ଭୁବନେଶ୍ୱର, ଆଜି ଭୁବନେଶ୍ଵର ଜିଲ୍ଲା କଂଗ୍ରେସ କମିଟି ତରଫରୁ ଇସ୍ରାଇଲି ଆପ୍ ପେଗାସସ୍ ମାଧମରେ ପୂର୍ବତନ ନ୍ୟାୟାଧୁଶ, ରାଜନେତା, ମନ୍ତ୍ରୀ, ବରିଷ୍ଠ ସାମ୍ବାଦିକ, ସାମାଜିକ କର୍ମୀ ଓ ଉଦ୍ୟୋଗପତିଙ୍କର ଫୋନ କଲ ଓ ହ୍ଵାଟସ୍ଆପ ଉପରେ ଗୁଇନ୍ଦାଗିରିରେ କେନ୍ଦ୍ର ବିଜେପି ସରକାରଙ୍କ ସଂପୃକ୍ତି ନେଇ ଆଜି ମାଷ୍ଟରକ୍ୟାଟିନ ଛକରେ ବିକ୍ଷୋଭ ସହ ମୋଦି ଓ ଶାହାଙ୍କର କୁଶପୁତଳିକା ଦାହ କରାଯାଇଛି । ଭୁବନେଶ୍ଵର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ବଜିତ୍ ଦାଶଙ୍କ ନୃତ୍ବରେ ଶତାଧୁକ କଂଗ୍ରେସ କର୍ମୀ କଳା ପୋଷାକରେ କଂଗ୍ରେସ ଭବନରୁ ଗ୍ୟାଲିରେ ବାହାରି ମାଷ୍ଟରକ୍ୟାଟିନ ଛକରେ ବିକ୍ଷୋଭ ପ୍ରଦର୍ଶନ କରିବାସହ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ କୁଶପୁତଳିକା ଦାହ କରିଥିଲେ ।
ଶ୍ରୀ ଦାଶ କହିଥିଲେ ଯେ ଇସ୍ରାଇଲି କମ୍ପାନୀର ସଫ୍ଟୱେର ପେଗାସସ୍ ମାଧ୍ୟମରେ କେନ୍ଦ୍ର ସରକାର ନିଜ ସ୍ୱାର୍ଥ ଚରିତାର୍ଥ ପାଇଁ କଲ ଓ ହ୍ଵାଟସ୍ଆପ ଟ୍ୟାଫି ଆମର ମୌଳିକ ଓ ନାୟିକ ଅଧକାରକୁ କ୍ଷୁର୍ଣ୍ଣ କରିଛି । ଏହାର ନ୍ୟାୟିକ ତଦନ୍ତ ସବୋଚ୍ଚ ନ୍ୟାୟଳୟ ତତୋବଧନାରେ କରାଯାଇ ଏହି ଅଗଣତାନ୍ତ୍ରିକ କୁସ୍ଥିତ କାର୍ଯ୍ୟରେ ଲିପ୍ତ ସମସ୍ତ ଦୋଷୀଙ୍କୁ ଉଚିତ ଦଣ୍ଡ ଦିଆଯାଉ । ଏହି ପରୀପ୍ରେକ୍ଷୀରେ ଶ୍ରୀ ଦାଶ କହିଥିଲେ ଦେଶର ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ଅଜାଣତରେ ଏସବୁ ଅସମ୍ଭବ ତେଣୁ ଗୃହମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ । ପ୍ରତେକ୍ଷ କିମ୍ବା ପରୋକ୍ଷରେ ତାଙ୍କର ଏଥିରେ ସଂପୃକ୍ତିକୁ ଏଡ଼ାଇ ହେବ ନାହିଁ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଉପସଭାପତି ଶ୍ରୀ ସୁବ୍ରତ ମହାପାତ୍ର ପରିଚାଳନା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ, ଶରତ ପଟ୍ଟନାୟକ, ଶିବାନନ୍ଦ ରାୟ, ଛାତ୍ର କଂଗ୍ରେସ ସଭାପତି ୟାସିର ନୂଳ, ମନୋରଞ୍ଜନ ଦାଶ ଯୋଗଦେଇ ଅନୁରୂପ ଭାବେ ବିଜେପି ଶାସିତ କେନ୍ଦ୍ର ସରକାରଙ୍କୁ ଭର୍ସନା କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ମନୋରଞ୍ଜନ ଜେନା, ଅଶୋକ ଦାସ, ବ୍ରହ୍ମାନନ୍ଦ ସାହୁ, ଅନୁର ଖାନ୍, ଦେବରାଜ ମିଶ୍ର, ଶ୍ରୀଧର ବଳିଆରସିଂ, ମିହିର ଆଚାର୍ଯ୍ୟ, ଆଫତାବ ଅଲି, ଇନ୍ଦ୍ରଜିତ ପରିଡ଼ା, ମୋହନ ଜେନା, ଜୟକୃଷ୍ଣ ସୁବୁଦ୍ଧି, ରଞ୍ଜିତ ପାତ୍ର, ଜୟକୃଷ୍ଣ ମଲ୍ଲିଆ, ସ୍ଵାଧୀନବାଳା ଦାସ, ଶ୍ରେୟାସ୍ତିତା ପଣ୍ଡା, ପ୍ରଭାବତୀ ପଟ୍ଟନାୟକ, ଚୈତାଳି ପଟ୍ଟନାୟକ, ସୁଭଦ୍ରା ମିଶ୍ର, ନିଳମଣୀ ମିଶ୍ର, ସୁବ୍ରତ ସେନାପତି, ସୌମେନ୍ଦ୍ର ମହାନ୍ତି, ରଜନୀ ମହାନ୍ତି, ଦୀପକ କୁମାର ମହାପାତ୍ର, ଦେଓ ପ୍ରସାଦ, ସଂଜିବ ମହାନ୍ତି, ନାସିର ଖାନ୍, ରାଜକିଶୋର ବାରିକ, ପ୍ରଦୀପ ନନ୍ଦ, ନରୋତମ ବେହରା, ଶଙ୍କର ନାୟକ, ଦେବାଶିଷ ଦାସ, ନିଆଳୁଲ ଇସ୍ଲାମ, ସେକ ତାକମ, ଖଗେଶ୍ଵର ମଲ୍ଲିକ, ଏମଜି ଶାହାଦୁ, ଚନ୍ଦ୍ରଶେଖର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
Post a Comment