loading...

କେନ୍ଦ୍ରାପଡ଼ା କନେଷ୍ଟବଳଙ୍କୁ ବହିଷ୍କାର ଦାବିରେ ପୋଲିସ ମହାନିର୍ଦ୍ଦେଶକଙ୍କୁ ସାକ୍ଷାତ କଲେ ପ୍ରଦେଶ ଛାତ୍ର କଂଗ୍ରେସ

କେନ୍ଦ୍ରାପଡ଼ା କନେଷ୍ଟବଳଙ୍କୁ ବହିଷ୍କାର ଦାବିରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ସାକ୍ଷାତ କଲେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି

କେନ୍ଦ୍ରାପଡ଼ା କନେଷ୍ଟବଳଙ୍କୁ ବହିଷ୍କାର ଦାବିରେ ପୋଲିସ ମହାନିର୍ଦ୍ଦେଶକଙ୍କୁ ସାକ୍ଷାତ କଲେ ପ୍ରଦେଶ ଛାତ୍ର କଂଗ୍ରେସ

ଭୁବନେଶ୍ୱର, ଆଜି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ କଟକସ୍ଥିତ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ କାର୍ଯ୍ୟାଳୟକୁ ଯାଇ ମହାନିର୍ଦ୍ଦେଶକ ଶ୍ରୀ ଅଭୟଙ୍କୁ ସାକ୍ଷାତ କରିବା ସହ କେନ୍ଦ୍ରାପଡ଼ାରେ ସାମ୍ବାଦିକଙ୍କୁ ଆକ୍ରମଣ କରିଥିବା ପୋଲିସ କନେଷ୍ଟବଲଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବିରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ଏହି ସ୍ମାରକପତ୍ରରେ ଛାତ୍ର କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ଗତ ୨୧ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲା ଆରକ୍ଷୀ ଅଧୁକ୍ଷକ କାର୍ଯ୍ୟାଳୟ ସମ୍ମୁଖରେ ଚାଲୁଥିବା ଏକ ଧାରଣା କାର୍ଯ୍ୟକ୍ରମକୁ ରିପୋଟିଂ କରିବାପାଇଁ ନିଉଜ-୮ ୱେବ ଚ୍ୟାନେଲର ସାମ୍ବାଦିକ ଶ୍ରୀ ଭୀମସେନ ଦାସ ଯାଇଥିଲେ । ସେଠାରେ କାର୍ଯ୍ୟରତ ପୋଲିସ୍‌ କନେଷ୍ଟବଳ ପିନୁ ନାୟକ କୋଭିଡ ଆଇନକୁ ଉଲଙ୍ଘନ କରି ମାସ୍କ ପିନ୍ଧନଲେ । ସାମ୍ବାଦିକ ଶ୍ରୀ ଦାସ, ପିନୁ ନାୟକଙ୍କର ଫଟୋ ଉଠାଇବାରୁ ସେ ଘଟଣାସ୍ଥଳରେ ସାମ୍ବାଦିକଙ୍କର କଲରଧରି ନିଘାତ ଚାପୁଡ଼ା ମାରିଚାଲିଲେ । 

ସେଠାରେ ଉପସ୍ଥିତ ଜିଲ୍ଲା ପୋଲିସ ଅଧୁକ୍ଷକ ଏବଂ ଉପଅଧୁକ୍ଷକ ଘଟଣାର ପ୍ରତିବାଦ କରିଲେ ନାହିଁ । ଏବେ ସୁଦ୍ଧା ସେହି ମହିଳା କନେଷ୍ଟବଲଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଜଣେ କନେଷ୍ଟବଲଙ୍କ ପାଇଁ ସାରା ପୋଲିସ୍ ବିଭାଗଉପରେ ଲୋକେ ବିଶ୍ୱସନୀୟତା ହରାଉଛନ୍ତି । ଏପରି ସ୍ଥଳରେ କାହିଁକି ସେହି ମହିଳା କନେଷ୍ଟବଲଙ୍କୁ ଘଣ୍ଟ ଘୋଡ଼ାଯାଉଛି ତାହା ଆଶ୍ଚର୍ଯ୍ୟର କଥା ! ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ପୋଲିସର ଭୂମିକା ସେଠାରେ ଘୃଣ୍ୟ ହୋଇପଡ଼ିଥିଲା । ସମାଜର ରକ୍ଷକ ପୋଲିସ ସେଠାରେ ଭକ୍ଷକ ସାଜିଥିଲା । ସେହି ମହିଳା କନେଷ୍ଟବଲଙ୍କ ଉପରେ ଏପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ନହେବା ଦ୍ବାରା ରାଜ୍ୟବାସୀ ଏଥିରେ ବ୍ୟଥିତ । ନବୀନ ସରକାର ଅମଳରେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଅସୁରକ୍ଷିତ । ଗୃହ ବିଭାଗର ମନ୍ତ୍ରୀ ହେଉଛନ୍ତି ରାଜ୍ୟ ମୁଖ୍ୟମନ୍ତ୍ରୀ । 
କେନ୍ଦ୍ରାପଡ଼ା କନେଷ୍ଟବଳଙ୍କୁ ବହିଷ୍କାର ଦାବିରେ ପୋଲିସ ମହାନିର୍ଦ୍ଦେଶକଙ୍କୁ ସାକ୍ଷାତ କଲେ ପ୍ରଦେଶ ଛାତ୍ର କଂଗ୍ରେସ



ଏହି ବିଭାଗର ଅବସ୍ଥା କଣ ତାହା ସାଧାରଣ ଜନତା ଅନୁଭବ କରୁଛନ୍ତି । ଛାତ୍ର କଂଗ୍ରେସ ପକ୍ଷରୁ ଦାବି କରାଯାଇଛି ଯେ:- ୧. ବିଶୃଙ୍ଖଳିତ ମହିଳା କନେଷ୍ଟବଲ ପିନୁ ନାୟକଙ୍କୁ ଚାକିରୀରୁ ବହିସ୍କାର କରାଯାଉ । ୨. ସେହି ସାମ୍ବାଦିକ ଜଣେ ଅନୁସୂଚୀତ ଜାତି ବର୍ଗର ହୋଇଥିବାରୁ ପିନୁ ନାୟକଙ୍କ ବିରୁଦ୍ଧରେ ଏସି./ ଏଷ୍ଟି ପ୍ରିଭେନସନ ଆଟ୍ରୋସିଟି ଆକ୍ଟ ଅନୁଯାୟୀ ଦଣ୍ଡବିଧାନ କରାଯାଉ । ୩. ସମଗ୍ର ଘଟଣାକୁ ଚପେଇ ଦେବା ପାଇଁ ଷଡ଼ଯନ୍ତ୍ର କରୁଥିବା ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ କୈଫିୟତ ମଗାଯାଉ । 

ଏହି କାର୍ଯ୍ୟକ୍ରମରେ ବିପ୍ଳବ ଶିଳାଦିତ୍ୟ, ସୁନିଲ ମାଟିଆ, ଦୀପକ ମହାନ୍ତି, ପରଭେଜ ଅବ୍ରାର, ଅବିନାଶ ନନ୍ଦ, ସଞ୍ଜୀବ ରାଉତ, ଦେବାଶିଷ ମହାପାତ୍ର, ନିରଞ୍ଜନ ଦାସ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget