ଭୁବନେଶ୍ୱର, କୋଭିଡ୍ ମହାମାରୀ ସଂକ୍ରମଣ ଯୋଗୁଁ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ବାରା ପରିଚାଳିତ ବିଦ୍ୟାଳୟ ଓ ହଷ୍ଟେଲ ବନ୍ଦ ରହିଛି । ଫଳତଃ ଛାତ୍ରଛାତ୍ରୀମାନେ ଘର ମଧ୍ୟରେ ରହିଛନ୍ତି । ଏଭଳି ପରିସ୍ଥିତିରେ ବିଦ୍ୟାଳୟରେ ଶିକ୍ଷା କାର୍ଯ୍ୟକ୍ରମ ପୁନଃ ଆରମ୍ଭ ହେବା ଏ ପର୍ଯ୍ୟନ୍ତ ସମ୍ଭବ ହୋଇପାରିନାହିଁ । ତେଣୁ, ବିଭାଗ ପକ୍ଷରୁ ଅଭିନବ ପଦକ୍ଷେପ ସ୍ଵରୂପ ବିଦ୍ୟାଳୟ ଓ ହଷ୍ଟେଲ ଛାତ୍ରଛାତ୍ରୀଙ୍କ ପାଇଁ ଟେଲିଫୋନ ଯୋଗେ ପରାମର୍ଶ କାର୍ଯ୍ୟକ୍ରମ ଚାଲୁ ରହିଛି । ବିଭାଗୀୟ ହଷ୍ଟେଲରେ ରହି ପାଠ ପଢୁଥିବା ୩ ଲକ୍ଷ ୫୦ ହଜାର ଏଟିଏସି ଛାତ୍ରଛାତ୍ରୀ ଏବେ ଘରେ ଅଛନ୍ତି । ସେଥି ମଧ୍ୟରୁ ୨ ଲକ୍ଷ ୨୦ ହଜାର ହେଉଛନ୍ତି ଛାତ୍ରୀ ।
ଏହି ପରିପ୍ରେକ୍ଷୀରେ ସେମାନଙ୍କୁ ନିୟମିତ ଭାବେ ପରାମର୍ଶ ଦେବାର ଆବଶ୍ୟକତା ରହିଛି ବୋଲି ବିଭାଗ ଅନୁଭବ କରିପାରିଛି । ତେଣୁ, ବିଭାଗ ପକ୍ଷରୁ ଯେଉଁ ଛାତ୍ରଛାତ୍ରୀଙ୍କ ଆବଶ୍ୟକତା ରହିଛି, ସେମାନଙ୍କୁ ମନସ୍ତାତ୍ତିକ ଓ ମାନସିକ ସହାୟତା ଯୋଗାଇ ଦେବା ସଙ୍ଗେ ସଙ୍ଗେ ସେମାନଙ୍କର ବ୍ୟବହାରିକ ପରିବର୍ତ୍ତନକୁ ମନିଟର କରାଯାଉଛି । ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଓ ୟୁଏଏପିଏର ବୈଷୟିକ ସହଯୋଗରେ ବିଭାଗୀୟ ମ୍ୟାଟ୍ରନ ଓ ନୋଡାଲ ଟିଚରମାନଙ୍କୁ ତାଲିମ ପ୍ରଦାନ କରାଯାଉଛି । ସେମାନେ ଛାତ୍ରୀମାନଙ୍କର ସେକୁଆଲ ଓ ରିପ୍ରଡକସନ୍ ସ୍ଵାସ୍ଥ୍ୟ ଓ ଏ ସଂପର୍କୀୟ ପ୍ରସଙ୍ଗ ଉପରେ ପରାମର୍ଶ ପ୍ରଦାନ କରିପାରିବେ ।
ସେମାନେ ବରାବର ଏସ୍ଟିଏନ୍ସି ଛାତ୍ରଛାତ୍ରୀଙ୍କ ସଂପର୍କରେ ଅଛନ୍ତି । ଟେଲିଫୋନ ଯୋଗେ । କୋ ଭିଡ୍ ଭଳି ଦୁର୍ଦ୍ଦିନ ପରିସ୍ଥିତିରେ ସେମାନଙ୍କୁ ପ୍ରେରଣା ଯୋଗାଇ ଦେଉଛନ୍ତି । ଯାହାଫଳରେ ପରିସ୍ଥିତି । ସ୍ଵାଭାବିକ ହେବା ପରେ ସେମାନେ ବିଦ୍ୟାଳୟ ଓ ହଷ୍ଟେଲକୁ ଆସିବା ପାଇଁ ଆଗ୍ରହ ପ୍ରକାଶ କରିବେ । ଏ ସଂପର୍କରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ଏକ ବିସ୍ତୃତ ମାର୍ଗଦର୍ଶିକା ଜାରି କରାଯାଇଛି । ତତ୍ସହିତ ଏହି କାର୍ଯ୍ୟକୁ ତ୍ବରାନ୍ବିତ କରିବା ନିମନ୍ତେ ବିଦ୍ୟାଳୟ, ବ୍ଲକ୍, ଜିଲ୍ଲା ଓ ରାଜ୍ୟସ୍ତରରେ ସମସ୍ତ ବ୍ୟବସ୍ଥା କରାଯାଇ ଜିଲ୍ଲା ମଙ୍ଗଳ ଅଧିକାରୀ, ମଙ୍ଗଳ ସଂପ୍ରସାରଣ ଅଧିକାରୀ, ପ୍ରଧାନ ଶିକ୍ଷକ ଓ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଏହି କାର୍ଯ୍ୟକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ଦାୟିତ୍ଵ ଦିଆଯାଇଛି ।
Post a Comment