loading...

ଶିଶୁବିକାଶ ଯୋଜନା ଅଧୀନରେ ଜୁନ ମାସ ପାଇଁ ହିତାଧୁକାରୀମାନଙ୍କୁ ଶୁଖୁଲା ରାସନ୍ ବଣ୍ଟନ

ଜୁନ ମାସ ପାଇଁ ହିତାଧୁକାରୀମାନଙ୍କୁ ଶୁଖୁଲା ରାସନ୍ ବଣ୍ଟନ ରାଜ୍ୟର ପ୍ରାୟ ୪୧ ଲକ୍ଷ ହିତାଧୁକାରୀଙ୍କ ସମେତ ୨୧୧୮ ଜଣ ପ୍ରବାସୀ ମହିଳା ଓ ଶିଶୁ ଉପକୃତ

ଶିଶୁବିକାଶ ଯୋଜନା ଅଧୀନରେ ଜୁନ ମାସ ପାଇଁ ହିତାଧୁକାରୀମାନଙ୍କୁ ଶୁଖୁଲା ରାସନ୍ ବଣ୍ଟନ

ଭୁବନେଶ୍ୱର, କୋଭିଡ୍ ମହାମାରୀର ଦ୍ବିତୀୟ ଲହର ପରିପ୍ରେକ୍ଷୀରେ ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ପରିଚାଳିତ ସମନ୍ବିତ ଶିଶୁବିକାଶ ଯୋଜନା ଅଧୀନରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ବନ୍ଦ ରଖାଯାଇଛି । ଏହା ସତ୍ତ୍ୱେ ଗର୍ଭବତୀ ଓ ପ୍ରସୂତୀ ମହିଳା ତଥା ପ୍ରାବିଦ୍ୟାଳୟ ଶିଶୁମାନଙ୍କ ପୁଷ୍ଟିସାଧନ ଯେଭଳି ବାଧାପ୍ରାପ୍ତ ନହୁଏ, ସେଥିପାଇଁ ହିତାଧୁକାରୀମାନଙ୍କ ଘରେ ଟେକ୍ ହୋମ୍ ରାସନ ପହଞ୍ଚାଇ ଦିଆଯାଉଛି । ଚଳିତ ଜୁନ୍ ମାସ ପାଇଁ ରାଜ୍ୟର ସମସ୍ତ ପ୍ରକଳ୍ପରେ ଶୁଖୁଲା ରାସନ ବଣ୍ଟନ କରାଯାଇଛି । 

ଅଙ୍ଗନବାଡ଼ି କର୍ମୀମାନେ କୋଭିଡ୍ ପ୍ରୋଟୋକଲ ପାଳନପୂର୍ବକ ହିତାଧୁକାରୀମାନଙ୍କ ଘରେ ଏହି ରାସନ ବଣ୍ଟନ କରିଛନ୍ତି । ଅଙ୍ଗନବାଡ଼ିକୁ ଆସୁଥିବା ପ୍ରାବିଦ୍ୟାଳୟ ଶିଶୁମାନଙ୍କୁ ଅଙ୍ଗନବାଡ଼ିରେ ଦିଆଯାଉଥିବା ରନ୍ଧାଖାଦ୍ୟ ପରିବର୍ତ୍ତେ ଶୁଖୁଲା ରାସନ ମଧ୍ୟ ଘରେ ଯୋଗାଇ ଦିଆଯାଇଛି । ଗୁରୁତର ପୁଷ୍ଟିହୀନ ଶିଶୁ (ସାମ୍) ଏବଂ ଅତିଶୟ ପୁଷ୍ଟିହୀନ ଶିଶୁ (ମା)ମାନଙ୍କ ପୁଷ୍ଟିସାଧନ ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରାଯାଉଛି । ଏହି ଶୁଖୁଲା ରାସନରେ ପୁଷ୍ଟିସାଧନର ସନ୍ତୁଳନ ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖ୍ ଛତୁଆ, ପନିପରିବା, ଅଣ୍ଡା, ବାଦାମ ଲଡୁ ଓ ଚିକି ଆଦି ସମନ୍ବିତ ପରିମାଣରେ ଦିଆଯାଉଛି । ହିତାଧିକାରୀମାନେ ଯେଭଳି ସେସବୁ ଜିନିଷ ନିଜ ଖାଦ୍ୟ ପାଇଁ ବ୍ୟବହାର କରିପାରିବେ ସେ ସଂପର୍କରେ ଅଙ୍ଗନବାଡ଼ି କର୍ମୀମାନେ ପରାମର୍ଶ ଦେଉଛନ୍ତି । 

ଏହି ଯୋଜନାରେ ରାଜ୍ୟର ୬,୮୯,୬୩୯ ଗର୍ଭବତୀ ଓ ପ୍ରସୂତୀ ମହିଳା, ୬ ମାସରୁ ୩ ବର୍ଷ ବୟସର ୧୭,୧୬,୫୦୭ ଶିଶୁ ଏବଂ ୩ ବର୍ଷରୁ ୬ ବର୍ଷ ବୟସର ୧୬,୭୭, ୨୨୬ ଜଣ ଶିଶୁଙ୍କ ସମେତ । ୪୦,୮୩,୩୭୨ ଜଣ ହିତାଧୁକାରୀ ଉପକୃତ ହେଉଛନ୍ତି । ଓଡ଼ିଶାକୁ ଫେରିଥିବା ପ୍ରବାସୀମାନଙ୍କ ମଧ୍ୟରୁ  ଯୋଗ୍ୟ ହିତାଧୁକାରୀମାନଙ୍କୁ ଅଙ୍ଗନବାଡ଼ିରେ ପଂଜୀକରଣ ମାଧ୍ୟମରେ ଶୁଖୁଲା ରାସନ ବଣ୍ଟନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯାହାଫଳରେ ୮୪୪ ଜଣ ଗର୍ଭବତୀ ଓ ପ୍ରସୂତୀ ମହିଳା, ୬ ମାସରୁ ୩ ବର୍ଷ ବୟସର ୫୧୯ ଏବଂ ୩ରୁ ୬ ବର୍ଷ ବୟସର ୭୫୫ ଶିଶୁଙ୍କ ସମେତ ୨୧୧୮ ପ୍ରବାସୀ ମହିଳା ଓ ଶିଶୁଙ୍କୁ ଏ ପର୍ଯ୍ୟନ୍ତ ଟେକ୍ ହୋମ୍ ରାସନ୍ ବଣ୍ଟନ କରାଯାଇଛି । 

ପ୍ରକାଶ ଥାଉ କି, ପ୍ରତି ମାସର ୧ ତାରିଖରେ ହିତାଧୁକାରୀମାନଙ୍କୁ ଶୁଖୁଲା ରାସନ ବଣ୍ଟନ କରିବା । ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି । ଏହି ବ୍ୟବସ୍ଥା ଅନୁଯାୟୀ ମହାମାରୀର କଠିନ ପରିସ୍ଥିତି ଜାରି ରହିଥିଲେ ମଧ୍ୟ ଅଙ୍ଗନବାଡ଼ି କର୍ମୀମାନେ ହିତାଧୁକାରୀମାନଙ୍କ ଘରେ ଏହି ରାସନ ବଣ୍ଟନ କରୁଛନ୍ତି, ଯାହାଦ୍ୱାରା ପରିପୂରକ ପୁଷ୍ଟିସାଧନ କାର୍ଯ୍ୟକ୍ରମ ରାଜ୍ୟରେ ସଫଳତାର ସହ କାର୍ଯ୍ୟକାରୀ ହୋଇପାରିଛି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget