ଭୁବନେଶ୍ୱର, କରୋନା ମହାମାରୀ ବର୍ତମାନ ସଂକଟମୟ ପରିସ୍ଥିତି ଦେଇ ରାଜ୍ୟରେ ଗତି କରୁଛି । ସାଧାରଣ ଲୋକଟିଏ ଜୀବିକା ହରାଇ ନିଜ ଜୀବନ ବଂଚାଇବା ପାଇଁ ସଂଘର୍ଷ କରୁଥିବା ବେଳେ ତୈଳଦର ଏବଂ ଅତ୍ୟାବଶକୀୟ ସାମଗ୍ରୀର ଅହେତୁକ ବୃଦ୍ଧି ବର୍ତମାନ ଲୋକଙ୍କ ଉପରେ ବେଡ଼ିଉପରେ କରୋଡ଼ା ସଦୃଶ ହୋଇଛି । ଏହା ସରକାରଙ୍କର ଅପରିଣାମଦର୍ଶିତା ପାଇଁ ହୋଇଛି । ଏହି ଅବସରରେ ଭୁବନେଶ୍ଵର ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀ ବିଶ୍ୱଜିତ ଦାଶଙ୍କ ସଭାପତିତ୍ବରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଦେଶ କଂଗ୍ରେସ ସଭାପତିଙ୍କ ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ପ୍ରସ୍ତାବକ୍ରମେ ଶ୍ରୀଯୁକ୍ତ ଦାଶ ଭୁବନେଶ୍ୱରର ଜନସାଧାରଣଙ୍କୁ ନିବେଦନ କରିଛନ୍ତି ଆସନ୍ତା ଜୁଲାଇ ୧୫ ତାରିଖ ଦିନ ଡିଜେଲ, ପେଟ୍ରୋଲ ଓ ଗ୍ୟାସ ନ କିଣି ପ୍ରତିବାଦ ଜଣାଇବା ପାଇଁ ନିବେଦନ କରିଛନ୍ତି ।
କେନ୍ଦ୍ର ସରକାରଙ୍କ ପେଟ୍ରୋଲ ଓ ଡିଜେଲ ଉପରେ ଅହେତୁକ ଦରବୃଦ୍ଧି ଯାହାକି ୧୦୦ ଟଙ୍କାରେ ପହଂଚିଲାଣି । ଏଣୁ ଏହି ପ୍ରତିବାଦରେ ସାମିଲ ହୋଇ କେନ୍ଦ୍ର ସରକାରଙ୍କୁ ଜବାବ ଦିଅନ୍ତୁ । ଅଖୁଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶକ୍ରମେ ଘରକୁ ଘର ଯାଇ ଜନସମ୍ପର୍କ ଯୋଡ଼ିବା ଦୈନ୍ୟଦିନ ସାମଗ୍ରୀ ଓ ତୈଳଦର ବୃଦ୍ଧି ପାଇଁ ରାଜ୍ୟ ଓ କେନ୍ଦ୍ରସରକାରଙ୍କ ବିରୁଦ୍ଧରେ ଜନସଚେତନ କରିବା ପାଇଁ ସାଇକେଲ ଯାତ୍ରା କରି ଅଭିନବ ଉପାୟରେ ପେଟ୍ରୋଲ ଟାଙ୍କି ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ । ଏହି କାର୍ଯ୍ୟକ୍ରମ ଗୁଡ଼ିକୁ ସମ୍ମତି ଜଣାଇବା ସହିତ ସଫଳ କରିବା ପାଇଁ ପୁଙ୍ଖାନୁପଙ୍ଖ ଆଲୋଚନା କରାଯାଇ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ନିଷ୍ପତି ନିଆଯାଇଛି । ଏହି ଆଲୋଚନାରେ ଅଶୋକ ଦାସ, ଏକେ ଅଫତାବ ଅକ୍ତି, ମନୋରଞ୍ଜନ ଜେନା, ମନୋରଞ୍ଜନ ବଟୁ, ଶ୍ରୀଧର ବଳିଆରସିଂ, ଦେବରାଜ ମିଶ୍ର, ଅନୁର ଖାନ, ବ୍ରହ୍ମାନନ୍ଦ ସାହୁ ଓ ଇନ୍ଦ୍ରଜିତ୍ ପରିଡ଼ା ପ୍ରମୁଖ ଏହି ବ୍ଲକ ସଭାପତିମାନେ ଭାଗ ନେଇ ଥିଲେ।
Post a Comment