loading...

ବିଧାନସଭାରେ ନେଭାର କାର୍ଯ୍ୟକାରିତା ଉପରେ ସମୀକ୍ଷା ବୈଠକ ଅନୁଷ୍ଠିତ

ବିଧାନସଭାରେ ନେଭାର କାର୍ଯ୍ୟକାରିତା ଉପରେ ଏକ ସମୀକ୍ଷା ବୈଠକ ଆଜି ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ବାଚସ୍ପତିଙ୍କ କାର୍ଯ୍ୟାଳୟ

ବିଧାନସଭାରେ ନେଭାର କାର୍ଯ୍ୟକାରିତା ଉପରେ ସମୀକ୍ଷା ବୈଠକ ଅନୁଷ୍ଠିତ

ଭୁବନେଶ୍ୱର, ବିଧାନସଭାରେ ନେଭାର କାର୍ଯ୍ୟକାରିତା ଉପରେ ଏକ ସମୀକ୍ଷା ବୈଠକ ଆଜି ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ବାଚସ୍ପତିଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି । ନେଭ । କାର୍ଯ୍ୟକ୍ରମ ଅନ୍ତର୍ଗତ ନୂଆ ଭିଡ଼ିଓ କନ୍‌ଫରେନ୍ସ ହଲ୍ ତୁରନ୍ତ ନିର୍ମାଣ ପାଇଁ ବାଚସ୍ପତି ଡ. ପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ନୂତନ ଜ୍ଞାନକୌଶଳରେ ନିର୍ମିତ ହେବାକୁ ଥିବା ଏହି ଭିଡ଼ିଓ କଫରେଟିଂ ହଲ୍‌ରେ ୫୦ ଜଣ ସଦସ୍ୟ ବସିବା ବ୍ୟବସ୍ଥା ରହିବା ସ୍ଥଳେ ଅନ୍ୟାନ୍ୟ ଅତ୍ୟାଧୁନିକ ସୁବିଧାସୁଯୋଗ ଯୋଗାଇ ଦିଆଯିବ । ଏଥିପାଇଁ ପରିବର୍ତ୍ତିତ ପ୍ରକଳ୍ପ ରିପୋର୍ଟ ନୂଆଦିଲ୍ଲୀସ୍ଥିତ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରାଳୟକୁ ପ୍ରଦାନ କରିବା ପାଇଁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି । 

ଲନ୍ ଓ ୱାଇ-ଫାଇ ସଂଯୋଗୀକରଣ ବାବଦରେ ବିନିଯୋଗ ହୋଇଥିବା ୧ କୋଟି ୯୩ ଲକ୍ଷ ଟଙ୍କାର ବିନିଯୋଗ ପ୍ରମାଣପତ୍ର ଦାଖଲ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା । ଉକ୍ତ ବୈଠକରେ ବିଧାନସଭା ସଚିବ ଦାଶରଥୀ ଶତପଥୀ, ସୂଚନା ପ୍ରଯୁକ୍ତି ବିଭାଗ ସ୍ବତନ୍ତ୍ର ସଚିବ ମନୋଜ ପଟ୍ଟନାୟକ, ଉପଶାସନ ସଚିବ ସେବାନନ୍ଦ ଦୋରା, ଜାତୀୟ ସୂଚନା ପ୍ରଯୁକ୍ତି ବିଦ୍ୟା ବୈଷୟିକ ନିର୍ଦ୍ଦେଶକ ସରିତା ସାହୁ, ଓକାକ୍‌ର ବରିଷ୍ଠ ପରାମର୍ଶଦାତା ସୁଦୀପ୍ତ ସାମନ୍ତ , ଓକାକ୍‌ର ବରିଷ୍ଠ ବୈଜ୍ଞାନିକ ଦିଲ୍ଲୀପ ମାନ୍ଧାତା ପ୍ରମୁଖ ଯୋଗ ଦେଇଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget