ଭୁବନେଶ୍ୱର,ପରଲୋକଗତ ପୂର୍ବତନ ମନ୍ତ୍ରୀ, ବିଶିଷ୍ଟ ଜନନେତା ବିଜୟଶ୍ରୀ ରାଉତରାୟଙ୍କୁ ବିଧାନସଭା ପରିସରରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ସକାଳ ୮ଟା ସମୟରେ ସ୍ଵର୍ଗତ ରାଉତରାୟଙ୍କ ମରଶରୀର ବିଧାନସଭା ପରିସରରେ ପ୍ରବେଶ ପରେ ସେଠାରେ ଉପସ୍ଥିତ ନେତାଗଣ ପୁଷ୍ପମାଲ୍ୟ ପ୍ରଦାନ କରି ସ୍ଵର୍ଗତ ରାଉତରାୟଙ୍କୁ ଶେଷସମ୍ମାନ ଓ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର, ଉପବାଚସ୍ପତି ରଜନୀକାନ୍ତ ସିଂ, ଜଙ୍ଗଲ ଓ । ପରିବେଶ ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଜଳସଂପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ । ରଘୁନନ୍ଦନ ଦାସ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ପ୍ରତାପ କେଶରୀ ଦେବ, ଅନନ୍ତ ନାରାୟଣ ଜେନା, ପ୍ରଣବ ପ୍ରକାଶ ଦାଶ, ପ୍ରଣବ କୁମାର ବଳବନ୍ତରାୟ, ସୁଶାନ୍ତ କୁମାର ରାଉତ, ବିଷୁବ୍ରତ ରାଉତରାୟ, ବିଧାନସଭା ସଚିବ ଦାଶରଥୀ ଶତପଥୀ ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସ୍ଵର୍ଗତ ରାଉତରାୟଙ୍କୁ ମଧ୍ୟ ଆରକ୍ଷା ବାହିନୀ ତରଫରୁ ଗାର୍ଡ ଅଫ୍ ଅନର ପ୍ରଦର୍ଶନ କରାଯାଇ ତୋପ ସଲାମି ମାଧ୍ୟମରେ ସମ୍ମାନ ପ୍ରଦର୍ଶନ କରାଯାଇଥିଲା ।
Post a Comment