loading...

ଏନ୍‌ଟିପିସି ଦ୍ବାରା ଝାରସୁଗୁଡା ଏବଂ ଅନୁଗୋଳ ଜିଲ୍ଲାରେ କୋଭିତ-୧୯ ସଂକ୍ରମିତଙ୍କୁ ସହାୟତା ପ୍ରଦାନ

ଏନ୍‌ଟିପିସି ଦ୍ବାରା ଓଡିଶାର ସୁନ୍ଦରଗଡଠାରେ, ରେକର୍ଡ ସମୟ ମଧ୍ୟରେ ୪୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏକ ଅତ୍ୟାଧୁନିକ ଜ୍ଞାନ କୌଶଳ ଥିବା ୫୦୦ ଶଯ୍ୟା ବିଶିଷ୍ଟ

ଏନ୍‌ଟିପିସି ଦ୍ବାରା ଝାରସୁଗୁଡା ଏବଂ ଅନୁଗୋଳ ଜିଲ୍ଲାରେ କୋଭିତ-୧୯ ସଂକ୍ରମିତଙ୍କୁ ସହାୟତା ପ୍ରଦାନ

ଭୁବନେଶ୍ବର, ଏନ୍‌ଟିପିସି ଦ୍ବାରା ଓଡିଶାର ସୁନ୍ଦରଗଡଠାରେ, ରେକର୍ଡ ସମୟ ମଧ୍ୟରେ ୪୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏକ ଅତ୍ୟାଧୁନିକ ଜ୍ଞାନ କୌଶଳ ଥିବା ୫୦୦ ଶଯ୍ୟା ବିଶିଷ୍ଟ ହସପିଟାଲକୁ କୋଭିଡ୍ ହସପିଟାଲରେ ପରିଣତ କରାଯାଇ ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ଲୋକଙ୍କ ସେବାରେ ଉତ୍ସର୍ଗ କରାଯାଇଛି । ବିଭିନ୍ନ ଚିକିତ୍ସା ଉପକରଣ ଯୋଗାଇବା ସହିତ, ଏନଟିପିସି ୨୦ଟି ଭେଣ୍ଟିଲେଟର ପ୍ରଦାନ କରି ଏହି ସୁବିଧାକୁ ଉନ୍ନତ କରିଅଛି, ଯାହା ଅନେକ ଗୁରୁତର ରୋଗୀଙ୍କର ଚିକିତ୍ସା ନିମନ୍ତେ ସହାୟକ ହୋଇଅଛି । ଅଧିକନ୍ତୁ, ଗୁରୁତର ରୋଗୀଙ୍କର ଚିକିତ୍ସାର ଚାହିଦାକୁ ଦୃଷ୍ଟିରେ ରଖି ଏନଟିପିସି ଏହି ହସପିଟାଲକୁ ଅତିରିକ୍ତ ୪୦ଟି ଭେଣ୍ଟିଲେଟର ସହିତ ୧୫୦ଟି ଅମ୍ଳଜାନ ସିଲିଣ୍ଡର ମଧ୍ୟ ଯୋଗାଉଛି ଏବଂ ସୁନ୍ଦରଗଡ ମେଡିକାଲ କଲେଜ ଏବଂ ହସପିଟାଲ ନିମନ୍ତେ ମେଡ଼ିକାଲ ଅମ୍ଳଜାନ ଉତ୍ପାଦନ କାରଖାନା (ପିଏସଏ ଧରଣର) ସ୍ଥାପନା କରୁଅଛି । 

ଝାରସୁଗୁଡା ଜିଲ୍ଲାର ଦଲିପାଲି, ରାଇତିହି ଏବଂ ରାଇବୋଗାଠାରେ ୪ ବର୍ଷ ବୟସରୁ ଉର୍ଦ୍ଦ ଏବଂ ୧୮ ରୁ ୪୫ ବର୍ଷ ବୟସର ଯୁବବର୍ଗଙ୍କୁ ଦଶହଜାର ମାତ୍ରା ଟିକା ମଧ୍ୟ ପ୍ରଦାନ କରାଯାଇଅଛି । ଅନୁଗୋଳ ଜିଲ୍ଲାର କଣିହାଁ ବ୍ଲକରେ, ଏନଟିପିସି ଦ୍ଵାରା ଚିକିତ୍ସାର ସୁବିଧା ବୃଦ୍ଧି ନିମନ୍ତେ ଡ୍ରାଇଭର ସହିତ ଏକ ଆମ୍ବୁଲାନୁ ଯୋଗାଇ ଦିଆଯାଇଛି । ପାର୍ଶ୍ୱବର୍ତ୍ତୀ ଗ୍ରାମ ଗୁଡିକରେ କୋଭିଡ ପରୀକ୍ଷା ନିମନ୍ତେ ଦଶ ହଜାର ଲ୍ୟାପିଡ୍ ଆଣ୍ଟିଜେନ୍ ଟେଷ୍ଟ କିଟ୍, ଏନଟିପିସି ଦ୍ଵାରା ଜିଲ୍ଲା ପ୍ରଶାସନକୁ ଯୋଗାଇ ଦିଆଯାଇଅଛି । ଏନଟିପିସି କଣିହାଁ ଦ୍ଵାରା ପାର୍ଶ୍ୱବର୍ତ୍ତୀ ଗ୍ରାମଗୁଡିକରେ ଏବଂ ବସ୍ତୋଳ, ସନ୍ଥପଡା, ଜଗନ୍ନାଥପୁର ଏବଂ ଗୁରୁଜାଙ୍ଗୁଳି ଇତ୍ୟାଦି ଗ୍ରାମଗୁଡିକରେ ମଧ୍ୟ ବିସ୍ତୁତଭାବେ ପରିମଳ କାର୍ଯ୍ୟକ୍ରମ କରାଯାଉଅଛି । 

କଣିହାଁ ବ୍ଲକରେ ଏକଡାଲ ଗ୍ରାମର ନିକଟବର୍ତ୍ତୀ ସ୍କୁଲଗୁଡ଼ିକ ପାଇଁ ଅଟୋ ସାନିଟାଇଜର ସ୍ଥାପନ ଏବଂ କୋଭିତ-୧୯ ପ୍ରଭାବିତ ପରିବାରଗୁଡିକ ପାଇଁ ଶୁଖିଲା ଖାଦ୍ୟ ସାମଗ୍ରୀ ଯୋଗାଣ ମଧ୍ୟ ଏନଟିପିସି ଦ୍ଵାରା ଜିଲ୍ଲା ପ୍ରଶାସନ ମାଧ୍ୟମରେ କରାଯାଉଅଛି । ଆପୋଲ ହସ୍‌ପିଟାଲ ସହିତ ଅନୁବନ୍ଧିତ ହୋଇ ଲୋକମାନଙ୍କ ନିମନ୍ତେ ଟେଲିମେଡିସିନ ସୁବିଧା ପ୍ରଦାନ କରାଯାଉଅଛି ।
Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget