loading...

ସମାଜ’ର ମୁଖ୍ୟ ପ୍ରଶାସନିକ ଅଧିକାରୀ ଭାବେ ଡ. ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟଙ୍କ ଦାୟିତ୍ୱ ଗ୍ରହଣ

ସମାଜ’ର ମୁଖ୍ୟ ପ୍ରଶାସନିକ ଅଧିକାରୀ ଭାବେ ଡ. ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ ଦାୟିତ୍ୱ ଗ୍ରହଣ କରିଛନ୍ତି। ଲୋକସେବକ ମଣ୍ଡଳର ସର୍ବଭାରତୀୟ ସଭାପତି ଶ୍ରୀ ରାଜକୁମାର

ସମାଜ’ର ମୁଖ୍ୟ ପ୍ରଶାସନିକ ଅଧିକାରୀ ଭାବେ ଡ. ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟଙ୍କ ଦାୟିତ୍ୱ ଗ୍ରହଣ

କଟକ, ସମାଜ’ର ମୁଖ୍ୟ ପ୍ରଶାସନିକ ଅଧିକାରୀ ଭାବେ ଡ. ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ ଦାୟିତ୍ୱ ଗ୍ରହଣ କରିଛନ୍ତି। ଲୋକସେବକ ମଣ୍ଡଳର ସର୍ବଭାରତୀୟ ସଭାପତି ଶ୍ରୀ ରାଜକୁମାର ଏହି ନୂତନ ପଦରେ ଡ. ଆଚାର୍ଯ୍ୟଙ୍କୁ ଅବସ୍ଥାପିତ କରିଛନ୍ତି। ଏଥିସହିତ ମୁଖ୍ୟ ପରିଚାଳକଙ୍କ ସମସ୍ତ ଦାୟିତ୍ୱ ତାଙ୍କୁ ନ୍ୟସ୍ତ କରାଯାଇଛି। 

ପ୍ରକାଶ ଯେ, ଡ. ଆଚାର୍ଯ୍ୟ ମୟୂରଭଞ୍ଜ ଜିଲାର ବିଶୋଇଠାରେ ଜନ୍ମଗ୍ରହଣ କରିଥିଲେ। ମହାରାଜା ପୂର୍ଣ୍ଣଚନ୍ଦ୍ର ମହାବିଦ୍ୟାଳୟରୁ ସ୍ନାତକ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପିଏଚଡ଼ି ସମେତ ସାମ୍ବାଦିକତା ଓ ଗଣ ଯୋଗାଯୋଗ ପାଠ୍ୟକ୍ରମରେ ସ୍ନାତକୋତ୍ତର, ଗ୍ରାମ୍ୟ ବିକାଶ ତଥା ଓଡ଼ିଆ ସାହିତ୍ୟରେ ମଧ୍ୟ ସେ ସ୍ନାତକୋତ୍ତର, ଡିଗ୍ରୀ ହାସଲ କରିଛନ୍ତି।  ବହୁ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ଗଣମାଧ୍ୟମ ଅଧ୍ୟାପନା କ୍ଷେତ୍ରରେ ଅଭିଜ୍ଞତା ସାଙ୍ଗକୁ ଦୂରଦର୍ଶନରେ ସମ୍ବାଦ ଉପସ୍ଥାପନାରେ ତାଙ୍କର ଦୀର୍ଘ ତିନି ଦଶନ୍ଧିରୁ ଊର୍ଦ୍ଧ୍ବ ଅନୁଭୂତି ରହିଛି।

ପ୍ରାକୃତିକ ବିପର୍ଯ୍ୟୟ ସହାୟତା କ୍ଷେତ୍ରରେ ତାଙ୍କର ଦୀର୍ଘ ଅଭିଜ୍ଞତା ରହିଛି। ବିଶେଷଭାବେ ରାଜ୍ୟରେ ଶରୀର ଓ ଅଙ୍ଗଦାନ ସଚେତନତା କ୍ଷେତ୍ରରେ ଅଗ୍ରଣୀ ଭୂମିକା ପାଇଁ ସେ ବେଶ୍‌ ସୁପରିଚିତ। ରେଳବାଇରେ ଇଞ୍ଜିନିୟରିଂ କାର୍ଯ୍ୟରୁ ସ୍ୱେଚ୍ଛାକୃତ ଅବସର ନେବାପରେ ସେ ଲୋକସେବକ ମଣ୍ଡଳରେ ଯୋଗଦେଇଥିଲେ। ସମ୍ପ୍ରତି ସେ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି।
Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget