ଭୁବନେଶ୍ୱର, ମହାମାରୀ କରୋନାର ଦ୍ବିତୀୟ ଲହର ଦିନକୁ ଦିନ ଭୟଙ୍କର ରୂପ ଧାରଣ କରୁଛି । ଏଥିରେ ସଂକ୍ରମିତ ହୋଇ ଅନେକ ଲୋକ ମୃତ୍ୟୁବରଣ କଲେଣି । ଯେଉଁଥିପାଇଁ ରାଜ୍ୟ ସରକାର ବାରମ୍ବାର ଲକଡ଼ାଉନ ଓ ସଡ଼ାଉନ ଘୋଷଣା କରିଛନ୍ତି । କ୍ରମାଗତ ଭାବେ ଲକଡ଼ାଉନ ଓ ସଟଡ଼ାଉନ ଲାଗୁ ଫଳରେ ଲୋକମାନେ ଏକପ୍ରକାର ଜୀବନ ଜୀବିକା ହରାଇ ବସିଛନ୍ତି । ସେମାନଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଛି । ଏପରିକି ନିଜର ପରିବାର ପ୍ରତିପୋଷଣ କରିବାରେ ଏମାନେ ଅସମର୍ଥ । ଏହି ଘଡ଼ିସନ୍ଧି ମୁହୁର୍ଭରେ ଲୋକମାନଙ୍କୁ ସହଯୋଗର ହାତ ବଢାଇଛି କାଞ୍ଚନ ଫାଉଣ୍ଡେସନ ଏବଂ ଭାରତ ମସଲା ।
କାଞ୍ଚନ ଫାଉଣ୍ଡେସନ ଓ ଭାରତ ମସଲା ପକ୍ଷରୁ ଭୁବନେଶ୍ବର ନିକଟସ୍ଥ ବାଲିଅନ୍ତା ବ୍ଲକର ବିଭିନ୍ନ ଅଞ୍ଚଳରେ ୭୦ରୁ ଉର୍ଦ୍ଧ୍ବ ପରିବାରକୁ ଅଟା, ସିମେଇ, ସୋୟାବିନ, ହଳଦୀଗୁଣ୍ଡ, ଲଙ୍କାଗୁଣ୍ଡ, ଛତୁଆ ଆଦି ଶୁଖୁଲା ଖାଦ୍ୟ ବଣ୍ଟନ କରାଯାଇଛି । ଭାରତ ମସଲାର ପରିରଳନା ନିର୍ଦ୍ଦେଶକ ସୁଶାନ୍ତ କୁମାର ପଣ୍ଡାଙ୍କ ପ୍ରତ୍ୟକ୍ଷ ସହାୟତାରେ କାଞ୍ଚନ ଫାଉଣ୍ଡେସନର ସମ୍ପାଦକ ତାପସ ରଞ୍ଜନ ମଲ୍ଲିକ, ସଭାପତି ରଞ୍ଜନ କୁମାର ମହାପାତ୍ର, ଉପସଭାପତି ବିଶ୍ୱଜିତ ସାମନ୍ତରାୟ, ରୋଟାରିଆନ ଆଶିଷ କୁମାର ସାହୁ, ସତ୍ୟଜିତ ପଟ୍ଟନାୟକ, ପ୍ରକାଶ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଲୋକମାନଙ୍କୁ ଖାଦ୍ୟ ପୁଡ଼ିଆ ବଣ୍ଟନ କରିଥିଲେ ।
Post a Comment