loading...

୭୫୦୦ ବିଦ୍ୟୁତ କର୍ମଚାରୀଙ୍କ ଟାଟା ପାୱାରରୁ ଛଟେଇ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ - ଯୁବ କଂଗ୍ରେସ

୭୫୦୦ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦାବି କଲା ଯୁବ କଂଗ୍ରେସ । ନଚେତ ରାଜ୍ୟ ସାରା ଆନ୍ଦୋଳନ ଓ ଟାଟା ପାୱାର ଅଫିସ ଅଚଳ କରିବ ଯୁବ କଂଗ୍ରେସ

୭୫୦୦ ବିଦ୍ୟୁତ କର୍ମଚାରୀଙ୍କ ଟାଟା ପାୱାରରୁ ଛଟେଇ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ - ଯୁବ କଂଗ୍ରେସ

ଭୁବନେଶ୍ୱର, ଆଜି ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ଓ ଓପେଫା ତରଫରୁ ମିଳିତ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଛି । ବର୍ତମାନ ସମଗ୍ର ଦେଶ, ରାଜ୍ୟର ଜନସାଧାରଣ କରୋନା ମହାମାରୀ ସହିତ ଲଢ଼େଇରେ ସଂଘର୍ଷ କରୁଥିବା ବେଳେ ୭୫୦୦ ବିଦ୍ୟୁତ କର୍ମଚାରୀଙ୍କ ଟାଟା ପାୱାରରୁ ଛଟେଇ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡ. ଲେଙ୍କା କହିଛନ୍ତି । ବିଦ୍ୟୁତ ବିଭାଗ ଜୁନ-୨୦୨୦ ରେ ଘରୋଇକରଣ କରି ଟାଟା ପାୱାରକୁ ବିଦ୍ୟୁତ ବିତରଣର ଦାୟୀତ୍ବ ଦେଇଥିଲେ । ପୂର୍ବରୁ ଦାୟୀତ୍ବ ତୁଲାଉଥିବା ବିତରଣ କମ୍ପାନୀ ସେସୁ ଅଧୁନସ୍ଥ ଫ୍ରାଞ୍ଚାଇଜ କର୍ମଚାରୀ ପାଖାପାଖୁ ୭୫୦୦ (ମିଟର ରିଡର, ବିଲ କଲେକ୍ଟର, ଲାଇନମ୍ୟାନ, ହେଲପର, ଜେଇ, ଏସଡିଓ) ପଦବୀରେ ଅବସ୍ଥାପିତ ଯୁବା କର୍ମଚାରୀମାନଙ୍କୁ ଛଟେଇ କରିଥିଲା । 

ଏହି କର୍ମଚାରୀ ଦୀର୍ଘ ୧୦ବର୍ଷ ଅକ୍ଲାନ୍ତ ପରିଶ୍ରମ କରି ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ତଥା (ଫନି, ଫାଇଲିନ, ହୁହୁଡ, ଅମ୍ପାନ) ସମୟରେ ରାଜ୍ୟ ଜନସାଧାରଣ ମାନଙ୍କୁ ସଫଳତାର ସହ ସେବା ଯୋଗାଇ ଆସୁଥିଲେ । କୋଭିଡ-୧୯ର ପ୍ରଥମ ଲହରରେ ମଧ୍ୟ ନିଜ ଜୀବନକୁ ବାଜି ଲଗାଇ କାର୍ଯ୍ୟ ସଂପାଦନ କରିଥିଲେ । ସବୁଠୁ ବଡ଼ କଥା ହେଉଛି ଦେବାଳିଆରେ ଚାଲିଥିବା ସଂସ୍ଥା, ଯାହାର କ୍ଷତି ୬୦ ପ୍ରତିଶତ ଥୁଲା ତାକୁ ଲାଭଜନକ ସ୍ଥିତିରେ ଫହଚାଇରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲା । କିନ୍ତୁ ଦୁଃର୍ଭାଗ୍ୟର ବିଷୟ ଏହି ଯୋଦ୍ଧା ମାନଙ୍କର ଜୀବିକାକୁ କିଛି ଅମଲାତନ୍ତ୍ର ଅଫିସର, ଓଇଆରସି କତୃପକ୍ଷି ଏବଂ ରାଜ୍ୟ ସରକାର ମିଳିମିଶି ଛଡ଼େଇ ନେଇଛନ୍ତି । ବିଜେଡ଼ି ସାଂସଦ ସୁବାସ ସିଂହ ଗଣମାଧ୍ୟମକୁ କହିଥିଲେ “ଛଟେଇ ହୋଇଥିବା ସମସ୍ତ ସ୍ଥାୟୀ ଅସ୍ଥାୟୀ କର୍ମଚାରୀ ମାନଙ୍କୁ ନିଯୁକ୍ତି ମିଳିବ” କିନ୍ତୁ ସେ ଆଜି ନିରବଦ୍ରଷ୍ଟା ସାଜିଛନ୍ତି । 

ସେପ୍ଟେମ୍ବର.୨୦.୨୦୨୦ ପ୍ରଦେଶ ଯୁବ କଂଗ୍ରେସ ଏହି କର୍ମଚାରୀ ମାନଙ୍କୁ ସ୍ଥାୟୀ ନିଯୁକ୍ତି ଦାବିକୁ ସମର୍ଥନ ଜଣାଇ ଟାଟା ଅଫିସ ଘେରାଉ, ଓଇଆରସି ଅଫିସ ଘେରାଉ, ଶକ୍ତିମନ୍ତ୍ରୀଙ୍କ ବାସଭବନ ଘେରାଉ କରିଛି । କିନ୍ତୁ ସରକାର ତାଙ୍କ ଅହଙ୍କାରରେ ଅନ୍ଧ ହୋଇ ଏହି ଦାବିକୁ ଗ୍ରହଣ କରୁନାହାନ୍ତି । ଏହି କର୍ମଚାରୀମାନେ ନଭେମ୍ବର ୨୩, ୨୦୨୦ ଠାରୁ ଦୀର୍ଘ ୧୫୮ ଦିନ ଧରି ଭୁବନେଶ୍ଵରର ଧାରଣା ସ୍ଥଳରେ ଧାରଣା ଦେଇଥିଲେ । କୋଭିଡର ଦ୍ବିତୀୟ ଲହରର ଆସିବା ସମ୍ଭାବନା ନେଇ ସରକାର ପୋଲିସ ପ୍ରଶାସନକୁ ଲଗାଇ ଧାରଣା ସ୍ଥଳରୁ ଉଠାଇ ଦେଇଥିଲା । ଏପ୍ରିଲ-୯, ୨୦୨୧ ରେ ଟାଟା ପାୱାର ଅଫିସ ସାମନାରେ ଓପେକ୍ଷା ଏବଂ ଓଡ଼ିଶା ଯୁବ କଂଗ୍ରେସ ମିଳିତ ଭାବେ ପୁନଃ ନିଯୁକ୍ତି ଦାବିରେ ପୁଣି ଧାରଣାରେ ବସିଥିଲେ । ପରେ ଏକ ଟିମ ଟାଟା ପାୱାରର କତୃପକ୍ଷଙ୍କୁ ଭେଟିଥୁଲା । 

ଟାଟା କତୃପର୍ଷ ମଧ୍ୟ ଦାବିକୁ ଗୁରୁତ୍ବର ନେଇ ୪୮ ଘଣ୍ଟା ଭିତରେ ଲିଖୁତ ପ୍ରତିଶ୍ରୁତି ଦେବା ପାଇଁ କହିଥିଲେ । କିନ୍ତୁ ଦୁର୍ଭାଗ୍ୟର ବିଷୟ ଟାଟା ପାୱାର ତାର ପ୍ରତିଶ୍ରୁତି ରକ୍ଷା କଲା ନାହିଁ, କୌଣସି ମେଲ ଓ ଚିଠିର ଉତର ଦେଲା ନାହିଁ । ଏଥିରୁ ପ୍ରଥମ ପ୍ରଶ୍ନ ଉଠୁଛି ସରକାର ଘରୋଇ କରଣ କରିବା ପୂର୍ବରୁ ୭୫୦୦ କର୍ମଚାରୀମାନଙ୍କ ଭବିଷ୍ୟତ ବିଷୟରେ ଚିନ୍ତା କରିଥିଲେ କି ନାହିଁ । ଦ୍ଵିତୀୟ ପ୍ରଶ୍ନ ଉଠୁଛି ସରକାର ୭୫୦୦ କର୍ମଚାରୀଙ୍କ ସ୍ବାର୍ଥରେ କି ଟାଟା ପାର ସ୍ୱାର୍ଥରେ । ୩୦୦ କୋଟି ଟଙ୍କାର ବକେୟା ଅର୍ଥ ସେସୁ କମ୍ପାନୀକୁ ଦେଇ ନପାରି ବ୍ଲକ ଲିଷ୍ଟ ହୋଇଥିବା କମ୍ପାନୀ ଯାହା ନାମରେ ସେସୁ କମ୍ପାନୀ କେସ କରିଛି ସେହି କମ୍ପାନୀ “ଶ୍ୟାମ ପାୱାର’କୁ ପଞ୍ଚୋଟି ଡିଭିଜନର ଦାୟିତ୍ବ ଟାଟା ପାର କିପରି ଦେଲା । ଏଥିରୁ ଯାହା ଜଣାପଡୁଛି ଟାଟା ପାୱାରର ପ୍ରଚ୍ଛଦପଟରେ କୌଣସି ଶକ୍ତି କାମ କରୁଛି । ଯେଉଁ ଶକ୍ତି ୭୫୦୦ କର୍ମଚାରୀଙ୍କ ଜୀବିକାକୁ ନେଇ ଖେଳ ଖେଳୁଛି । ତେଣୁ ଏହି କର୍ମଚାରୀ ମାନଙ୍କୁ ପୁନଃ ନିଯୁକ୍ତି ନ ମିଳିବା ପର୍ଯ୍ୟନ୍ତ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ଲଢ଼େଇକୁ ଆହୁରି ଯୋରଦାର କରିବ । 

ଆମେ ଶୋଇରହିଥୁବା ସରକାରକୁ ଚେତାଇ ଦେବାକୁ ଗ୍ରହୁଁଛୁ ଯଦି ୧୫ ଦିନ ଭିତରେ ନିଯୁକ୍ତି ନ ମିଳେ ରାଜ୍ୟ ସାରା ଯୁବ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ତତ୍ ସହିତ ମୁଖ୍ୟମନ୍ତ୍ରୀ, ଶକ୍ତିମନ୍ତ୍ରୀ ଙ୍କୁ ରାଜରାସ୍ତାରେ ଚଲେଇ ଦିଆଯିବ ନାହିଁ ଏବଂ ଏହା ସହିତ ଟାଟା ପାୱାର ଅଫିସକୁ ଅଚଳ କରିଦିଆଯିବ ବୋଲି ଯୁବ କଂଗ୍ରେସ ସଭାପତି ଡ. ଲେଙ୍କା ଚେତାବନୀ ଦେଇଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଓପେଫାର ସଭାପତି ବିଶ୍ବଜିତ ସ୍ୱାଇଁ, ସୁମିତ ପରିଡ଼ା, ଯୁବ କଂଗ୍ରେସ ନେତା ସଂକୁନା କହଁର, ବିରେନ ଦଳାଇ, ଜ୍ଞାନ ରଞ୍ଜନ ରାଉତ, ଆଶୁତୋଷ ଲେଙ୍କା, ନଳିନୀକାନ୍ତ ନାୟକ, ରିତୁଲ ମହାରଣା ପ୍ରମୁଖ ଯୋଗ ଦେଇଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget