loading...

ଅନ୍ତର୍ଜାତୀୟ ସମବାୟ ଦିବସ ପାଳନ ଅବସରରେ ଜାତୀୟସ୍ତରୀୟ ୱେବିନାର

କରୋନା ପ୍ରଭାବିତ ଅର୍ଥନୀତିକୁ ସଜାଡ଼ିବାକୁ ହେଲେ ସବୁବର୍ଗର ଲୋକଙ୍କ ସମ୍ମିଳିତ ପ୍ରୟାସ ଲୋଡ଼ା । କରେନା ବିପତିକୁ ଏକୁଟିଆ ମୁକାବିଲା କରାଯାଇପାରିବ ନାହିଁ

ଅନ୍ତର୍ଜାତୀୟ ସମବାୟ ଦିବସ ପାଳନ ଅବସରରେ ଜାତୀୟସ୍ତରୀୟ ୱେବିନାର

ଭୁବନେଶ୍ବର, କରୋନା ପ୍ରଭାବିତ ଅର୍ଥନୀତିକୁ ସଜାଡ଼ିବାକୁ ହେଲେ ସବୁବର୍ଗର ଲୋକଙ୍କ ସମ୍ମିଳିତ ପ୍ରୟାସ ଲୋଡ଼ା । କରେନା ବିପତିକୁ ଏକୁଟିଆ ମୁକାବିଲା କରାଯାଇପାରିବ ନାହିଁ । ସମବାୟର ନୀତି ଓ ଆଦର୍ଶରେ ପରିଚାଳିତ ହୋଇ ସମବେତ ପ୍ରଚେଷ୍ଟାରେ ପୁନର୍ଗଠନ କାର୍ଯ୍ୟକୁ ଆଗେଇ ନେବାକୁ ପଡ଼ିବ ବୋଲି ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି ।
ଆଜି ଅନ୍ତର୍ଜାତୀୟ ସମବାୟ ଦିବସ ପାଳନ ଅବସରରେ ଓଡ଼ିଶା ରାଜ୍ୟ ସମବାୟ ୟୁନିୟନ୍ ଦ୍ଵାରା ଆୟୋଜିତ । ଏକ ଜାତୀୟ ସ୍ତରର ସେମିନାରରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସ୍ବାଇଁ କହିଲେ ଯେ ଭାରତବର୍ଷର ବିଶାଳ ଯୁବଶକ୍ତିକୁ ସମବାୟ ଆଦର୍ଶରେ ସାମିଲ କରି ସେମାନଙ୍କୁ ସମବାୟ ଭାବନାରେ ପୁନର୍ଗଠନ ଦିଗରେ କାର୍ଯ୍ୟ କରିବା ପାଇଁ ଅନୁପ୍ରେରିତ କରିବା ଆବଶ୍ୟକ । 

କୋଭିଡ୍ –୧୯ ସ୍ଥିତିରେ ଲଉନ୍ ଜାରି କରାଯାଇଥିବାବେଳେ ସମବାୟ ବିଭାଗ ପକ୍ଷରୁ କୃଷକମାନଙ୍କୁ ଠିକ୍ ସମୟରେ ଫସଲ ଋଣ ଯୋଗାଣ ସହ ବିହନ ଓ ସାର ଯୋଗାଇ ଦେଇ କୃଷି କାର୍ଯ୍ୟକୁ ତ୍ବରାନ୍ବିତ କରାଯାଇ ପାରିଥିଲା । । ରାଜ୍ୟରେ ଫସଲ ଋଣର ୬୫ ପ୍ରତିଶତରୁ ଅଧୁକ ସମବାୟ ସଂସ୍ଥା ଦ୍ବାରା ଯୋଗାଇ ଦିଆଯାଉଥିବାବେଳେ କୋଭିଡ୍ –୧୯ ସମୟରେ ୮୩୦୦ କୋଟି ଟଙ୍କା ଋଣ ଯୋଗାଇ ଦିଆଯାଇଥିଲା ଏବଂ ଚଳିତ ଖରିଫରେ ୯୦୦୦ କୋଟି ଟଙ୍କା ଖରିଫ ଋଣ ଯୋଗାଇ ଦିଆଯିବାର ଲକ୍ଷ୍ୟ ରଖାଯାଇଛି । ଫଳ ସ୍ଵରୂପ ୨୦୨୦-୨୧ ଖରିଫ ବିପଣନ ଋତୁରେ ରେକର୍ଡ଼ ପରିମାଣର ୭୭ ଲକ୍ଷ ମେଟ୍ରିକ୍ ଟନ ଖରିଫ ଓ ରବିଧାନ ସଂଗ୍ରହ କରାଯାଇ ଚାଷୀମାନଙ୍କ ବ୍ୟାଙ୍କ  ଆକାଉଣ୍ଟରୁ ପ୍ରାୟ ୧୪,୦୦୦ କୋଟି ଟଙ୍କା ପଇଠ କରାଯାଇଥିଲା । 

ବିନାରରେ ଭାରତୀୟ ଜାତୀୟ ସମବାୟ ୟୁନିୟର ଶ୍ରୀମତୀ ସାବିତ୍ରୀ ସିଂ ଯୋଗଦେଇ କୋଭିଡ୍ – ୧୯ । ସ୍ଥିତିରେ ସମବାୟର ଉଲ୍ଲେଖନୀୟ ଭୂମିକା ସଂପର୍କରେ ଆଲୋଚନା କରିଥିବାବେଳେ ଓମ୍ଫେଡ୍‌ର ପରିଚାଳନା ନିର୍ଦ୍ଦେଶକ ଆଶିଷ ଚନ୍ଦ୍ର ସିହ୍ନା ସମବାୟ କ୍ଷେତ୍ରରେ ଓମ୍‌ଫେଡ୍‌ର ଭୂମିକା ସଂପର୍କରେ ଆଲୋଚନା କରିଥିଲେ । ସମବାୟ ସମିତି ସମୂହର ନିବନ୍ଧକ ଶ୍ରୀ ସୁଶାନ୍ତ କୁମାର ବାରିକ କୃଷି କ୍ଷେତ୍ରରେ ପ୍ୟାକ୍ସ ଓ ଲ୍ୟାମ୍ପସ୍‌ ଗୁରୁତ୍ବପୂର୍ଣ୍ଣ ଭୂମିକା ସଂପର୍କରେ ଆଲୋକପାତ କରିଥିଲେ । ବିନାରେ ଅନ୍ୟମାନଙ୍କ ମଧ୍ୟରେ ଡ. ଅନନ୍ତ କୁମାର ରାୟ ଏବଂ ଏସ୍. । ଘୋଷ ପ୍ରମୁଖ ଭାଗନେଇ ସମବାୟ ସଦସ୍ୟମାନଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ପ୍ରଶିକ୍ଷଣର ଉପଯୋଗିତା ସଂପର୍କରେ କହିଥିଲେ । ଓଡ଼ିଶା ରାଜ୍ୟ ସମବାୟ ୟୁନିୟର ପ୍ରଶାସିକା ଶ୍ରୀମତୀ ଗାୟତ୍ରୀ ପଟ୍ଟନାୟକ ବିନାରକୁ ପରିଚାଳନା କରିଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget