ବ୍ରହ୍ମପୁର, ସ୍ଵାଧୀନତା ସଂଗ୍ରାମୀ, ଗାନ୍ଧୀବାଦୀ, ସମାଜସେବୀ, ତ୍ୟାଗୀ, ଦଳିତ ନିଷେସିତ ଜନତାଳ ତ୍ରାଣକର୍ଲା, ନିମଖଣ୍ଡି ଠକ୍କର ବାପା ଆଶ୍ରମର ପ୍ରତିଷ୍ଠାତା, ପୂର୍ବତନ ମନ୍ତ୍ରୀ, ପୂର୍ବତନ ସାଂସଦ, ପଣ୍ଡିତ କୃପାସିନ୍ଧୁ ହୋତାଙ୍କ ଶିଷ୍ୟ, ବରିଷ୍ଠ କଂଗ୍ରେସ ନେତା ପଦ୍ମଶ୍ରୀ ମୋହନ ନାୟକଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଗୁରୁବାର ପୂର୍ବାହ୍ନରେ ଓଡ଼ିଶାର ସର୍ବପୁରାତନ ସାପ୍ତାହିକ ସମ୍ବାଦପତ୍ର “ନବୀନ ପକ୍ଷରୁ ସବରେଜିଷ୍ଟ୍ରାର ଛକସ୍ଥିତ ମୋହନ ନାୟକଙ୍କ ପ୍ରତିମୂଭିରେ ପୁଷ୍ପ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଛି । ଏହି ଅବସରରେ ‘ନବୀନ’ର ଏକ ସ୍ବତନ୍ତ୍ର ସଂଖ୍ୟା ମୋହନ ବାବୁଙ୍କ ଉଦେଶ୍ୟରେ ଉନ୍ମୋଚନ କରାଯାଇଥିଲା।
ନବୀନର ସମ୍ପାଦକ ରବି ରଥ ସଭାପତିତ୍ବ କରି ନିଜ ବକ୍ତବ୍ୟରେ କହିଥିଲେ ଯେ ମୋହନ ବାବୁଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋକପାତ କରି ଦଳିତ ନିସ୍ପେସିତ ଜନତାଙ୍କ ତ୍ରାଣକର୍ତ୍ତା ଥିଲେ ଏବଂ ସେ ମହାତ୍ମା ଗାନ୍ଧୀ ଓ ଆମ୍ବେଦକରଙ୍କ ଆଦର୍ଶକୁ ପାଥେୟ କରି ବିଭିନ୍ନ ଜନମଙ୍ଗଳ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ। ଏହାସହିତ ୧୯୪୮ ମସିହାରେ ହରିଜନ ମାନଙ୍କୁ ମନ୍ଦିର ପ୍ରବେଶ କ୍ଷେତ୍ରରେ ମୋହନ ବାବୁ ଯେଉଁ ଐତିହାସିକ ପଦକ୍ଷେପ ନେଇଥିଲେ ତାହା ଇତିହାସରେ ଲିପିବଦ୍ଧ ହୋଇ ରହିଛି । ଭାରତ ଛାଡ଼ ଆନ୍ଦୋଳନରେ ମଧ୍ୟ ତାଙ୍କର ଅବଦାନ ଅତୁଳନୀୟ ଥିଲା ବୋଲି ଶ୍ରୀ ରଥ କହିଥିଲେ।
ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜସେବୀ ଏସ, ପ୍ରକାଶ ଚନ୍ଦ୍ର ପାତ୍ର, ବିଜୁ ଜନତା ଦଳ ନେତା ଟି.ଗୋପୀ, ହରିଜନ ଆଦିବାସୀ ସେଲର ନେତା ଶୂନ୍ୟଚନ୍ଦ୍ର ଦାସ, ବରିଷ୍ଠ ଆଡ଼ଭୋକେଟ ପ୍ରଦୀପ କୁମାର ବେହେରା,ବସନ୍ତ କୁମାର ଅଧୁକାରୀ, ଏଚଏମଏସ ନେତା ସତ୍ୟ ନାରାୟଣ ତ୍ରିପାଠୀ, ମେଡିକାଲ କର୍ମଚାରୀ ସଂଘ। ନେତା ସୁକାନ୍ତ ମୁଖୀ, ରଞ୍ଜନ କୁମାର ସାହୁ, ମନୋରଞ୍ଜନ ଲିମାଇ, ସୁକଦେବ ମଲିକ, ସୁଶାନ୍ତ କର ପ୍ରମୁଖ ଉପସ୍ଥିତ ରହି ପୁଷ ମାଲ୍ୟାର୍ପଣ ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
Post a Comment