loading...

ତପନ କୁମାର ଚାନ୍ଦ ଓଡିଶା ଏବଂ ଛତିଶଗଡ ପାଇଁ ଆବାସିକ ନିର୍ଦ୍ଦେଶକ ଭାବରେ ନିଯୁକ୍ତ

ବେଦାନ୍ତ କୋଇଲା, ଇସ୍ପାତ ଏବଂ ଆଲୁମିନିୟମ କ୍ଷେତ୍ରରେ ନିଜର ଉଲ୍ଲେଖନିଅ ଅବଦାନ ପ୍ରତିପାଦିତ କରିବା ସହିତ ଜଣେ ଉଚ୍ଚ ଅଭିଜ୍ଞତା ସମ୍ପନ୍ନ ଖଣି

ତପନ କୁମାର ଚାନ୍ଦ ଓଡିଶା ଏବଂ ଛତିଶଗଡ ପାଇଁ ଆବାସିକ ନିର୍ଦ୍ଦେଶକ ଭାବରେ ନିଯୁକ୍ତ

ଭୁବନେଶ୍ବର, ବେଦାନ୍ତ କୋଇଲା, ଇସ୍ପାତ ଏବଂ ଆଲୁମିନିୟମ କ୍ଷେତ୍ରରେ ନିଜର ଉଲ୍ଲେଖନିଅ ଅବଦାନ ପ୍ରତିପାଦିତ କରିବା ସହିତ ଜଣେ ଉଚ୍ଚ ଅଭିଜ୍ଞତା ସମ୍ପନ୍ନ ଖଣି ଏବଂ ଧାତୁ ବୃତ୍ତିଗତ ଅଧିକାରୀ ଡକ୍ଟର ତପନ କୁମାର ଚାନ୍ଦ, ପୂର୍ବତନ ସି.ଏମ.ଡି. ନାଲକୋ ଏବଂ ବର୍ତ୍ତମାନ ବାଲକୋର ସ୍ୱାଧୀନ ନିର୍ଦ୍ଦେଶକଙ୍କୁ ବେଦାନ୍ତ, ପୃଥିବୀ ର ଅନ୍ୟତମ ସର୍ବବୃହତ ଆଲୁମିନିୟମ୍ କମ୍ପାନୀ ଓଡିଶା ଏବଂ ଛତିଶଗଡର ଆବାସିକ ନିର୍ଦ୍ଦେଶକ ଭାବରେ ନିଯୁକ୍ତ ପ୍ରଦାନ କରିଛନ୍ତି। ଚଳିତ ମାସ ୨୩ ତାରିଖ ରେ ଡକ୍ଟର ଚାନ୍ଦ ଏହି ଦାଇତ୍ୱ ଗ୍ରହଣ କରିଛନ୍ତି। ବେଦାନ୍ତର ୩ ନିୟୁତ ଟନ୍ ଆଲୁମିନିୟମ୍ ଏବଂ ୬ ନିୟୁତ ଟନ୍ ଆଲୁମିନା ଉତ୍ପାଦନ କ୍ଷମତା ସହିତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଉତ୍ପାଦକ ଭାବରେ ପ୍ରତିଷ୍ଠା ଅର୍ଜନ କରିବାକୁ ପ୍ରୟାସ କରୁଥିବା ବେଳେ ଡକ୍ଟର ଚାନ୍ଦ ଙ୍କ ଏହି ଉଚ୍ଚସ୍ତରୀୟ ନିଯୁକ୍ତି ମହତ୍ଵପୁର୍ଣ।

ବେଦାନ୍ତ ସମ୍ପ୍ରତି ଭାରତରେ ସର୍ବବୃହତ ଆଲୁମିନିୟମ କମ୍ପାନୀ ଭାବେ ମାନ୍ୟତା ଲାଭ କରିଛି । ଆସନ୍ତା ପାଞ୍ଚ ବର୍ଷରେ ଆଲୁମିନିୟମର ଚାହିଦା ଦ୍ୱିଗୁଣିତ ହେବାର ସମ୍ଭାବନା ଥିବାରୁ ବେଦାନ୍ତ ର ସୁସଙ୍ଗଠିତ ଓ ସମୟୋଚିତା ଯୋଜନା ଦେଶର ଆଲୁମିନିୟମ ଚାହିଦା ପୂରଣ କରିବା ସହିତ ଆତ୍ମ ନିର୍ଭର ଭାରତ ନିର୍ମାଣ ରେ ବିଶେଷ ଭୂମିକା ଗ୍ରହଣ କରିବ। ବେଦାନ୍ତ ଓଡିଶା ରେ ନିଲାମ ଜରିଆରେ ହାସଲ କରିଥିବା ତିନୋଟି କୋଇଲା ଖଣିକୁ କାର୍ଯ୍ୟକ୍ଷମ କରିବା ରେ ଡ଼. ଚାନ୍ଦ ଙ୍କ ବଡ ଭୂମିକା ରହିବ। ଏହି ଖଣିଗୁଡ଼ିକରୁ ବାର୍ଷିକ ୧୮ ନିୟୁତ ଟନ୍ ଉତ୍ତୋଳନ ର ଯୋଜନା ସହ ବକ୍ସାଇଟ୍ ଖଣିଜ ବାର୍ଷିକ ୨୨ ନିୟୁତ ଟନ ର ବ୍ୟବସ୍ଥା କରିବା ମଧ୍ୟ ଏ ଯୋଜନା ର ଏକ ଅଂଶ ।

ଏଥିସହିତ ଓଡିଶାର ଝାରସୁଗୁଡା ଠାରେ ଆଲୁମିନିୟମ୍ ପାର୍କ ପ୍ରତିଷ୍ଠା ସହିତ ଛତିଶଗଡରେ ଏକ ଆଲୁମିନିୟମ ପାର୍କର ସ୍ଥାପନ ମଧ୍ୟ ତାଙ୍କ ପାଇଁ ଅନ୍ୟତମ ମୁଖ୍ୟ କାର୍ଯ୍ୟ ହେବ । ନାଲକୋ ରେ ତାଙ୍କର କାର୍ଯ୍ୟକାଳ ସମୟରେ ଉକ୍ତ କମ୍ପାନୀ ପଞ୍ଚପାଟପାଲୀ ବକ୍ସାଇଟ୍ ଖଣିର ଲିଜ୍ ବୃଦ୍ଧି, ପଟ୍ଟାଙ୍ଗୀ ବକ୍ସାଇଟ୍ ଖଣି ଏବଂ କୋଇଲା ବ୍ଲକ୍ ଆବଣ୍ଟନ ସହିତ ସମ୍ପୂର୍ଣ୍ଣ କଞ୍ଚାମାଲ ସୁରକ୍ଷା ସୁଚାରୁ ରୂପେ କାର୍ଯ୍ୟକାରୀ ହୋଇଥିଲା। ଡ଼. ଚାନ୍ଦଙ୍କ ଭଳି ଜଣେ କର୍ମଠ ଓ କୁଶଳୀ ପରିଚାଳକଙ୍କର ଏହି ନିଯୁକ୍ତିକୁ ଓଡିଶା ଓ ଛତିଶଗଡର ବିଭିନ୍ନ ଶିଳ୍ପ ସଂସ୍ଥା, ବୃତ୍ତିଧାରୀ, ବିଭିନ୍ନ ସାମାଜିକ ସଂଗଠନ ତଥା କ୍ଷେତ୍ର ବିଶ୍ଳେଷଣକାରୀ, ଓଡିଶାର ବିଭିନ୍ନ ମହଲର ବ୍ୟକ୍ତିବିଶେଷ ତଥା ଛତିଶଗଡର ହିତାଧିକାରୀମାନେ ସ୍ୱାଗତ କରିଛନ୍ତି।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget