ଭୁବନେଶ୍ୱର, ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ମାନ୍ୟବର ନ୍ୟୟାମୂର୍ତ୍ତି ଡ. ଏସ୍. ମୁରଲୀଧର ବିଭିନ୍ନ ପ୍ରକାର ଇସେବା କାର୍ଯ୍ୟକ୍ରମର ଉନ୍ମୋଚନ କରିଛନ୍ତି । ହାଇକୋର୍ଟ ମୋବାଇଲ୍ ଆପ୍, ଜିଲ୍ଲା ଏବଂ ସବ୍ ଅର୍ଡିନେଟ୍ କୋର୍ଟର ଜରିମାନା, ଭୁବନେଶ୍ୱର ଏବଂ କଟକ କମିଶନରେଟ୍ ପୋଲିସର ଟ୍ରାଫିକ୍ ଇ-ଚାଲାଣ ପାଇଁ ଭର୍ତ୍ତୃଆଲ୍ କୋର୍ଟ ଏବଂ ମୁଖ୍ୟ ବିଚାରପତିଙ୍କ କୋର୍ଟ ବିଚାରର ସିଧା ପ୍ରସାରଣ ଉଭୟ ଓକିଲ ଏବଂ ମକଦ୍ଦମାର ସଂପୃକ୍ତ ପକ୍ଷଙ୍କ ସୁବିଧା ପାଇଁ ନ୍ୟାୟପ୍ରଦାନ ଆଦି କାର୍ଯ୍ୟ ଏହି ଇ-ସେବା ପରିସରଭୁକ୍ତ ହେବ । ହାଇକୋର୍ଟ ଜଜ୍, ଜିଲ୍ଲା ଜଜ୍, ଆଡ୍ଭୋକେଟ୍ ଜେନେରାଲ୍, ପୋଲିସ୍ ଡିଜି, କଟକ-ଭୁବନେଶ୍ଵର ପୋଲିସ କମିଶନର, ରାଜ୍ୟ ପରିବହନ ଅଥରିଟିର କମିଶନର ତଥା ଅଧ୍ୟକ୍ଷ ଏବଂ ଅନ୍ୟ ଗଣ୍ୟମାନ୍ୟ ଅତିଥିଙ୍କୁ ସମ୍ବୋଧନ କରି ହାଇକୋର୍ଟର ମୁଖ୍ୟ ବିଚାରପତି ମାନ୍ୟବର ନ୍ୟାୟମୂର୍ତ୍ତି ଏସ୍. ମୁରଲୀଧର ବୈଷୟିକ ଜ୍ଞାନକୌଶଳର ପ୍ରାୟୋଗ ମାଧମରେ ନ୍ୟାୟ ପ୍ରଦାନ ବ୍ୟବସ୍ଥାକୁ ତ୍ବରାନ୍ବିତ କରାଯିବା ଅତ୍ୟନ୍ତ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି କହିଥିଲେ ।
ମାନ୍ୟବର ସୁପ୍ରିମ୍କୋର୍ଟଙ୍କ ଇ-କମିଟିଙ୍କର ନିରନ୍ତର ଉଦ୍ୟମ ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି ମାନ୍ୟବର ହାଇକୋର୍ଟର ମୁଖ୍ୟ ବିଚାରପତି କହିଛନ୍ତି । କୋର୍ଟ ବିଚାରର ସିଧାପ୍ରସାରଣ ଯୋଗୁଁ କୋର୍ଟର କାର୍ଯ୍ୟରେ ସ୍ଵଚ୍ଛତା ବଢ଼ିବା ସହ ଜନସାଧାରଣଙ୍କ ଭରସାଯୋଗ୍ୟ ହୋଇପାରିବ ବୋଲି ସେ ପ୍ରକାଶ କରିଛନ୍ତି । ହାଇକୋର୍ଟର ସୂଚନା ପ୍ରଯୁକ୍ତି ଏବଂ ଇଣ୍ଟେଲିଜେନ୍ସ କମିଟି ଅଧ୍ୟକ୍ଷ ନ୍ୟାୟମୂର୍ତ୍ତି ବିଶ୍ୱଜିତ୍ ମହାନ୍ତି, ପୂର୍ବତନ କମ୍ପ୍ୟୁଟର ତଥା ଷ୍ଟିୟରିଂ କମିଟିର ଅଧ୍ୟକ୍ଷ ନ୍ୟାୟମୂର୍ଭ ଶତ୍ରୁଘ୍ନ ପୂଜାହାରୀ ଏହି ଅବସରରେ ବକ୍ତବ୍ୟ ପ୍ରଦାନ କରି ଏହି ବ୍ୟବସ୍ଥାର ଉପଯୋଗ ସଂପର୍କରେ ମତବ୍ୟକ୍ତ କରିଥିଲେ । ହାଇକୋର୍ଟ ମୋବାଇଲ୍ ଆପ୍, ଇ-ପେମେଣ୍ଟ ମାଧ୍ୟମରେ ଜରିମାନା ଆଦାୟ, ଭଟୁଆଲ୍ କୋର୍ଟ ସଂପର୍କରେ ସବିଶେଷ ତଥ୍ୟ କୋର୍ଟର ୱେବ୍ସାଇଟ୍ରେ ଉପଲବ୍ଧ ହେଉଅଛି ।
Post a Comment