loading...

ମହାମାରୀ ସମୟରେ ରାଜ୍ୟ ସରକାର ରାସନ ସାମଗ୍ରୀ ବଣ୍ଟନରେ ୩oo କୋଟି ଟଙ୍କାର ଘୋଟାଲା : କଂଗ୍ରେସ

କରୋନା ମହାମାରୀ ସମୟରେ ରାଜ୍ୟ ସରକାର ରେସନ ସାମଗ୍ରୀ ବଣ୍ଟନରେ ୩୦୦ କୋଟି ଟଙ୍କାର ଘୋଟାଲା କରିଛନ୍ତି

ମହାମାରୀ ସମୟରେ ରାଜ୍ୟ ସରକାର ରାସନ ସାମଗ୍ରୀ ବଣ୍ଟନରେ ୩oo କୋଟି ଟଙ୍କାର ଘୋଟାଲା : କଂଗ୍ରେସ

ଭୁବନେଶ୍ବର, କରୋନା ମହାମାରୀ ସମୟରେ ରାଜ୍ୟ ସରକାର ରେସନ ସାମଗ୍ରୀ ବଣ୍ଟନରେ ୩୦୦ କୋଟି ଟଙ୍କାର ଘୋଟାଲା କରିଛନ୍ତି । ଲକ୍ଷାଧୁକ 'ବୋଗସ୍ ବା ଭୂତ ହିତାଧିକାରୀଙ୍କ କାର୍ଡ ଜରିଆରେ ସରକାର ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧିନରେ ଚାଲିଥିବା ଖାଦ୍ୟଶସ୍ୟ ସାମଗ୍ରୀ ବଣ୍ଟନରେ ଏହି ଦୁର୍ନିତି ଚଳାଇଛନ୍ତି ବୋଲି ପ୍ରଦେଶ କଂଗ୍ରେସ ଅଭିଯୋଗ କରିଛି । ଆଜି କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗର ଆବାହକ ସତ୍ୟପ୍ରକାଶ ନାୟକ ଅଭିଯୋଗ କରି କହିଛନ୍ତି ଯେ ବିଗତ ୧ ବର୍ଷ ମଧ୍ୟରେ ରାଜ୍ୟ ସରକାର ଶହଶହ କୋଟି ଟଙ୍କାର ରାସନ ସାମଗ୍ରୀ ଭୂତ ହିତାଧୁକାରୀଙ୍କ ନାଁରେ ଉଠାଇଛନ୍ତି ଏବଂ ଲୁଟ କରିଛନ୍ତି ।

ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ରାଜ୍ୟରୁ ୯୩ ଲକ୍ଷ ୬ ହଜାର ୨୦୨ ଜଣ ହିତାଧୁକାରୀ ଥିବା ବେଳେ କୌଣସି ଗୋଟିଏ ମାସରେବି ୯୩ ଲକ୍ଷ ହିତାଧୁକାରୀଙ୍କୁ ରାସନ ଋଉଳ ବଣ୍ଟନ କରାଯାଇ ନାହିଁ । ଅଥଚ ପ୍ରତ୍ୟେକ ମାସ ହଜାର ହଜାର ମେଟ୍ରିକ ଟନ ଗଭଳ ବଣ୍ଟା ନହୋଇ ରହିଯାଇଥିବା ବେଳେ ପରବର୍ତ୍ତୀ ମାସମାନଙ୍କରେ କାହିଁକି ବଳକା ଚାଭଳ ପରିମାଣ କଟା ନଯାଇ କେନ୍ଦ୍ରରୁ ସଂପୂର୍ଣ୍ଣ କୋଟା ଚାଊଳ ଉଠାଯାଉଛି ବୋଲି ଶ୍ରୀ ନାୟକ ପ୍ରଶ୍ନ କରିଛନ୍ତି । ପ୍ରତ୍ୟେକ ମାସରେ ରହିଯାଇଥୁବା ହଜାର ହଜାର ମେଟ୍ରିକ ଟନ ଚାଉଳ କୂଆଡ଼େ ଯାଉଛି ବୋଲି କଂଗ୍ରେସ ପ୍ରଶ୍ନ କରିଛି । ଏହା ବିଜେଡ଼ି ସରକାରର ଏକ ମାସିକ ଘୋଟାଲା କାର୍ଯ୍ୟକ୍ରମ ବୋଲି କଂଗ୍ରେସ କହିଛି ।

ସେହିପରି ଗତ ୨ ଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୱାନ ନେସନ ୱାନ ରାସନ କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ଘୋଷଣା କଲେ ଯେ ମାଲକାନଗିରି ଜିଲ୍ଲାରେ ଭିଟାମିନ ଯୁକ୍ତ ଜଳ ବଣ୍ଟନ ଦ୍ବାରା ପୃଷ୍ଟିହୀନତା ଦୂର କରାଯିବ । ଏ ବାବଦରେ ଖୋଲାସ କରି ଶ୍ରୀ ନାୟକ କହିଛନ୍ତି ଯେ ଏହା ହେଉଛି କେନ୍ଦ୍ରସରକାରଙ୍କ ଯୋଜନା । ସମଗ୍ର ଦେଶରେ ୧୫ ଟି ରାଜ୍ୟରୁ ୧୫ ଟି ଦୁର୍ବଳ ଜିଲ୍ଲାରେ ଏହି ପ୍ରକଳ୍ପକୁ ୨୦୧୯-୨୦ରୁ ଆରମ୍ଭ କରାଯାଇଛି ଅଥଚ ଦୁଇବର୍ଷ ବିଳମ୍ବରେ କାହିଁକି ନବୀନ ବାବୁ ଏ ପ୍ରକଳ୍ପକୁ ଆରମ୍ଭ କଲେ ତାର ଯବାବ ରଖନ୍ତୁ ବୋଲି ଶ୍ରୀ ନାୟକ ଦାବି ରଖୁଛନ୍ତି । ଆଗକୁ ଫଚାୟତ ଏବଂ ପୌରନିର୍ବାଚନକୁ ଆଖରେ ରଖୁ ନବୀନ ବାବୁ ଭିଟାମିନ ଗଉଳ ଯୋଜନାକୁ ଦୁଇବର୍ଷ ଚାପି ଦେଇଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି ।

ସେହିପରି ଦେଶରେ ପ୍ରତ୍ୟେକ ରାଜ୍ୟ ବର୍ଷୱାରୀ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ଥିବା ଅଯୋଗ୍ୟ ହିତାଧୁକାରୀଙ୍କ ଚିଠା ଅପଡେଟ କରୁଥିବା ବେଳେ ଓଡ଼ିଶା ସରକାର କେନ୍ଦ୍ର ସରକାରଙ୍କ ତାଗିତ ସତ୍ତ୍ୱେ ତିନିବର୍ଷ ହେଲା କାହିଁକି ତାଲିକା ଅପଡେଟ କରୁନାହାନ୍ତି ବୋଲି ପ୍ରଶ୍ନ କରିଛି କଂଗ୍ରେସ । ମହାମାରୀ ସମୟରେ ରାଜ୍ୟ ସରକାର କାର୍ଡ ହିତାଧିକାରୀମାନଙ୍କୁ ଏକ କାଳୀନ ୧ ହଜାର ଟଙ୍କା ଦେବାପାଇଁ ୯୫୫ କୋଟି ଟଙ୍କା ମଞ୍ଜୁର କଲେ । ଅଥଚ ଦୁଇଲକ୍ଷରୁ ଅଧୁକ ହିତାଧୁକାରୀ ମିଳିଳେ ନାହିଁ ଯେଉଁଥିପାଇଁ ୨୦ କୋଟି ୭ଲକ୍ଷ ଟଙ୍କା ସରକାର ଫେରସ୍ତ ଆଣିଲେ । ଏହା ସ୍ପଷ୍ଟ କରୁଛି କି ପ୍ରାୟ ୨ଲକ୍ଷ ଭୂତ ହିତାଧକାରୀଙ୍କ ନାଁରେ ଚାଲିଛି ଶହ ଶହ କୋଟି ଟଙ୍କାର ରେସନ ଗଭଳ ଘୋଟଲାର ମାସିକ ରିସାଇକ୍ଳି ବୋଲି ଶ୍ରୀ ନାୟକୁ କହିଛନ୍ତି । 

ଏକ କେନ୍ଦ୍ରୀୟ ଆଇନକୁ ଭାଙ୍ଗି ରାଜ୍ୟ ସରକାର ମାସିକିଆ ଦୁର୍ନୀତି ଚଳାଇଛନ୍ତି ଅଥଚ କେନ୍ଦ୍ରରେ ଥିବା ବିଜେପି ସରକାର କାହିଁକି ନୀରବ କାହିଁକି ବୋଲି ପ୍ରଶ୍ନ କରିବା ସହିତ ଏହି ରାସନ ଘୋଟାଲାର ସିବିଆଇ ତଦନ୍ତ କଂଗ୍ରେସ ଦାବି କରୁଛି ବୋଲି ଶ୍ରୀ ନାୟକ କହିଛନ୍ତି । ଏହି ସାମ୍ବାଦିକ ସଭିଳନୀରେ ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ପିସିସି ମୁଖପାତ୍ର ସସ୍ମିତା ବେହେରା ଓ ପିସିସି ଗଣମାଧ୍ୟମ ସଂଯୋଳଳ ଶ୍ରୀ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget