ଭୁବନେଶ୍ବର, ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଚଳିତ ରବିରତୁରେ ମୋଟ ୧୪ ଲକ୍ଷ ୪୪ ହଜାର ୧୨୧ ମେଟ୍ରିକ୍ ଟନ୍ ରବିଧାନ ସଂଗ୍ରହ କରାଯାଇଛି । ରବିଧାନ ବିକ୍ରି ନିମନ୍ତେ ନାମ ପଂଜୀକୃତ କରିଥିବା ଓ ଯାଞ୍ଚ କରାଯାଇଥିବା ଚାଷୀଙ୍କ ମଧ୍ୟରୁ ୯୦.୭୫ ପ୍ରତିଶତ ଚାଷୀ ସେମାନଙ୍କ ରବିଧାନ ସରକାରଙ୍କୁ ବିକ୍ରି କରିଛନ୍ତି । କେଭିଡ୍ କଟକଣାକୁ ଅନୁପାଳନ କରି ରାଜ୍ୟର ୧୭ଟି ଜିଲ୍ଲାରେ ୧୦୨୫ଟି ଧାନସଂଗ୍ରହ କେନ୍ଦ୍ରରେ ବିଭାଗ ପକ୍ଷରୁ ରବିଧାନ ସଂଗ୍ରହ କରାଯାଇଥିଲା । ରାଜ୍ୟର ୧୭ଟି ଜିଲ୍ଲାର ୨ ଲକ୍ଷ ୨୪ ହଜାର ୫୪୪ ଜଣ ଚାଷୀଙ୍କର ନାମ ପଂଜୀକୃତ ଓ ଯାଞ୍ଚ ହୋଇଥିବାବେଳେ ୨ ଲକ୍ଷ ୩ ହଜାର ୭୮୯ ଜଣ ଚାଷୀ ଧାନ ବିକ୍ରି କରିଥିଲେ ।
୨୦୨୦ ରବି ଧାନସଂଗ୍ରହ କାର୍ଯ୍ୟକ୍ରମରେ ସଂଜୀକୃତ ଓ ଯାଞ୍ଚ ଚାଷୀଙ୍କ ମଧ୍ୟରୁ ୮୨.୬୯ ପ୍ରତିଶତ ଚାଷୀ ରବିଧାନ ବିକ୍ରି କରିଥିଲେ । ସେହିପରି ଖରିଫରେ ୮୦.୯୫ ପ୍ରତିଶତ ସଂଜୀକୃତ ଓ ଯାଞ୍ଚ ଚାଷୀ ଧାନ ବିକ୍ରି କରିଥିଲେ । ଗତ ଖରିଫଠାରୁ ଚଳିତ ରବିରେ ପ୍ରାୟ ୧୦ ପ୍ରତିଶତ ଅଧୁକ ସଂଜୀକୃତ ଚାଷୀ ଧାନ ବିକ୍ରି କରିଛନ୍ତି ବୋଲି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ । ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି । ଆଜି ଭର୍ଜୁଆଲ ମାଧ୍ୟମରେ ଆୟୋଜିତ ବୈଠକରେ ଚଳିତ ରବିଧାନ ସଂଗ୍ରହ ସଂପର୍କରେ ସମୀକ୍ଷା କରିବା । ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଆସନ୍ତା ଖରିଫ ଧାନ ସଂଗ୍ରହ ନିମନ୍ତେ ଚାଷୀ ନାମ ପଂଜୀକରଣ ଓ ଯାଞ୍ଚ ପ୍ରକ୍ରିୟା ନିମନ୍ତେ ସମୁଚିତ ପଦକ୍ଷେପ ନେବା ପାଇଁ ଅଧୁକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ସେହିପରି ଖରିଫ ବିପଣନ ରଡୁ ୨୦୨-୨୧ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ୭୧ ଲକ୍ଷ ମେଟ୍ରିକ୍ ଟନ୍ । ଖରିଫ ଓ ରବିଧାନ ସଂଗ୍ରହ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଥିବାବେଳେ ମୋଟ ୭୭ ଲକ୍ଷ ୩୭ ହଜାର ୮୭୩ ମେଟ୍ରିକ ଟନ୍ ସଂଗ୍ରହ କରାଯାଇପାରିଛି, ଯାହାକି ଧାର୍ଯ୍ୟ ଲକ୍ଷ୍ୟଠାରୁ ୬ ଲକ୍ଷ ୩୭ ହଜାର ମେଟ୍ରିକ୍ ଟନ୍ରୁ ଅଧୁକ । ସେହିପରି ଖରିଫ ବିପଣନ ରତୁ ୨୦୧୯-୨୦ ବର୍ଷରେ ମୋଟ ୭୦ ଲକ୍ଷ ୫୬ ହଜାର ୫୧୪ ମେଟ୍ରିକ୍ ଟନ୍ ଖରିଫ ଓ ରବି ଧାନ ସଂଗ୍ରହ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଗତ ଖରିଫ ବିପଣନ ରତୁଠାରୁ ଚଳିତ ୨୦୨୦-୨୧ ଖରିଫ । ବିପଣନ ଋତୁରେ ୬ ଲକ୍ଷ ୮୧ ହଜାର ୩୫୧ ମେଟ୍ରିକ୍ ଟନ୍ ଅଧୁକ ଧାନ ସଂଗ୍ରହ ହୋଇଛି ।
ଚଳିତ ରବିଧାନ ସଂଗ୍ରହରେ ରାଜ୍ୟରେ ଚାଷୀମାନଙ୍କଠାରୁ ସର୍ବନିମ୍ନ ସହାୟକ ମୂଲ୍ୟରେ ୨୬୯୭ କୋଟି ୬୨ ଲକ୍ଷ ଟଙ୍କା ମୂଲ୍ୟର ଧାନସଂଗ୍ରହ କରାଯାଇଛି । ଅଧୂକ ରବିଧାନ ସଂଗ୍ରହ ହୋଇଥିବା ଜିଲ୍ଲା ଗୁଡ଼ିକ ମଧ୍ୟରେ ବରଗଡ଼ରୁ ୫,୧୧,୦୬୮ ମେଟ୍ରିକ୍ ଟନ, କଳାହାଣ୍ଡିରୁ ୨,୩୦,୮୪୩ ମେଟ୍ରିକ୍ ଟନ, ସୁବର୍ଣ୍ଣପୁର ୨,୩୪,୯୪୬ ମେଟ୍ରିକ ଟନ,କୋରାପୁଟ ୧,୨୮,୭୪୩ ମେଟ୍ରିକ ଟନ ଏବଂ ସମ୍ବଲପୁର ଜିଲ୍ଲାରୁ ୧,୨୮,୮୧୨ ମେଟ୍ରିକ ଟନ ଧାନ ସଂଗ୍ରହ ହୋଇଛି ।
ସେହିପରି ଫଜୀକୃତ ଓ ଯାଞ୍ଚ ହୋଇଥିବା ଚାଷୀଙ୍କ ମଧ୍ୟରୁ ବରଗଡ଼ ଜିଲ୍ଲାରେ ୯୫.୪୩ ପ୍ରତିଶତ ଚାଷୀ ସେମାନଙ୍କ ରବିଧାନ ବିକ୍ରି କରିଥିବାବେଳେ, ଝାରସୁଗୁଡ଼ାରେ ୯୪.୦୩ ପ୍ରତିଶତ, ସୁବର୍ଣ୍ଣପୁରରେ ୯୪.୨୩ ପ୍ରତିଶତ, ନୂଆପଡ଼ାରେ ୯୬.୯୪ ପ୍ରତିଶତ, ସମ୍ବଲପୁରରେ ୯୩୯୦ ପ୍ରତିଶତ, କୋରାପୁଟରେ ୯୨.୨୨ ପ୍ରତିଶତ ଓ ଖୋଦ୍ଧା ଜିଲ୍ଲାରେ ୯୩.୫୭ ପ୍ରତିଶତ ଚାଷୀ ସେମାନଙ୍କ ଧାନ ବିକ୍ରି କରିଥିଲେ । ବୈଠକରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବୀରବିକ୍ରମ ଯାଦବ, ସମବାୟ ସମିତି ସମୂହର ନିବନ୍ଧକ ଶ୍ରୀ ସୁଶାନ୍ତ କୁମାର ବାରିକ, ଓଡ଼ିଶା ଖାଦ୍ୟ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବିଶ୍ଵଜିତ କେଶରୀ ଦାସଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧୁକାରୀମାନେ ଉପସ୍ଥିତ ଥିଲେ ।
Post a Comment