ଭୁବନେଶ୍ଵର, କରୋନା ମହାମାରୀ ସମଗ୍ର ମାନବ ଜାତିପାଇଁ ଏକ ବିରାଟ ଆହ୍ବାନ ହୋଇ ଛିଡ଼ାହୋଇଛି । ମଣିଷ ସଭ୍ୟତାର ସମସ୍ତ ପ୍ରଗତି ସତ୍ତ୍ୱେ ମଣିଷ କେତେ ଅସହାୟ ତାହା କରୋନା ଭୟାବହତାର ପ୍ରମାଣିତ ହୋଇଯାଇଛି । ପ୍ରତିଦିନ କେହି ନା କେହି ଜଣେ ପରିଚିତ ଲୋକ ଜଣେ ଅକାଳରେ ଆଖୁବୁଜି ଦେଉଛନ୍ତି । ପରିସ୍ଥିତି ଏପରି ହୋଇଛି, ଗୋଟିଏ ଗୋଟିଏ ପରିବାରରୁ ସ୍ୱାମୀ-ସ୍ତ୍ରୀ, ବାପ-ପୁଅ, ଦାଦା-ପୁତୁରା ଡକାହକା ହେବାପରି ଆଗପଛ ହୋଇ ଗଲିଯାଉଛନ୍ତି । ପୁଣି ସବକୁ ଋରି କାନ୍ଧ ଦେବା କଥା ସାଇବାହି ତ ଦୂରର କଥା ନିଜ ପରିବାରର ଲୋକ ବି ବାହାରୁ ନାହାଁନ୍ତି । ଏପରି ଏକ ଦୁଦ୍ଦିନ ମଣିଷ ଜାତିର ଇତିହାସରେ କେବେ ଆସିନଥିଲା କି ଆସିବ ନାହିଁ । ଏହି ପରିସ୍ଥିତିରୁ ମୁକୁଳିବାକୁ ହେଲେ ଆମକୁ ସର୍ତକ ହେବାକୁ ପଡ଼ିବ, ସଚେତନ ହେବାକୁ ପଡ଼ିବ ଓ ସମ୍ମିଳିତ ଭାବେ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିବ ।
କରୋନା ମହାମାରୀ ସମୟରେ ବ୍ୟକ୍ତିର ଦାୟିତ୍ଵ ହେଲା ସେ ସରକାରଙ୍କ ଦ୍ଵାରା ଲାଗୁ କରାଯାଉଥିବା ନିୟମକୁ କଡ଼ାକଡ଼ି ପାଳନ କରିବ ଓ କରୋନା କିପରି ତାଙ୍କ ମାଧ୍ୟମରେ ସଂକ୍ରମଣ ନହେବ ସେ କଥା ସେ ଦେବ । ସରକାରଙ୍କ ଦାୟିତ୍ବ ହେଲା ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କୁ ସର୍ବନିମ୍ନ ସୁବିଧା ଯୋଗାଇଦେବା ସହ ସେମାନଙ୍କ ସ୍ବାର୍ଥ ସମ୍ପଦର ସୁରକ୍ଷା କରିବା ଓ ଦେଶ ତଥା ରାଜ୍ୟର ଅର୍ଥନୀତିକୁ ନିମ୍ନଗାମି ନକରିବା । ଏହି ପ୍ରରୀପ୍ରେକ୍ଷୀରେ ମୋର ଯାହା ମନେ ହୁଏ ଆଜି କରୋନା ତାର ଦ୍ବିତୀୟ ଲହରରେ ଯେଉଁ ତାଣ୍ଡବ ସୃଷ୍ଟି କରୁଛି ସେଥିପାଇଁ ଦେଶର ଜନଗଣକଙ୍କ ଅପେକ୍ଷା ସରକାର ଅଧୁକ ପରିମାଣରେ ଦାୟି । ଗତବର୍ଷ ଗୁଇନାରୁ କରୋନା ଭୁତାଣୁ ଭାରତକୁ ଆସିବାର ଆଶଙ୍କା ଥିବା ବେଳେ, ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଖୁସି କରିବା ପାଇଁ ମୋଦି ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମ ଆୟୋଜିତ କଲେ । ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହେଲା । ସେହିପରି ଚଳିତବର୍ଷ କରୋନାର ଦ୍ବିତୀୟ ଲହର ମାଡ଼ିଆସୁଥିଲା ବେଳେ କୁମ୍ଭମେଳା ଆୟୋଜନ କରି ଲକ୍ଷ ଲକ୍ଷ ଲୋକଙ୍କୁ ସଂକ୍ରମିତ ହେବାକୁ ସୁଯୋଗ ଦିଆଗଲା ।
ଗତବର୍ଷ କରୋନା ବେଳେ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମ କଲେ ଓ ମଧ୍ୟପ୍ରଦେଶ ସରକାର ଭାଙ୍ଗି ନିର୍ବାଚନ କଲେ । ଏବର୍ଷ ଇତିହାସରେ ପ୍ରଥମ କରି ୮ ଦଫାରେ ପଶ୍ଚିମ ବଙ୍ଗରେ ନିର୍ବାଚନ କଲେ । ଏହିସବୁ ମନମୁଗ୍ଧ ନୀତି ଯାହାକି କରୋନା ସଂକ୍ରମଣକୁ ଏକ ପ୍ରକାର ନିମନ୍ତ୍ରଣ କରିଆଣିଲା । ଗତବର୍ଷ ଲକ୍ଷାଧୁକ ଲୋକଙ୍କ ମୃତ୍ୟୁପରେ ଦେଶବାସୀଙ୍କୁ ଆଶ୍ୱାସନା ଦିଆଗଲା କରୋନା ଟିକା ଆସିଗଲେ ଆଉକିଛି ଭୟ କରିବାର ନାହିଁ । ହେଲେ ଆଜିଯାଏ ୧୦ ଭାଗ ଲୋକବି ଟିକା ପାଇ ପାରିଲେ ନାହିଁ । ଆମ ରାଜ୍ୟରେ ସରକାର ମଦର ହୋମ ଡେଲିଭରି କରୁଛନ୍ତି । ଅଥଚ ସାଧାରଣ ଲୋକଙ୍କୁ ଟିକା ଯୋଗାଇ ପାରୁନାହାଁନ୍ତି । ଏଇଠି ସ୍ମରଣରେ ଆସୁଛି ନଅଙ୍କ ଦୁର୍ଭିକ୍ଷ କଥା । ୧୮୬୬ ରେ ଓଡ଼ିଶାରେ ଯେଉଁ ନଅଙ୍କ ଦୁର୍ଭିକ୍ଷ ହୋଇଥିଳା ତାହା କେତେକ ପ୍ରାକୃତିକ କାରଣ ଯୋଗୁଁ ହୋଇଥିଲେ ମଧ୍ୟ ତତ୍କାଳୀନ ଶାସକବର୍ଗଙ୍କ ଅବହେଲାରୁ ଏହା ଚରମ ଅବସ୍ଥାରେ ପହଂଚିଲା ।
ଦୁର୍ଭିକ୍ଷ ହୋଇଛିକି ନାହିଁ ଶାସକ ଜାଣିପାରିଲେ ନାହିଁ । ଦୁର୍ଭିକ୍ଷ ପରିସ୍ଥିତିକୁ କେମିତି ମୁକାବିଲା କରାଯିବ ତାହା ମଧ୍ୟ ଶାସକବର୍ଗ ଜାଣିନଥିଲେ । ଅଭିନବ ସରକାର ଦେଶର ଧନୀ ଓ ମଠ ମହନ୍ତଙ୍କ ପାଖରୁ ସାହାଯ୍ୟ ଆଣି ଲୋକମାନଙ୍କ କିପରି ପଂହଚିବେ, ସେଥପାଇଁ କୌଣସି ଯୋଜନା କରିପାରିଲେ ନାହିଁ । ଫଳରେ ଲୋକ ପୋକ ମାଛି ପରି ମଲେ । ମଣିଷ ଭୋକ ବିକଳରେ ଅଖାଦ୍ୟ ଖାଇଲା । ନଅଙ୍କ ଦୁର୍ଭିକ୍ଷ ଇତିମଧରେ ୧୫୦ ବର୍ଷରୁ ଅଧୁକ ହେଲାଣି କିନ୍ତୁ, ଆମ ଦୁଦ୍ଦିନ ଫୁଟିଲା ନାହିଁ । ଚଳିତ ବର୍ଷ କରୋନା ଦ୍ବିତୀୟ ଲହରୀ ଓଡ଼ିଶାରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଥିବା ବେଳେ ଆସିଲା ବାତ୍ୟା ୟାଶ, ଏକାବେଳେ ଦୁଇଟି ବିପଦକୁ ମୁକାବିଲା କରିବା ଯେକୌଣସି ସରକାର ପାଇଁ ଏକ ଆହ୍ବାନ ନିଶ୍ଚୟ କିନ୍ତୁ ବାତ୍ୟା ଆଶଙ୍କା କରାଯାଉଥିବା ହାରରେ କ୍ଷତି ନକରି ଋଲିଯିବା ଓ ପରବର୍ତ୍ତି ସମୟରେ ଓଡ଼ିଶାର ସରକାର ଯେପରି ଆଭିମୁଖ୍ୟ ପ୍ରଦର୍ଶନ କଲେ ସେଥିରୁ ସରକାର କେତେଦୁର ପ୍ରଚାର ସର୍ବସ୍ବ ହୋଇଗଲେଣି ତାହା ଯେ କେହି ଅନୁମାନ କରିପାରିବେ ।
୧୯୯୯ ମସିହା ମହାବାତ୍ୟା ଥିଲା ସବୁଠାରୁ ଭିନ୍ନ ସେତେବେଳେ ପାଣିପାଗ ବିଜ୍ଞାନ ସେତେ ଉନ୍ନତି କରି ନଥିବାରୁ ବାତ୍ୟା ସଂପର୍କରେ ଆଗୁଆ ସୂଚନା ମିଳିବା ସମ୍ଭବ ନଥିଲା । ଏହା ବାଦ ସେହି ବାତ୍ୟାର ପ୍ରକୋପ ଏତେ ଶକ୍ତିଶାଳୀ ଥିଲା ଯେ, ପକ୍କାଘର ମଧ୍ୟ ଭୂଷିଡ଼ିଗଲା , ଏବେ କିନ୍ତୁ ପାଣିପାଗ ବିଜ୍ଞାନୀମାନଙ୍କ ପାଇଁ ସୁପର କମ୍ପ୍ୟୁଟର ପରି ଶକ୍ତିଶାଳୀ କମ୍ପ୍ୟୁଟର, ସାଟଲାଇଟ ଓ ଉନ୍ନତମାନର ରାଡାର ଉପଲବ୍ଧ ହେଲାଣି, ଯାହାଫଳରେ ଅନ୍ତତଃ ସପ୍ତାହେ ପୂର୍ବରୁ ସମସ୍ତ ବାତ୍ୟାର ଗତିପଥ ସଂପର୍କରେ ସମ୍ଭାବ୍ୟ ସୂଚନା ପାଇପାରୁଛନ୍ତି । ଏହା ଫଳରେ ଲୋକଙ୍କୁ ସ୍ଥାନନ୍ତର କରିବା ଏକପ୍ରକାର ସହଜ ହୋଇଛି । ଏଥର ଏହି ଆଗୁଆ ସୂଚନା ପାଇ ସରକାର ୬ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିଥିଲେ ବୋଲି କହିଲେ । ଏହାର ହିସାବ କିଏ କେମିତି କଲା ? ଆମେ ଗାଁ ଗହଳିରେ ଓ ବିଭିନ୍ନ ଅଂଚାୟତରେ ଲୋକମାନଙ୍କୁ ଯୋଗାଯୋଗ କରି ଯାହା ବୁଝିଲୁ, ତାହା ପ୍ରକୃତରେ ଅତ୍ୟନ୍ତ ନିରୁତ୍ସାହ ଜନକ । ଲୋକମାନଙ୍କୁ ପ୍ରଲୋଭିତ କରାଗଲା, ବାତ୍ୟା ଆଶ୍ରୟସ୍ଥଳୀକୁ ଆସି ନାମ ଦରଜ କରିଥିବା ଲୋକହିଁ ପରବର୍ତ୍ତୀ ସମୟରେ ବାତ୍ୟା ସହାୟତା ପାଇପାରିବ ।
ତେଣୁ ଅଧୁକାଶ ପକ୍କାଘର ଥିବା ଲୋକ ଦିନରୁ ଆସି ନାମ ପଂଜିକରଣ କରି ସନ୍ଧ୍ୟାରେ ଘରକୁ ଫେରିଗଲେ । କିନ୍ତୁ ଅପରପକ୍ଷରେ କୁହାଯାଇପାରେ ଉପକୂଳ ଅଂଚଳର ୬ଲକ୍ଷ ଲୋକଙ୍କୁ କାହିଁକି ବାତ୍ୟା ଆଶ୍ରୟସ୍ଥଳକୁ ଅଣାଗଲା ? କାରଣ ତାଙ୍କର ପକ୍କାଘର ନାହିଁ । ତା’ହେଲେ ଏତେ ବର୍ଷ ହେଲା ପକ୍କାଗର ଯୋଜନାରେ ଘର ପାଉଛନ୍ତି କେଉଁମାନେ ? ପ୍ରକୃତରେ ସରଜମିନରୁ ଯାହା ଜଣାଯାଇଛି, ପକ୍କାଘର ସବୁ ଦଳୀୟ ଭିତିରେ ସରକାରୀ ଦଳ ସମର୍ଥକମାନେ ଆଜିଯାଏ ପାଇ ଆସୁଛନ୍ତି କିନ୍ତୁ ଦୈବୀ ଦୁର୍ବିପାକବେଳେ ସାଧାରଣ ଲୋକଙ୍କୁ ମୋହରା କରି ପୁରସ୍କାର ହାତେଇବା ସ୍ବପ୍ନରେ ପାଗଳ ସରକାର କାହିଁ ଜାଣିବେ ଗରିବ ଜନସାଧାରଣ ବାସ୍ତବ ସ୍ଥିତି । ତିତିଲି, ହୁଡହୁଡ଼, ଫନୀ ବାତ୍ୟାର କ୍ଷତିଗ୍ରସ୍ତ ଲୋକ ଆଜି ଯାଏ ସେମାନଙ୍କର କ୍ଷତିପୂରଣ ପାଇନାହାନ୍ତି । କିନ୍ତୁ ଏହି ଦୁର୍ବିପାକକୁ ମଉକା ଭାବି ଫାଇଦା ଯୋଗାଡ଼ କରିବାରେ ସରକାର ପାଗଳ, ରାଜ୍ୟର ସମ୍ବଳ ଯଥେଷ୍ଟ ଥିଲେ କେନ୍ଦ୍ରକୁ ସାହାଯ୍ୟ ନମାଗିବା ଭଲ କଥା। ଏବେ ପ୍ରଶ୍ନ ଉଠୁଛି ଆମ ରାଜ୍ୟ ଯଦି ସମ୍ବଳରେ ସକ୍ଷମ ତେବେ ଲୋକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି କାହିଁକି ? ପ୍ରକୃତ କଥା ହେଲା ବିଜେପି ଓ ବିଜେଡ଼ି ସଲାସୁତରା କରି ଦୁର୍ଦ୍ଦିନରୁ ମଧ୍ୟ ରାଜନୈତିକ ଫାଇଦା ନେବାରେ ବ୍ୟସ୍ତ ଏକଥା ଲୋକେ ଜାଣିଗଲେଣି ।
ଏବେ କରୋନା ସ୍ଥିତି ଏମିତି ସଙ୍ଗୀନ ଯେ, ପ୍ରତିଦିନ କାହାର ନା କାହାର ପରିଚିତ ମଣିଷ ମୃତ୍ୟୁମୁଖରେ ପଡୁଛି, ଡାକ୍ତରଖାନାରେ ବେଡଟିଏ ପାଇବା ପାଇଁ ଧରାଧରି ନକଲେ ସମ୍ଭବ ହେଉନି । ଏ ଡାକ୍ତରଖାନାରୁ ସେ ଡାକ୍ତରକାନା ବୁଲି ବୁଲି ରୋଗୀ ଆମ୍ବୁଲାନ୍ସରେ ପ୍ରାଣ ଯାଉଛି । ବାତ୍ୟା ସମୟରେ ବିଭିନ୍ନ ଡାକ୍ତରଖାନାରେ ଶତାଧୁକ ରୋଗୀଭୂକ ମୃତଦେହ ଦିନ ଦିନ ଧରି ପଡ଼ି ରହିଲା । ଟିକାକରଣରେ ତ ଅବ୍ୟବସ୍ଥା ନକହିଲେ ଭଲ । ଆଜି ଯେଉଁ କେନ୍ଦ୍ରରେ ଟୀକା ମିଳିବା ସୂଚନା ମିଳୁଛି କାଲି ସେ କେନ୍ଦ୍ରରେ ତାଲା ଝୁଲୁଛି । ଶୁଣିବାକୁ କେହି ନାହାନ୍ତି । ଏଥିରେ ଗ୍ରାମାଂଚଳର ସ୍ଥିତି ଆହୁରି ସଙ୍ଗୀନ । ଲକଡାଉନ, ସଟଡାଉନ ନାଁରେ କେବଳ ବ୍ୟବସାୟୀ ଓ କିଛି ଗାଡ଼ିଚାଳକଙ୍କୁ ଫାଇନ କଟାଯାଉଛି । ଏଣେ ସବୁ ମେଳା ମୁକୁଳା, କିଏ କାହାକୁ କହିବ ? ଲୋକେ ଭାଗ୍ୟକୁ ଆଦରି ରହିଲେଣି । ଏହି ସମୟରେ ବେଡ଼ିଉପରେ କରୋଡା ମାଡ଼ ଭଳି ସବୁ ଖାଉଟି ଦ୍ରବ୍ୟର ଆକାଶଛୁଆଁ ଦରବୃଦ୍ଧି ।
ତଥାପି କିଛି ଲୋକ ବିକାଶର ସ୍ଲୋଗାନ ଦେଉଛନ୍ତି ଓ ସୁଶାସନର ନାରା ଦଉଛନ୍ତି । ଏଥିପାଇଁ ଆମର ସଚେତନତା ଅଭାବ ଏକମାତ୍ର ଦାୟୀ । ଲୋକେ ସଚେତନ ନହେଲେ ଭଲ ଓ ମନ୍ଦିର ପାର୍ଥକ୍ୟ ଜାଣିପାରିବେ ନାହିଁ । ନିଜେ ହିଁ ନିଜ ପାଇଁ କାଳହେବେ । ତେଣୁ ଏମହାମାରୀ ଓ ବାତ୍ୟା ଆମକୁ ଶିକ୍ଷା ଦେଲା, ସଚେତନ ହୋଇ ଆମେ ହକ ପାଇଁ ସ୍ବର ଉଠାଇବା । କାହାର ପୁରସ୍କାର ଓ ପ୍ରଲୋଭନରେ ଆମ ଦୁଃଖ ଘୁବ ନାହିଁ । ଆମକୁ ଖାଦ୍ୟ, ପାନୀୟ, ସ୍ବାସ୍ଥ୍ୟ, ଶିକ୍ଷା ବ୍ୟବସ୍ଥା ଯୋଗାଇଦେବା ଏକ ଉତରଦାୟୀ ସରକାରର କର୍ତବ୍ୟ ବୋଲି ଆମକୁ ମନେ ରଖୁବାକୁ ହେବେ ।
Post a Comment