍ଯ୍ୟକର୍ତ୍ତାମାନେ ବହୁ ସଂଖ୍ୟାରେ ରକ୍ତଦାନ କରିଛନ୍ତି । ଏହି ସେବା କାର୍ଯ୍ୟ ଆଗାମୀ ଦିନରେ ମଧ୍ୟ ଜାରୀ ରହିବ ବୋଲି ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ପଟ୍ଟନାୟକ ସୁଚନା ଦେଇଛନ୍ତି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget