loading...

କୃଷକମାନଙ୍କୁ ସିଧାସଳଖ ରିହାତି ପ୍ରଦାନ ନିମନ୍ତେ ‘ଡିବିଟି ଇନପୁଟ ଓଡ଼ିଶା ପୋର୍ଟାଲ’ର ଶୁଭ ଉଦ୍ଘାଟନ

ବୃହତ୍ ଉଠାଜଳସେଚନ ପ୍ରକଳ୍ପରେ ଫସଲ ବିବିଧୁକରଣ ଏବଂ କୃଷକମାନଙ୍କୁ ସିଧାସଳଖ ରିହାତି ପ୍ରଦାନ ନିମନ୍ତେ ‘ଡିବିଟି ଇନପୁଟ ଓଡ଼ିଶା ପୋର୍ଟାଲ’ର ଶୁଭ ଉଦ୍ଘାଟନ

କୃଷକମାନଙ୍କୁ ସିଧାସଳଖ ରିହାତି ପ୍ରଦାନ ନିମନ୍ତେ ‘ଡିବିଟି ଇନପୁଟ ଓଡ଼ିଶା ପୋର୍ଟାଲ’ର ଶୁଭ ଉଦ୍ଘାଟନ

ଭୁବନେଶ୍ବର, ରାଜ୍ୟର କୃଷକମାନଙ୍କ ଆୟ ବୃଦ୍ଧି ନିମନ୍ତେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ପ୍ରଗତିଶୀଳ ନେତୃତ୍ୱ ଓ ମାଗଦର୍ଶନରେ ଫସଲର ବିବିଧିକରଣକୁ ପ୍ରୋତ୍ସାହିତ କରାଯାଉଛି । ପରିବର୍ତ୍ତିତ ଜଳବାୟୁକୁ ଦୃଷ୍ଟିରେ ରଖ୍ ଉଚ୍ଚ ଓ ମଧମ ଜମିରେ ଅଣଧାନ ଚାଷ ଯଥା- ଡାଲି, ତୈଳବୀଜ, ପନିପରିବା, ତନ୍ତୁଜାତୀୟ ଫସଲ ଏବଂ ଅର୍ଥକରୀ ଫସଲକୁ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି । ଏହି ପରିପ୍ରେକ୍ଷୀରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ‘ବୃହତ୍ ଉଠାଜଳସେଚନ ପ୍ରକଳ୍ପରେ ଫସଲ ବିବିକରଣ’ ନାମକ ଏକ ମାର୍ଗଦର୍ଗୀ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇ କୃଷକମାନଙ୍କ ଆୟ ଦ୍ବିଗୁଣିତ ଓ ବହୁଗୁଣିତ କରିବା ନିମନ୍ତେ ପଦକ୍ଷେପ ନିଆଯାଇଛି ବୋଲି କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି । 

ଆଜି କୃଷି ଭବନଠାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ଯୋଜନା ଅନ୍ତର୍ଗତ ବୃହତ୍ ଉଠାଜଳସେଚନ ପ୍ରକଳ୍ପରେ ଫସଲ ବିବିଧିରଣ ପ୍ରକଳ୍ପର ଶୁଭ ଉଦ୍ଘାଟନ କରି ମନ୍ତ୍ରୀ ଡ. ସାହୁ କହିଲେ ଯେ ସାଂପ୍ରତିକ ପରିସ୍ଥିତିରେ ବୃଷ୍ଟିପୁଷ୍ଟ ଉଚ୍ଚ ଓ ମଧ୍ୟମ ଅଞ୍ଚଳରେ ମେଗା ଉଠାଜଳସେଚନ ପ୍ରକଳ୍ପ ମାଧ୍ୟମରେ ଧାନ ଚାଷ କରିବା ଲାଭଜନକ ହେବ ନାହିଁ । ରାଜ୍ୟ ସରକାରଙ୍କ ସମୟୋଚିତ ପଦକ୍ଷେପ ଯୋଗୁଁ ରାଜ୍ୟ ଚାଉଳ ଉତ୍ପାଦନରେ ବଳକା ରାଜ୍ୟରେ ପରିଣତ ହୋଇଛି । ଧାନଚାଷ ନିମନ୍ତେ ଅଧୁକ ଜଳର ଆବଶ୍ୟକତା ପଡୁଥିବାରୁ କମ୍ ପାଣି ଆବଶ୍ୟକ କରୁଥିବା ଅଣଧାନ ଫସଲ ଉପରେ ଗୁରୁତ୍ବ ଦେବା ଜରୁରୀ । ୨୦୨୧-୨୨ ଖରିଫ ଋତୁରୁ ଏହା କାର୍ଯ୍ୟକାରୀ କରାଯାଉଛି । ଖରିଫ ଋତୁରେ ଉଚ୍ଚ ଓ ମଧ୍ୟମ ଜମିରେ ଅଣଧାନ ଫସଲ ଡାଲି, ତୈଳବୀଜ, ପନିପରିବା, ତନ୍ତୁଜାତୀୟ ଫସଲ ଚାଷ କରିବା ସହିତ ଅଧୁକ ବଅଂଶ ଓ ସ୍ବଳ୍ପ ରାସାୟନିକ ସାମଗ୍ରୀ ଆବଶ୍ୟକ କରୁଥିବା ଫସଲ ଚାଷ କରି ମାଟିର ସ୍ବାସ୍ଥ୍ୟରେ ଉନ୍ନତି ଆଣିବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ । 

ପ୍ରଥମ ପର୍ଯ୍ୟାୟରେ ଏହା ରାଜ୍ୟର ୪ଟି ଜିଲ୍ଲା ଯଥା-କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲା ଅନ୍ତର୍ଗତ ୭ଟି ବ୍ଲକର ୨୭ଟି ଗ୍ରାମପଞ୍ଚାୟତର ୧୦୧ଟି ଗ୍ରାମରେ ପାଇଲଟ୍ ପ୍ରକଳ୍ପ ଭାବରେ କାର୍ଯ୍ୟକାରୀ ହେବ । ୧୮ଟି ବୃହଭ ଉଠାଜଳସେଚନ ପ୍ରକଳ୍ପ ଅନ୍ତର୍ଗତ ୧୨ ୨ ୦୭ ହେକ୍ଟର ଜମିରୁ ୩୩୪୩ ହେକ୍ଟର ଡାଲିଜାତୀୟ ଫସଲ, ୩୭୪୫ ହେକ୍ଟର କପା ଫସଲ, ୯୨୮ ହେକ୍ଟର ତୈଳବୀଜ, ୨୪୫୧ ହେକ୍ଟର ମକା, ୧୩୨୨ ହେକ୍ଟର ମାଣ୍ଡିଆ ଏବଂ ୪୧୮ ହେକ୍ଟର ପନିପରିବା ଚାଷ କରିବା ପାଇଁ କାର୍ଯ୍ୟକ୍ରମ କରାଯାଇଛି । ଏଥି ପାଇଁ ୧୬.୭୩ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଏହି ଯୋଜନାରେ ଫସଲର ବିବିଧୁକରଣ କରି ଅଣଧାନ ଚାଷ କରୁଥିବା ସମସ୍ତ ଚାଷୀଙ୍କୁ ୩ ବର୍ଷ ପାଇଁ ଡିବିଟି ମାଧ୍ୟମରେ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ । ଉକ୍ତ କାର୍ଯ୍ୟକ୍ରମରେ ପ୍ରାୟ ୧୬୦୦୦ ଚାଷୀ ଉପକୃତ ହେବେ । ଜୈବିକ କୃଷି ସାମଗ୍ରୀ ଉତ୍ପାଦନ, ଅମଳ ପରବର୍ତ୍ତୀ କାର୍ଯ୍ୟ, ପ୍ରାଥମିକ ପ୍ରକ୍ରିୟାକରଣ, ମୂଲ୍ୟଯୁକ୍ତ ଦ୍ରବ୍ୟ ପ୍ରସ୍ତୁତି ଏବଂ ବିପଣନ କାର୍ଯ୍ୟ ପାଇଁ ୩୬ଟି ଗୋଷ୍ଠୀଭିଭିକ ସଂଗଠନକୁ ପ୍ରୋତ୍ସାହିତ କରାଯିବ । 

ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ମାଧ୍ୟମରେ କୃଷକମାନଙ୍କୁ ତାଲିମ ପ୍ରଦାନ କରାଯିବ । ଏହି ଯୋଜନାରେ ଅଣଧାନ ଫସଲ ଚାଷ, । ମୁଭିକା ସ୍ଵାସ୍ଥ୍ୟ ସଂରକ୍ଷଣ, ପୃଷ୍ଟି ବିବିଧୁକରଣ ଓ ଜଳ ବିନିଯୋଗ ଦକ୍ଷତା ବୃଦ୍ଧି ଆଦିର ଉପକାରିତା ସମ୍ବନ୍ଧରେ ବ୍ୟାପକ ଜନସଚେତନତାର ବ୍ୟବସ୍ଥା କରାଯାଇଛି । ଏହି କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣୀସଂପଦ ସହିତ ସମସିତ ଚାଷ କରିବା, ଆୟ ବୃଦ୍ଧି ନିମନ୍ତେ ଗୋଷ୍ଠୀଭିକ ସଂଗଠନ ଯଥା- କୃଷକ ଉତ୍ପାଦନ ସଂଘ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ । ପାଣିପଞ୍ଚାୟତ ଓ କୃଷି ଉଦ୍ୟୋଗ ଦ୍ଵାରା ଅମଳ ପରବର୍ତ୍ତୀ କାର୍ଯ୍ୟ, ପ୍ରାଥମିକ ପ୍ରକ୍ରିୟା କରଣ, ମୂଲ୍ୟଯୁକ୍ତ ଦ୍ରବ୍ୟ ପ୍ରସ୍ତୁତି, ବିପଣନ ଆଦିକୁ ପ୍ରୋତ୍ସାହିତ କରାଯିବ । କାର୍ଯ୍ୟକ୍ରମ ଅବସରରେ ମନ୍ତ୍ରୀ ଡ. ସାହୁ ଡିବିଟି ମାଧ୍ୟମରେ ଚାଷୀମାନଙ୍କୁ ରିହାତି ପ୍ରଦାନ ନିମନ୍ତେ ‘ଡିବିଟ୍ ଇନ ଓଡ଼ିଶା ପୋର୍ଟାଲ୍’ର ଶୁଭାରମ୍ଭ କରିଥିଲେ । ଆମ ରାଜ୍ୟରେ ଚଳିତ ୨୦୨୧-୨୨ ବର୍ଷ ଚାଷୀମାନଙ୍କୁ ବିଭିନ୍ନ ପ୍ରକାର ଆବଶ୍ୟକୀୟ କୃଷି ଉପାଦାନ ଯଥା। ଅଣୁସାର, ଜୀବାଣୁସାର, କୀଟନାଶକ ଆଦିର କ୍ରୟ ପାଇଁ ଦିଆଯାଉଥିବା ରିହାତିକୁ ଡିବିଟି ମାଧ୍ୟମରେ ଚାଷୀମାନଙ୍କ ବ୍ୟାଙ୍କ ଜମାଖାତାରେ ସିଧାସଳଖ ପ୍ରଦାନ କରାଯିବ । 

ଚାଷୀମାନେ ସରକାରୀ ଲାଇସେନ୍ସପ୍ରାପ୍ତ ବିକ୍ରେତାଙ୍କଠାରୁ କୃଷି ଉପାଦାନ କ୍ରୟ କରିପାରିବେ । ମୋ ସରକାର କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ଏହି ବ୍ୟବସ୍ଥାକୁ ପ୍ରସ୍ତୁତ ମୋବାଇଲ୍ ଆପ୍ ଓ ୱେବ୍ ପୋର୍ଟାଲ ମାଧ୍ୟମରେ କାର୍ଯ୍ୟକାରୀ କରାଯିବ । ଏହା ଦ୍ଵାରା କୃଷକ କଲ୍ୟାଣକାରୀ ଯୋଜନାରେ ସ୍ବଚ୍ଛତା ଓ ଉତ୍ତରଦାୟିତ୍ବ ରହିବ ବୋଲି ମନ୍ତ୍ରୀ ଡ. ସାହୁ କହିଛନ୍ତି । କାର୍ଯ୍ୟକ୍ରମରେ ଯୋଗଦେଇ କୃଷି ଉତ୍ପାଦନ କମିଶନର ଶ୍ରୀ ରାଜକୁମାର ଶର୍ମା କହିଲେ ଯେ ଓଡ଼ିଶାରେ ଅଧୁକ ବୃଷ୍ଟିପାତ ହେଉଥିବା ଦୃଷ୍ଟିରୁ ବୃଷ୍ଟି ଜଳକୁ ସଂରକ୍ଷଣ କରି ଚାଷ କାର୍ଯ୍ୟରେ ସୁବିନିଯୋଗ କରିବାର । ଆବଶ୍ୟକତା ରହିଛି । ତେଣୁ, କେବଳ ଧାନ ଚାଷ ନକରି ଅଣଧାନ ଚାଷ କରି ଉପଲବ୍ଧ ଜଳର ଉଚିତ ବିନିଯୋଗ ଉପରେ ଗୁରୁତ୍ବ ଦେଇଥିଲେ । ଜଳସଂପଦ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ କହିଲେ ପ୍ରତି ଜଳବିନ୍ଦୁକୁ ଉଚିତ ବ୍ୟବହାର କରି ଅଧୁକରୁ ଅଧୁକ ଶସ୍ୟ ଉତ୍ପାଦନ ଆମର ଲକ୍ଷ୍ୟ ହେବା ଉଚିତ । କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ କହିଲେ ଯେ ଏହି ପ୍ରକଳ୍ପ ଦ୍ବାରା ଚାଷୀମାନେ ଲାଭାନ୍ବିତ ହେବା ସହିତ ଏହା ସେମାନଙ୍କ ଆୟ ବୃଦ୍ଧିରେ ସହାୟକ ହୋଇପାରିବ । 

କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଆର୍. ରଘୁପ୍ରସାଦ କହିଲେ ଯେ ସମନ୍ବିତ କୃଷି କାର୍ଯ୍ୟକ୍ରମରେ ମତ୍ସ୍ୟଚାଷ ଓ ପ୍ରାଣୀପାଳନ ମାଧ୍ୟମରେ ଚାଷୀମାନଙ୍କର ଆୟ ବୃଦ୍ଧି କରିହେବ । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟର କୁଳପତି ଡ. ପବନ କୁମାର ଅଗ୍ରୱାଲ ଫସଲ ବିବିଧୂରଣ ଦ୍ଵାରା ହେଉଥିବା ଲାଭର ବିଭିନ୍ନ ଦିଗ ସଂପର୍କରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମକୁ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ. ଏମ୍. ମୁଥୁକୁମାର ପରିଚାଳନା କରିଥିବାବେଳେ ଏଥିରେ ଉଦ୍ୟାନକୃଷି ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କା, ମୁଭିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶକ ଶ୍ରୀ ହେମନ୍ତ କୁମାର ପଣ୍ଡା ଉପସ୍ଥିତ ଥୁଲେ । କାର୍ଯ୍ୟକ୍ରମରେ କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଓ କଳାହାଣ୍ଡି ଜିଲ୍ଲା ସମେତ ବିଭିନ୍ନ ଜିଲ୍ଲାର କୃଷି ଅଧୁକାରୀ ଓ ଚାଷୀମାନେ ଭଛୁଆଲ୍ ମାଧ୍ୟମରେ ଯୋଗଦେଇଥିବାବେଳେ ମନ୍ତ୍ରୀ ଡ. ସାହୁ ବିଭିନ୍ନ ଚାଷୀମାନଙ୍କ ସହିତ ପ୍ରକଳ୍ପ ସଂପର୍କରେ କଥା ହୋଇଥିଲେ ।
Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget