loading...

ଲୋକାର୍ପିତ ହେଲା କୋଭିଡ୍ ସଚେତନତା ରଥ । ୧୦ଟି ଜିଲ୍ଲା ଓ ୨ ମହାନଗର ନିଗମ ଅଞ୍ଚଳରେ ହେବ ପ୍ରଚାର

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ୟୁନିସେଫ୍, ଓଡ଼ିଶାର ମିଳିତ ଉଦ୍ୟମରେ ୧୦ଟି ଜିଲ୍ଲା ଓ ୨ଟି ମହାନଗର ନିଗମ

ଲୋକାର୍ପିତ ହେଲା କୋଭିଡ୍ ସଚେତନତା ରଥ । ୧୦ଟି ଜିଲ୍ଲା ଓ ୨ ମହାନଗର ନିଗମ ଅଞ୍ଚଳରେ ହେବ ପ୍ରଚାର

ଭୁବନେଶ୍ବର, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ୟୁନିସେଫ୍, ଓଡ଼ିଶାର ମିଳିତ ଉଦ୍ୟମରେ ୧୦ଟି ଜିଲ୍ଲା ଓ ୨ଟି ମହାନଗର ନିଗମ ନିମନ୍ତେ ପ୍ରସ୍ତୁତ ସଚେତନତା ରଥ ଲୋକାର୍ପିତ ହୋଇଛି । କୋଭିଡ୍ ସମ୍ବନ୍ଧୀୟ ବିଭିନ୍ନ ବାର୍ତ୍ତା ନେଇ ଲୋକଙ୍କୁ ସଚେତନ କରିବା ଅଭିଯାନରେ ଏହା ସାମିଲ ହେବ । ପୂର୍ବରୁ ଦୁଇଟି ପର୍ଯ୍ୟାୟରେ ୧୬ଟି ଜିଲ୍ଲାର ୧୧୬ଟି ବ୍ଲକ୍ ଏବଂ ୩ଟି ସହରାଞ୍ଚଳରେ ଏହି ଅଭିଯାନ ଚାଲୁ କରାଯାଇଥିଲା । ଆଜିର ଏହି ସଚେତନତା ରଥଗୁଡ଼ିକ ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, ନୂଆପଡ଼ା, ମୟୂରଭଞ୍ଜ, ସୁନ୍ଦରଗଡ଼, ଗଜପତି, ଖୋର୍ଦ୍ଧା ଓ କଟକ ଜିଲ୍ଲା ସହିତ କଟକ ଓ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ସଚେତନତାର ବାର୍ତ୍ତା ଦୃଶ୍ୟଶ୍ରାବ୍ୟ ମାଧ୍ୟମରେ ପ୍ରଚାର କରିବ । 

ସଂସ୍କୃତି ଭବନ ପରିସରରେ ଆୟୋଜିତ ଆଜିର ଏହି କାର୍ଯ୍ୟକ୍ରମକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଏବଂ ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେ ସଂସ୍କୃତି ନିର୍ଦ୍ଦେଶକ ଶ୍ରୀ ରଞ୍ଜନ କୁମାର ଦାସଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ପଦ୍ମଶ୍ରୀ ଅରୁଣା ମହାନ୍ତି, ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ଅଭିନେତା କୁନା ତ୍ରିପାଠୀ, ଅଚ୍ଚିତା ଓ ସଂସ୍କୃତି ନିର୍ଦ୍ଦେଶକ ଶ୍ରୀ ରଞ୍ଜନ କୁମାର ଦାସଙ୍କ ପ୍ରଦତ୍ତ ବାର୍ତ୍ତା ପ୍ରଚାରର ଶୁଭାରମ୍ଭ କରାଯାଇଥିଲା । 

ଏଣୁ ସହିତ ଶ୍ରୀ ରଞ୍ଜନ କୁମାର ଦାସଙ୍କ ଦ୍ଵାରା ଲିଖୁତ ସଚେତନତା କାହାଣୀ କେଉଁ ବେଳାରେ ଆସିଲା ଏଇ କରୋନା ଭୂତାଣୁ’ ଗୀତର ଭିଜୁଆଲ, ଶ୍ରୀ ବାସୁଦେବ ମାଳବିଶୋଇ ଏବଂ ଶ୍ରୀ ଅବନୀ ମିଶ୍ରଙ୍କ ଦ୍ଵାରା ରଚିତ ଗୀତ ‘ହାତ ଅଟେ ଅମୂଲ୍ୟ ରନ୍ ଓ “ନାଗର ନାଗରୀ’ର ଲୋକାର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ୟୁନିସେଫ୍, ନୂଆଦିଲ୍ଲୀର ଯୋଗାଯୋଗ ବିଶେଷଜ୍ଞ ଶ୍ରୀମତୀ ଲୋପାମୁଦ୍ରା ତ୍ରିପାଠୀ, ନେହେରୁ ଯୁବ କେନ୍ଦ୍ରର ରାଜ୍ୟ ନିର୍ଦ୍ଦେଶକ ଶ୍ରୀମତୀ ରୀତା ଭଗତ, ବିଏମ୍‌ସିର ଅତିରିକ୍ତ କମିଶନର ଶ୍ରୀ ଲକ୍ଷ୍ମୀକାନ୍ତ । ସେ, ରାଜ୍ୟ କଳା ସଂସ୍କୃତି ସଂଘର ଉପସଭାପତି ଶ୍ରୀ ଅବନୀ ମିଶ୍ର ଯୋଗଦେଇଥୁବାବେଳେ ଏହି ସମସ୍ତ କାର୍ଯ୍ୟକ୍ରମକୁ ଶ୍ରୀ ବାସୁଦେବ ମାଳବିଶୋଇ ସଂଯୋଜନା କରିଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget