ଭୁବନେଶ୍ବର, ଗତକାଲି ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଷ୍ଟାଫ ସିଲେକ୍ସନ କମିଶନ ସଦସ୍ୟ ବିଂରଚି ସାହୁଙ୍କ ବିଭିନ୍ନ ଘର ଉପରେ ଚଢ଼ାଉ କରାଯାଇଥିବା ବେଳେ ୨୫ଲକ୍ଷ ନଗଦ ଟଙ୍କା, ୧.୫ କେଳି ସୁନା ସହିତ ୫ କୋଟି ଟଙ୍କାରୁ ଉର୍ବ ସମ୍ପତି ଠାକ କରାଯାଇଛି । ଏଥିରୁ ସ୍ପଷ୍ଟ ବାରିହେଉଛି ଷ୍ଟାଫ ସିଲେକସନ କମିଶନରେ ବ୍ୟାପକ ଭାବେ ଦୁର୍ନୀତି ସହିତ ଅର୍ଥଦେଣନେଣ କରି ଚାକିରୀ ଦିଆଯାଉଛି । ଯାହାଫଳରେ ବହୁ ମେଧାବୀ ଛାତ୍ରଛାତ୍ରୀମାନେ ଚାକିରୀରୁ ବଂଚିତ ହେଉଛନ୍ତି । ଗତ
ଦୁଇବର୍ଷ ଧରି କରୋନା ତାର କାୟା ବିସ୍ତାର କରିଗଲିଥିବା ବେଳେ ନିଯୁକ୍ତିର ଅଭାବ ପରିଲକ୍ଷିତ ହୋଇଛି ।
ଏହି ଅର୍ଥ ଦେଣନେଣ ଅଭିଯୋଗ ଫଳରେ ଛାତ୍ରଛାତ୍ରୀ ମାନଙ୍କ ଉପରେ ଏକ ଚାପ ସୃଷ୍ଟି ହେବ ବୋଲି ଡ. ଲେଙ୍କା କହିଛନ୍ତି । ରାଜ୍ୟରେ ବିଭିନ୍ନ ନିଯୁକ୍ତି କରୁଥିବା ଷ୍ଟାଫ ସିଲେକସନ କମିଟି ଏବେ ସନ୍ଦେହ ଘେରକୁ ଆସୁଛନ୍ତି । ଏଥିପାଇଁକି କିପରି ଭାବେ ଜଣେ ତୃତୀୟ ଶ୍ରେଣୀ କର୍ମସ୍ପରୀଙ୍କ ପାଖରେ ଏତେ ପରିମାଣର ଅର୍ଥ ଠୁଳ ହୋଇଥିଲା । ତତ୍ସହିତ ଏତେ ପରିମାଣର ସମ୍ପତି କିପରି ଆସିଲା ଏହା ତଦନ୍ତ ସାପେକ୍ଷ କେବଳ ଛୋଟ ବାବୁଙ୍କୁ ଧରି ସରକାର ମଳିନ ଛବିକୁ ଭଧାର କରିବେ ନା ଏହାର ପ୍ରଚ୍ଛଦପଟରେ ଥିବା ନେତା ଅଫିସର ବାବୁମାନଙ୍କ ଉପରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରଶ୍ନ କରିଛନ୍ତି କି, ଲେଙ୍କା ।
ଏହି ଦୁର୍ନୀତିର ଚେର ଆଜିର ନୁହେଁ ଦୀର୍ଘଦିନର ବୋଲି ସନ୍ଦେହ ଉପୁକୁଛି, ଆଗାମୀ ଦିନରେ କିପରି ଭାବେ ଏହି ଦୁର୍ନୀତିର ଚେର ଉପୁଢ଼ିବା ସେଥିପାଇଁ ତଦନ୍ତକୁ ଯୋରଦାର କରିବା ସହ ପ୍ରଚ୍ଛଦପଟରି ନାୟକ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରାଯାଉ ବୋଲି ଦାବି କରିଛନ୍ତି ଯୁବ କଂଗ୍ରେସ ସଭାପତି ଡ. ଲେଙ୍କା ଆଗାମୀ ଦିନରେ ଯଦି ତଦନ୍ତ ସଠିକ ଦିଗରେ ନକରାଯାଏ ଯୁବ କଂଗ୍ରେସ ଏହାର ଦୃଢ଼ ଯବାବ ଦେବ ବୋଲି କହିଛନ୍ତି ସଭାପତି ଡ. ଲେଙ୍କା ।
Post a Comment