loading...

ମନରେଗା ଦୁର୍ନୀତି ବିରୋଧରେ ସ୍ଵର ଉଠାଇବାରୁ ମରଣାନ୍ତକ ଆକ୍ରମଣ ! ମାନବାଧିକାର କମିଶନଙ୍କୁ ଦାବିପତ୍ର ଦେଲେ ଆକ୍ରମଣର ଶିକାର ଆନ୍ଦୋଳନକାରୀ

ମନରେଗା ଦୁର୍ନୀତିରେ ପ୍ରସଙ୍ଗ ! ମାନବାଧିକାର କମିଶନଙ୍କୁ ଦାବିପତ୍ର ଦେଲେ ଆକ୍ରମଣର ଶିକାର ଆନ୍ଦୋଳନକାରୀ

ଭୁବନେଶ୍ୱର, ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକର ବିଭିନ୍ନ ପଞ୍ଚାୟତରେ ମନରେଗା ଯୋଜନାରେ ହୋଇଥିବା ଅର୍ଥ ବାଟମାରଣା, ତୋଷାରପାତ ଓ ବ୍ୟାପକ ଦୁର୍ନୀତି ବିରୋଧରେ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି କରି ଗତ ୧୫ ଦିନ ହେଲା ଗଲିଥିବା ଧାରଣା ଉପରେ କିଛି ଦୁବୃତ୍ତ ମରଣାନ୍ତକ ଆକ୍ରମଣ କରିଛନ୍ତି । ଏହି ମନରେଗା ଯୋଜନାରେ କାର୍ଯ୍ୟ କରିଥିବା ଶ୍ରମଜୀବୀମାନଙ୍କୁ ଧାର୍ଯ୍ୟ ପ୍ରାପ୍ୟ ଠାରୁ କମ୍ ମଜୁରୀ ଦେବା, କାମ ନକରିଥିବା ଲୋକଙ୍କୁ ଅର୍ଥ ପ୍ରଦାନ କରିବା, ଭୂତ ଜବକାର୍ଡ ପ୍ରସ୍ତୁତ କରିବା ଏବଂ ମେସିନ୍ ମାଧ୍ୟମରେ କାର୍ଯ୍ୟ କରାଇ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ ଓ ହରିଲୁଟ କରିବାର ପ୍ରମାଣ ମିଳିବା ପରେ ଏହାର ପ୍ରତିବାଦରେ କ୍ଷତିଗ୍ରସ୍ତ ଲୋକଙ୍କ ପକ୍ଷରୁ ବ୍ଲକ ଓ ଜିଲ୍ଲା ପ୍ରଶାସନ ପାଖରେ ଅଭିଯୋଗ କରାଯାଇଥିଲା । 

ମାତ୍ର କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ବ୍ଲକ ଅଫିସ୍ ସମ୍ମୁଖରେ ଗ୍ରାମବାସୀମାନେ ଧାରଣା ଦେଇଥିଲେ । ଜିଲ୍ଲା ଓ ବ୍ଲକ ପ୍ରଶାସନ ଏଥିପ୍ରତି ଗୁରୁତ୍ବ ଦେବା ତ ଦୂରର କଥା ବରଂ ନୀରବଦ୍ରଷ୍ଟା ସାଜିବାରୁ ହରିଲୁଟରେ ସମ୍ପୃକ୍ତ ଅଭିଯୁକ୍ତ ମାନେ ଧାରଣାକାରୀଙ୍କୁ ଏଥିରୁ ଓହରି ନଗଲେ ହତ୍ୟା କରିବାର ଧମକ ଚମକ ଦେଇଥିଲେ । ଏସ୍‌ପିଙ୍କ ସହ ଏଥିନେଇ ଆଲୋଚନା ହୋଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଗତ ୨୭ ତାରିଖ ରାତି ୨ ଟାରେ ସମ୍ପୃକ୍ତ ଅଭିଯୁକ୍ତମାନେ ଅସାମାଜିକ ଯୁବକମାନଙ୍କୁ ସାଙ୍ଗରେ ଆଣି ଆନ୍ଦୋଳନକାରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ । ଅନୁସୂଚିତ ବର୍ଗର ବ୍ୟକ୍ତିମାନଙ୍କୁ ସେମାନଙ୍କ ଜାତି ନେଇ ଆକ୍ଷେପ କରିବା ସହ ମାଡ଼ ମାରିଥିଲେ ଏବଂ ମହିଳା ଆନ୍ଦୋଳନକାରୀଙ୍କ ଉପରେ ଅସଦୃଷ୍ଟିରଣର ଉଦ୍ୟମ ମଧ୍ୟ କରିଥିଲେ । 

ଧାରଣାସ୍ଥଳରେ ଥିବା ଆମ୍ବେଦକରଙ୍କ ଫଟୋକୁ ଭାଙ୍ଗି ପାଦରେ ଦଳିଦେବା ସହ ସେଠାରେ ଥିବା ଚେୟାରଗୁଡ଼ିକୁ ଭାଙ୍ଗିରୁଜି ଦେଇଥିଲେ । ଏସବୁ ସତ୍ତେ ଜିଲ୍ଲା ପୋଲିସ୍ ପ୍ରଶାସନ ପକ୍ଷରୁ ଘଟଣାକୁ ଗୁରୁତ୍ବ ନଦେଇ ନାମକୁ ମାତ୍ର ଦୁଇଜଣକୁ ଗିରଫ କରି, ମୁଖ୍ୟ ଆସାମୀଙ୍କୁ ଖୋଲା ଛାଡ଼ିଦେଇ ଘଟଣାକୁ ଚାପିଦେବାକୁ ଉଦ୍ୟମ କରାଗଲା । ଅପରପକ୍ଷରେ ଆକ୍ରମଣକାରୀଙ୍କ ଉପରେ ଅନୁସୂଚିତ ଜାତି ଓ ଜନଜାତି ନିର୍ଯ୍ୟାତନା ଆଇନ ଅନୁଯାୟୀ ଦଫା ଲଗାଇବା ପରିବର୍ତ୍ତେ ପୋଲିସ ସେମାନଙ୍କୁ ଘଣ୍ଟ ଘୋଡ଼ାଇବାକୁ ଚେଷ୍ଟା କରୁଥିବାରୁ ଆଜି ଯୁବ ସମାଜସେବୀ ଅମୀୟ ପାଣ୍ଡବ ଓ ବହୁଜନ ଯୁବଛାତ୍ର ସାମୁଖ୍ୟର ରାଜ୍ୟ ସଂଯୋଜକ ଅନିଲ କୁମାର ମଲ୍ଲିକଙ୍କ ନେତୃତ୍ବରେ ଆକ୍ରମଣ ଶିକାର ହୋଇଥିବା ପୀଡ଼ିତା ରୀନା କାଣ୍ଡି ଏବଂ ପ୍ରିୟଙ୍କା ଭୋଇଙ୍କ ସମେତ ଏକ ୫ ଜଣିଆ ପ୍ରତିନିଧୂ ମଣ୍ଡଳୀ ରାଜ୍ୟ ମାନବାଧୁକାର କମିଶନର ଅଧ୍ୟକ୍ଷଙ୍କୁ ସାକ୍ଷାତ କରି କାର୍ଯ୍ୟାନୁଷ୍ଠାନ ନିମନ୍ତେ ଆବଦେନ ଓ ଆଲୋଚନା କରିଥିଲେ । ମାନ୍ୟବର କମିଶନ ମଧ୍ୟ ଏହି କେସ୍‌ ପଞ୍ଜିକରଣ କରି ଜିଲ୍ଲା ଏସ୍‌ପିଙ୍କୁ ନୋଟିସ୍ କରିବା ସହ ଆସନ୍ତା ସେପ୍ଟେମ୍ବର ୨୬ ତାରିଖକୁ ବିଚାର ପାଇଁ ଦିନ ଧାର୍ଯ୍ୟ କରିଛନ୍ତି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget